ମାତାଙ୍କ ୯ଟି ସ୍ୱରୂପରେ ଏହି ପ୍ରସାଦକୁ ଭୋଗ ଲାଗି କରାଯାଇ ମନୋସ୍କାମନା ପୂର୍ଣ୍ଣ କରାଯାଏ

ଅପ୍ରେଲ ୧୩ ତାରିଖରୁ ପବିତ୍ର ଚୈତ୍ର ନବରାତ୍ରି ଆରମ୍ଭ ହୋଇସାରିଛି। ଆଜି ମା’ଙ୍କର ୨ୟ ଦିନ। ତେବେ ଏହି ୯ ଦିନ ମାତାଙ୍କ ପର୍ବ ବେଶ ଧୂମଧାମରେ ପାଳନ କରାଯାଏ। ଏହିଦିନ ଗୁଡିକରେ ମା’ ନିଜର ବିଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କ ଦର୍ଶନ କରି ଭକ୍ତମାନେ ଆଶିର୍ବାଦ ଗ୍ରହଣ କରନ୍ତି। ବିଶ୍ୱାସ ରହିଛି ଯେ ମା’ଙ୍କ ମନ ପସନ୍ଦର ଭୋଗ ଲାଗି କଲେ ମା’ ପ୍ରଶନ୍ନ ହୋଇ ଭକ୍ତଙ୍କ ଇଚ୍ଛାକୁ ଶୀଘ୍ର ପୂରଣ କରନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ୯ଦିନ ପର୍ଯ୍ୟନ୍ତ କେଉଁ ସ୍ୱରୂପରେ ମାତାଙ୍କୁ କ’ଣ ଭୋଗ ଲାଗି କରାଯାଏ।

ଶୈଳପୁତ୍ରୀ:

ନବଦୁର୍ଗାଙ୍କ ପ୍ରଥମ ସ୍ୱରୂପ ହେଉଛନ୍ତି ଶୈଳପୁତ୍ରୀ। ଶୈଳପୁତ୍ରୀଙ୍କୁ ହଳଦିଆ ରଙ୍ଗ ଖୁବ ପସନ୍ଦ। ତେଣୁ ଏଥିପାଇଁ ବେସନର ଲଡୁ, ମିଠା ଚାଉଳ ଭଳି ହଳଦିଆ ରଙ୍ଗର ପ୍ରସାଦ ଭୋଗ ଲାଗି କରିବା ଉଚିତ। ଏହା କରିବା ଦ୍ୱାରା ବ୍ୟକ୍ତି ରୋଗ ମୁକ୍ତ ହୋଇଥାଏ।

ବ୍ରହ୍ମଚାରିଣୀ:

ଦ୍ୱତିୟ ଦିନ ମାତା ବ୍ରହ୍ମଚାରିଣୀ ରୂପ ଧାରଣ କରିଥାନ୍ତି । ଏହିଦିନ ଆପଣ ଚିନି, ମିଶ୍ରି ଓ ପଞ୍ଚାମୃତକୁ ଭୋଗ ଲାଗି କରାଯାଏ । ଏହାଦ୍ୱାରା ବ୍ୟକ୍ତିର ଆୟୁଷ ବଢ଼ିଥାଏ।

ଚନ୍ଦ୍ରଘଣ୍ଟା:

ମାତା ଚନ୍ଦ୍ରଘଣ୍ଟାଙ୍କୁ କ୍ଷୀର ଏବଂ ସେଥିରୁ ତିଆରି ଖାଦ୍ୟ ଯେପରି ବର୍ଫି, ଛେନା ଆଦିର ଭୋଗ ଲଗାଯାଏ। ଏହିଦିନ ଉପବାସ କଲେ ଦୁଃଖରୁ ମୁକ୍ତି ମିଳିଥାଏ।

କୁଷ୍ମାଣ୍ଡା:

ମାନତ୍ୟା ଅନୁସାରେ ଦେବୀ ଦୁର୍ଗାଙ୍କ ୪ର୍ଥ ସ୍ୱରୂପ ହେଉଛି କୁଷ୍ମାଣ୍ଡା। ଯାହାଙ୍କ ପୂଜାରେ ମାଲପୁଆକୁ ଭୋଗ ରୂପେ ଲାଗି କରାଯାଏ। ଏହାଦ୍ୱାରା ବ୍ୟକ୍ତି ଜଣକ ଶକ୍ତିଶାଳି ହୋଇଥାଏ।

ସ୍କନ୍ଦମାତା:

ସ୍କନ୍ଦମାତାଙ୍କୁ କୁମାର କାର୍ତ୍ତିକଙ୍କ ମା’ଙ୍କ ରୂପରେ ପୂଜା କରାଯାଏ। ଏହିଦିନ ମାତାଙ୍କୁ କଦଳୀ ଭୋଗ ଲାଗି କରାଯାଏ। ଏହାଦ୍ୱାରା ଶରୀର ସୁସ୍ଥ ରୁହିଥାଏ ।

କାତ୍ୟାୟାନୀ:

ମାତା କାତ୍ୟାୟାନୀ ଋଷି କାତ୍ୟାୟନଙ୍କ ପୁତ୍ରୀ। ଏହିଦିନ ମାତାଙ୍କୁ ମହୁ ଭୋଗ ଲଗାଯାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥି ମିଳେ।

କାଳରାତ୍ରି:

ଦୁଷ୍ଟ ଶକ୍ତି ନାଶନ ପାଇଁ ମାତା କାଳରାତ୍ରିଙ୍କୁ ପୂଜା କରାଯାଏ। ଏହଦିନ ମାତାଙ୍କୁ ଗୁଡ଼ ଭୋଗ ଲାଗି କରାଯାଏ। ବିଶ୍ୱାସ ରହିଛି ଏହାଦ୍ୱାରା ଆପଣଙ୍କ ସବୁ ସଙ୍କଟ ନାଶ ହୋଇଥାଏ। ସବୁ କଷ୍ଟରୁ ମୁକ୍ତି ମିଳେ।

ମହାଗୌରୀ:

ମାତାଙ୍କ ୮ମ ସ୍ୱରୂପ ମହାଗୌରୀଙ୍କ ଏହି ନାମ ତାଙ୍କ ଶରୀରର ଗୌର ରଙ୍ଗ ପାଇଁ ଦିଆଯାଇଛି। ଏହିଦିନ ମାତାଙ୍କୁ ନଡ଼ିଆ ଭୋଗ ଲାଗି କରାଯାଏ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ମିଳେ। ଏହିଦିନ ବ୍ରାହ୍ମଣଙ୍କୁ ନଡ଼ିଆ ଦାନ କରିବା ଶୁଭ ମନାଯାଏ।

ସିଦ୍ଧିଦାତ୍ରୀ:

ଏହିଦିନ ମାତାଙ୍କୁ ପୂଜା କଲେ ସବୁ ସିଦ୍ଧି ପ୍ରାପ୍ତ ହୋଇଥାଏ। ଏହିଦିନ ମାତାଙ୍କୁ କଳା ଚଣା, ରାଷି,ପୁରୀ ,ଖିରି ଆଦି ଭୋଗ ଲଗାଯାଇଥାଏ। ଏହାଦ୍ୱାରା ଭକ୍ତଙ୍କର ମନୋସ୍କମନା ପୂର୍ଣ୍ଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.