ଚୈତ୍ରମାସରେ ରହିଛି ଅନେକ ବିଶେଷତ୍ୱ, ଏହି ଦିନ ଗୁଡିକରେ ଅର୍ଜନ କରନ୍ତୁ ଭଗବାନଙ୍କ ଆଶିଷ

ସାଧାରଣତଃ ଆମେ ସମସ୍ତେ ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ନୂଆବର୍ଷ ପାଳନ କରିଥାଉ। ମାତ୍ର ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ।

ଆମ ହିନ୍ଦୁ କ୍ୟାଲେଣ୍ଡରରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ। ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁୂକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ।

new
pc: varnam MY

ଚୈତ୍ରମାସ ଆରମ୍ଭ ହୋଇଯାଇଛି। ଏହି ମାସର ରହିଛି ଅନେକ ମାହାତ୍ମ୍ୟ। ପ୍ରତିମାସ ଭଳି ଏହି ମାସରେ ୧୫ ଦିନ ଶୁକ୍ଳ ପକ୍ଷ ୧୫ ଦିନ କୃଷ୍ଣ ପକ୍ଷ ରହିଛି। ଏହାର ପ୍ରତେକ୍ୟଟି ଦିନ ସବୁ ଭଗବାନଙ୍କୂୁ ସମର୍ପିତ କରାଯାଇଛି। ଶୁକ୍ଳପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ପୂର୍ଣ୍ଣିମାରେ ଶେଷ ହୋଇଥାଏ। ସେହିପରି କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇ ଅମାବାସ୍ୟାରେ ଶେଷ ହୋଇଥାଏ।

 ଚୈତ୍ରମାସରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ। ଏହାସହ ଦୁର୍ଗାଷ୍ଟମୀ, ରାମନବମୀ ଓ ଶୀତଳ ସପ୍ତମୀ ଓ ଅଷ୍ଟମୀ ପର୍ବ ମଧ୍ୟ ରହିଛି। ଏହା ବ୍ୟତୀତ ଗଣଗୋର, ମହାବୀର ଜୟନ୍ତି ତଥା ପଣା ସଂକ୍ରାନ୍ତି ଏବଂ ଗଣେଶ ଚତୁର୍ଥୀ ପର୍ବ ଏହି ମାସରେ ଅଛି। ତେବେ ଜାଣି ନିଅନ୍ତୁ ବ୍ରତ-ଓଷା ଆଦି ଏହି ମାସର କେଉଁ ଦିନରେ ପଡିବ।

new45
PC: aajtak

ରବିବାର(୪ ଅପ୍ରେଲ): ଶୀତଳ ସପ୍ତମୀ
ସୋମବାର(୫ ଅପ୍ରେଲ): ଶୀତଳ ଅଷ୍ଟମୀ
ବୁଧବାର(୭ ଅପ୍ରେଲ): ପାପମୋଚନ ଏକାଦଶୀ
ସୋମବାର(୧୨ ଅପ୍ରେଲ): ଅମାବାସ୍ୟା
ମଙ୍ଗଳବାର(୧୩ ଅପ୍ରେଲ): ଚୈତ୍ରମାସ ନବରାତ୍ରୀ
ଗୁରୁବାର(୧୫ ଅପ୍ରେଲ): ଗଣଗୋର ତିଜ
ଶୁକ୍ରବାର(୧୬ ଅପ୍ରେଲ): ବିନାୟକୀ ଚତୁର୍ଥୀ
ମଙ୍ଗଳବାର(୨୦ ଅପ୍ରେଲ): ଦୁର୍ଗାଷ୍ଟମୀ
ବୁଧବାର(୨୧ ଅପ୍ରେଲ): ଶ୍ରୀରାମ ନବମୀ
ଶୂୁକ୍ରବାର(୨୩ ଅପ୍ରେଲ): କାମଦା ଏକାଦଶୀ
ରବିବାର(୨୫ ଅପ୍ରେଲ): ମହାବୀର ଜୟନ୍ତୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.