ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ନେଇଥିଲେ ଅବତାର

ନବମୀ ତିଥିରେ କରନ୍ତୁ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା । ଅଷ୍ଟସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା ପ୍ରଦାନ କରିବେ ।

ଚୈତ୍ର ନବରାତ୍ରିର ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିରେ ନବରାତ୍ରି ପୂଜା ସମାପନ ହୁଏ । ଏହାସହିତ ଏହିଦିନ ରାମନବମୀ ଉତ୍ସବ ମଧ୍ୟ ପାଳନ କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ। ନବରାତ୍ରିର ପର୍ବରେ ମା’ ଦୁର୍ଗାଙ୍କ ୯ ଅଲଗା ଅଲଗା ରୂପରେ ପୂଜା କରାଯାଏ। ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି।

ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବ ଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।

ନବମୀ ତିଥି: ଗତକାଲି ରାତି ୯ ଟା ୦୭ରୁ ଆରମ୍ଭ ହୋଇ ଆଜି ରାତି ୧୧.୦୭ ପର୍ଯ୍ୟନ୍ତ ରହିଛି ।

ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି। ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ ।

ମହତ୍ତ୍ବ: ନବମୀ ତିଥିରେ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ସିଦ୍ଧିଦାତ୍ରୀ ଶବ୍ଦର ଦୁଇଟି ଅର୍ଥ ରହିଛି। ପ୍ରଥ ସିଦ୍ଧିର ଅର୍ଥ ଧ୍ୟାନ ଏବଂ ଧାତ୍ରୀ ଅର୍ଥ ଯିଏ ପ୍ରଦାନ କରେ। ମା’ ପଦ୍ମଫୁଲ କିମ୍ବା ସିଂହ ଉପରେ ବସିଥାନ୍ତି। ଚର୍ତୁଭୁଜା ଶଙ୍ଖ, ପଦ୍ମ ଧରି ଧରାବତରଣ କରନ୍ତି। ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ବର ବେଶରେ ନାରୀଙ୍କ ବେଶ ମା’ ସିଦ୍ଧିଦାତ୍ରୀଙ୍କର ରହିଥାଏ।

ପୂଜା ବିଧି: ନବରାତ୍ରିର ନବମ ତିଥିରେ ମା’ଙ୍କୁ ବିଦାୟ ଦିଆଯାଏ। ଏହି ଦିନ ସକାଳୁ ସ୍ନାନ କରି ମା’ଙ୍କୁ ପ୍ରତିଷ୍ଠା କରି ସ୍ଥାପିତ କରିବ। ତା’ ପରେ ମା’ଙ୍କୁ ଫୁଲ ଅର୍ପଣ କରନ୍ତୁ। ଡାଳିମ୍ବ ଫଳ ଭୋଗ ଦିଅନ୍ତୁ। ନୈବେଦ ଚଢାନ୍ତୁ, ମିଷ୍ଠାନ, ପଂଚାମୃତ ଏବଂ ଘରେ ଏହ ଭୋଗ ଲଗାନ୍ତୁ। ଏହି ଦିନ ହୋମ କରନ୍ତୁ। ନବମୀ ଦିନରେ କନ୍ଯା ପୂଜନର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ।

Leave A Reply

Your email address will not be published.