ସ୍ପେଶାଲ

ଚୈତ୍ର ନବରାତ୍ରିର ଅଷ୍ଟମ ଦିନ : ମନରେ ଶୁଦ୍ଧତା ଏବଂ ପାପ ଦୂର ପାଇଁ କରନ୍ତୁ ମା’ ମହାଗୌରୀଙ୍କ ପୂଜା

ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ ପୂଜା କରାଯାଏ। ଭଗବାନ ଶିବଙ୍କ ପ୍ରତି ମା’ ମହାଗୌରୀ କଠୋର ପୂଜା କରିଥିଲେ ଯେଉଁଥି ପାଇଁ ତାଙ୍କ ଶରୀର କଳା ପଡିଯାଇଥିଲା। ଯେତେବେଳେ ଭଗବାନ ଶିବ ତାଙ୍କୁ ଦର୍ଶନ ଦେଇଥିଲେ ସେତେବେଳେ ତାଙ୍କ କୃପାରୁ ମା’ ମହାଗୌରୀଙ୍କ ଶରୀର ଅତ୍ୟନ୍ତ ଗୋରା ହୋଇଯାଇଥିଲା। ସେଥିପାଇଁ ତାଙ୍କ ନାମ ମା’ ଗୌରୀ। କୁହାଯାଏ କି ମାତା ସୀତା ଶ୍ରୀରାମଙ୍କୁ ପାଇବା ପାଇଁ ଏହାକୁ ପୂଜା କରିଥିଲେ।

ମା’ ଗୌରୀଙ୍କ ସ୍ବରୂପ:

ମା’ ଗୌରୀ ଶ୍ୱେତ ବର୍ଣ୍ଣର ହୋଇଥିବାରୁ ତାଙ୍କର ଧ୍ୟାନ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। ମା’ ଗୌରୀ ଶ୍ବେତ ବର୍ଣ୍ଣର ବସ୍ତ୍ରରେ ଶ୍ବେତ ରଙ୍ଗର ଆଭୂଷଣ ପିନ୍ଧିଥାନ୍ତି। ମହାଗୌରୀଙ୍କ ଚାରି ବାହୁ ରହିଥାଏ। ଡାହାଣ ହାତରେ ଅଭୟ ମୁଦ୍ରା ଏଂବ ଦ୍ବିତୀୟ ହାତରେ ଶକ୍ତିର ପ୍ରତୀକ ତ୍ରିଶୂଳ ଧରିଥାନ୍ତି। ସେହିପରି ବାମ ହାତରେ ଡମୁରୁ ଏବଂ ଅନ୍ଯ ହାତରେ ବର ମୁଦ୍ରାରେ ଭକ୍ତଙ୍କୁ ବରଦାନ ଦେଇଥାନ୍ତି। ଭଗବାନ ଶିବଙ୍କ ବାହନ ଷଣ୍ଢ ଉପରେ ମା’ ବିରାଜମାନ ଥାନ୍ତି। ବିବାହ ସମ୍ବନ୍ଧୀୟ ସମସ୍ତ ବାଧାବିଘ୍ନ ନିବାରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ମା’ ଗୌରୀଙ୍କ ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଥାଏ।

ପୂଜା ବିଧି :

ଅଷ୍ଟମୀ ତିଥିରେ ମାଙ୍କୁ ପୂଜା କରିବା ପାଇଁ ସକାଳ ଗାଧୋଇବା ପରେ କଳସ ପୂଜା କରିବା ଉଚିତ । ଏହାପରେ ଧଳା ଫୁଲ ମା’ଙ୍କୁ ଅର୍ପଣ କରି ମାଙ୍କ ବନ୍ଦନା ଉଚ୍ଚାରଣ କରିବା ଉଚିତ । ଆଜିର ଦିନରେ ମା’ଙ୍କୁ ହାଲୁଆ, ପୁରୀ, ତରକାରୀ, କଳା ଚଳା ଏବଂ ନଡିଆ ଭୋଗ ଲଗାନ୍ତୁ । ମା’ଙ୍କୁ ଚୁନରୀ ଅର୍ପଣ କରନ୍ତୁ ।

ପାପରୁ ମୁକ୍ତି ଦିଅନ୍ତି ମା’ ମହାଗୌରୀ:

ଅଷ୍ଟମୀରେ ମା’ ଗୌରୀଙ୍କ ପୂଜା କରିବା ବହୁତ ଫଳଦାୟୀ ହୋଇଥାଏ। କୁହାଯାଏ କି, ମା’ ମହାଗୌରୀ ମାତାଙ୍କୁ ପୂଜା କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଏବଂ ମନରେ ବିଚାର ଶୁଦ୍ଧତା ଆସିଥାଏ। ମା’ ମହାଗୌରୀ ସବୁପ୍ରକାର ନକାରାତ୍ମକତା ଦୂର କରିଥାନ୍ତି।
ମା’ ମହାଗୌରୀଙ୍କୁ ପୂଜା କରିବା ପାଇଁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଆରମ୍ଭ କରନ୍ତୁ। ମା’ଙ୍କ ସମ୍ମୁଖରେ ଦୀପ ଲଗାନ୍ତୁ ଏବଂ ଧ୍ୟାନ କରନ୍ତୁ। ପୂଜାରେ ମା’ଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପିତ କରନ୍ତୁ। ତା’ ପରେ ମନ୍ତ୍ର ଜପ କରନ୍ତୁ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

6 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

15 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

18 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

51 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

53 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago