ନବରାତ୍ରୀରେ କନ୍ୟା ପୂଜା କଲେ ପ୍ରସନ୍ନ ହୋଇଥାନ୍ତି ଦେବୀ ମା’, ଜାଣନ୍ତୁ କାହିଁକି?

ଆସନ୍ତା ଏପ୍ରିଲ ୬ରୁ ଆରମ୍ଭ ହେବ ନବରାତ୍ରୀ ପର୍ବ। ଏହି ନବରାତ୍ରୀରେ ଦୁର୍ଗା ମା ଙ୍କ କୃପା ପାଇବା ପାଇଁ ଅନେକ ଲୋକମାନେ ଉପବାସ, ପୂଜା, ଅପୁଷ୍ଠାନ ଆଦି ପାଳନ କରିଥାନ୍ତି। ଏହା ଦ୍ବାରା ଜୀବନରୁ ଭୟ, ବିଘ୍ନ ଏବଂ ଶତ୍ରୁମାନଙ୍କର ବିନାଶ ହୋଇ ସୁଖ- ସମୃଦ୍ଧି ପ୍ରାପ୍ତ ହୋଇଥାଏ। ମାନ୍ୟତା ରହିଛି ଯଜ୍ଞ, ଜପ ଏବଂ ଦାନ ଦ୍ବାରା ଦେବୀ ଯେତିକି ପ୍ରସନ୍ନ ହୋଇନଥାନ୍ତି ସେତିକି କନ୍ୟାମାନଙ୍କୁ ପୂଜା କରିବାରେ ପ୍ରସନ୍ନ ହୋଇଥାନ୍ତି।

ସୃଷ୍ଟିର ଆରମ୍ଭ କନ୍ୟାମାନଙ୍କ ଠାରୁ ହିଁ ହୋଇଥାଏ। ପୃଥିବୀରେ ପ୍ରକୃତି ସ୍ବରୂପ ମା ଶକ୍ତିଙ୍କର ପ୍ରତିନିଧିତ୍ବ କରିଥାନ୍ତି। ଶାସ୍ତ୍ରମତ ଅନୁଯାୟୀ ସୃଷ୍ଟିର ଆରମ୍ଭରେ ଶକ୍ତି ରୂପୀ ୯ ଦୁର୍ଗା, ବ୍ୟବସ୍ଥାପକ ରୂପରେ ନବ ଗ୍ରହ ମୁଖ୍ୟ ଭୂମିକା ରହିଥାଏ। ସେହିପରି ୯ ପ୍ରକାର ଭକ୍ତି ହିଁ ସଂସାର ସଂଞ୍ଚାଳନ କରିବାରେ ମୁଖ୍ୟ ଭୂମିକା ତୁଲାଇ ଥାନ୍ତି। ମନୁଷ୍ୟ ପ୍ରକୃତି ରୂପି କନ୍ୟାଙ୍କର ପୂଜା କରିବା ଦ୍ବାରା ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହି କନ୍ୟା ମାନଙ୍କ ଠାରେ ଦେବୀ ଦୁର୍ଗା ବାସ କରିଥାନ୍ତି। କନ୍ୟା ପୂଜା ନବରାତ୍ରୀ ପର୍ବର ଯେକୌଣସି ଦିନ ପାଳନ କରିପାରିବେ। କିନ୍ତୁ ଅଷ୍ଟମୀ ଏବଂ ନବମୀ ଏହି ଦୁଇ ଦିନ କନ୍ୟା ପୂଜା କରିବା ଶ୍ରେଷ୍ଠ ହୋଇଥାଏ।

Kanya_Pujaଶକ୍ତିର ସାକ୍ଷାତ ସ୍ବରୂପ କନ୍ୟା

କନ୍ୟା ପୂଜାରେ ଯେଉଁ ନଅ ଜଣ କନ୍ୟାଙ୍କୁ ପୂଜା କରାଯାଇଥାଏ, ସେମାନଙ୍କୁ ମା ଦୁର୍ଗାଙ୍କର ନଅଟି ସ୍ବରୂପ ମାନି ପୂଜା କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ କନ୍ୟା ଜନ୍ମର ୧ ବର୍ଷ ପରେ ସେମାନଙ୍କୁ କୁଆଁରୀର ଆଖ୍ୟା ଦିଆଯାଇଥାଏ। ସେହିପରି ୨ ବର୍ଷର କନ୍ୟାଙ୍କୁ କୁମାରୀ, ୩ ବର୍ଷର କନ୍ୟାଙ୍କୁ ତ୍ରିମୂର୍ତ୍ତି, ୪ ବର୍ଷର କନ୍ୟାଙ୍କୁ କଲ୍ୟାଣୀ, ୫ ବର୍ଷର କନ୍ୟାଙ୍କୁ ରୋହିଣୀ, ୬ ବର୍ଷର କନ୍ୟାଙ୍କୁ କଳିକା, ୭ ବର୍ଷର କନ୍ୟାଙ୍କୁ ଚଣ୍ଡିକା, ୮ ବର୍ଷର କନ୍ୟାଙ୍କୁ ସମ୍ଭାବି, ୯ ବର୍ଷର କନ୍ୟାଙ୍କୁ ଦୁର୍ଗା ଏବଂ ୧୦ ବର୍ଷର କନ୍ୟାଙ୍କୁ ସୁଭଦ୍ରା ସ୍ବରୂପ ହୋଇଥାନ୍ତି। ଧର୍ମଶାସ୍ତ୍ର ଅନୁସାରେ ୩ ବର୍ଷରୁ ୯ ବର୍ଷର କନ୍ୟାମାନେ ସାକ୍ଷାତ ଶକ୍ତିର ସ୍ବରୂପ ହୋଇଥାନ୍ତି।

Navratri-Celebrationକନ୍ୟା ପୂଜା କରିବାରେ କେଉଁ ଫଳ ମିଳିଥାଏ

ଦୁର୍ଗା ସପ୍ତସତୀରେ ଉଲ୍ଲେଖ ରହିଛି ଦୁର୍ଗା ପୂଜା କରିବା ପୂର୍ବରୁ କନ୍ୟା ମାନଙ୍କର ପୂଜା କରିବା ଉଚିତ। ଏହା ପରେ ହିଁ ମା ଦୁର୍ଗାଙ୍କର ପୂଜା ଆରମ୍ଭ କରନ୍ତୁ। ଶ୍ରଦ୍ଧା ଭାବରେ କରାଯାଇଥିବା ଏହି କନ୍ୟା ପୂଜାରେ ଜଣେ କନ୍ୟାଙ୍କୁ ପୂଜା କରିବା ଦ୍ବାରା ଐଶ୍ବର‌୍ୟ୍ୟ ପ୍ରାପ୍ତି ହୋଇଥାଏ। ସେହିପରି ଦୁଇ କନ୍ୟା ପୂଜା କଲେ ଭୋଗ, ତିନି କନ୍ୟାଙ୍କୁ ପୂଜା କଲେ ଜାରି ପୁରୁଷାର୍ଥ ଏବଂ ରାଜ ସମ୍ମାନ, ଚାରି ବା ପାଞ୍ଚ କନ୍ୟା ପବୂଜା କରିବା ଦ୍ବାରା ବିଦ୍ୟା-ବୁଧି, ଛଅଟି କନ୍ୟାଙ୍କୁ ପୂଜା କଲେ କାର‌୍ୟ୍ୟସିଦ୍ଧି, ସାତ କନ୍ୟାଙ୍କୁ ପୂଜା କଲେ ପରମପଦ, ଆଠ ଜଣଙ୍କୁ ପୂଜା କଲେ ଅଷ୍ଟଲକ୍ଷ୍ମୀ ଏବଂ ନଅଟି କନ୍ୟାଙ୍କୁ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ଐଶ୍ବର‌୍ୟ୍ୟ ପ୍ରାପ୍ତି ହୋଇଥାଏ।

kanya-pujan_ଏପରି କରନ୍ତୁ କନ୍ୟା ପୂଜା

କନ୍ୟାମାନଙ୍କୁ ପୂଜା କରିବା ପୁର୍ବରୁ ସର୍ବ ପ୍ରଥମେ ଶୁଦ୍ଧ ଜଳରେ ସେମାନଙ୍କ ଗୋଡ ଧୁଅନ୍ତୁ। ଏହା ପରେ ସେମାନଙ୍କୁ ସ୍ବଚ୍ଛ ଆସନରେ ବସାନ୍ତୁ। କ୍ଷୀରି, ପୁରୀ, ଚଣା, ସୁଜି ଆସି ସାତ୍ତ୍ବିକ ଭୋଜନ ମା ଙ୍କ ପାଖରେ ଭୋଗ ଲଗାଇବା ପରେ କନ୍ୟାମାନଙ୍କୁ ଭୋଜନ କରିବା ପାଇଁ ଦିଅନ୍ତୁ। ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ଗୁଜୁରାଟ ଆଦି କେତେକ ରାଜ୍ୟରେ ନଅଟି କନ୍ୟାଙ୍କ ସହ ଏକ ଛୋଟ ବାଳକଙ୍କୁ ମଧ୍ୟ ଭୋଜନ କରାଇବାର ପରମ୍ପରା ରହିଛି।

କନ୍ୟାମାଙ୍କୁ ପୂଜା କରିବା ସହ ବାଳକଙ୍କୁ ମଧ୍ୟ ଭୈରବ ବାବାଙ୍କ ସ୍ବରୂପ ମାନି ପୂଜା କରାଯାଇଥାଏ। କନ୍ୟାମାନଙ୍କୁ ଭୋଜନ କରାଇବା ପରେ ସେମାନଙ୍କୁ ସିନ୍ଦୂର ଲଗାନ୍ତୁ ଏବଂ ସେମାନଙ୍କ ହାତରେ ରକ୍ଷା ସୁତ୍ର ବାନ୍ଧନ୍ତୁ। ଏହା ପରେ ଯଥା ସମ୍ଭବ ବସ୍ତ୍ର, ଫଳ ଏବଂ ଦକ୍ଷିଣା ଦାନ କରି ସେମାନଙ୍କର ଚରଣ ସ୍ପର୍ଶ କରି ବିଦାୟ ଦିଅନ୍ତୁ। ଏପରି ନବରାତ୍ରୀ ପୂଜା କରିବା ଦ୍ବାରା ଭକ୍ତମାନଙ୍କୁ ଦୁର୍ଗା ମା ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.