ସ୍ପେଶାଲ

କାହିଁକି ଚୈତ୍ର ନବରାତ୍ରୀକୁ କୁହାଯାଏ ହିନ୍ଦୁ ନବବର୍ଷ, ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ଉଲ୍ଲେଖ

ଚୈତ୍ର ନବରାତ୍ରୀ ହିନ୍ଦୁମାନଙ୍କର ଏକ ବଡ ପର୍ବ। ଯେଉଁଥିରେ ନଅ ଦିନ ପର୍ଯ୍ୟନ୍ତ ମାଁ ଦୁର୍ଗାଙ୍କର ପୂଜା କରାଯାଇଥାଏ। ଲୋକମାନେ ମାଁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ରଖିଥାନ୍ତି। ଶାରଦୀୟ ନବରାତ୍ରୀ ପରେ ଏହା ବର୍ଷର ଦ୍ୱିତୀୟ ବଡ ନବରାତ୍ରୀ। ଅନେକ ଥର ତିଥିର ଗୋଟିଏ ଦିନରେ ପଡିବା କାରଣରୁ ନବରାତ୍ରୀ ଦିନ ସଂଖ୍ୟା ୮ ରହିଥାଏ। ଯାହାକୁ ତିଥିର କ୍ଷୟ କୁହାଯାଇଥାଏ। କିନ୍ତୁ ନବରାତ୍ରୀ ପୁରା ୯ଦିନ ପର୍ଯ୍ୟନ୍ତ ପଡିବା ଶୁଭ ହୋଇଥାଏ। ଚଳିତ ବର୍ଷ ନବରାତ୍ରୀରେ କୌଣସି କ୍ଷୟ ହେଉନାହିଁ। ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ହିନ୍ଦୁମାନଙ୍କ ନୂଆ ବର୍ଷ ଆରମ୍ଭ ହୋଇଥାଏ।

ଚୈତ୍ର ନବରାତ୍ରୀରୁ କାହିଁକି ଆରମ୍ଭ ହୋଇଥାଏ ହିନ୍ଦୁମାନଙ୍କ ନୂଆ ବର୍ଷ?

ପୌରାଣିକ ମାନ୍ୟତା ଅନୁଯାୟୀ ସୃଷ୍ଟିର ଆରମ୍ଭ ସମୟ ଚୈତ୍ର ନବରାତ୍ରୀର ପ୍ରଥମ ଦିନ। କୁହାଯାଇଥାଏ ଏହି ଦିନ ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ରଚନା କରିବାର କାର୍ଯ୍ୟଭାର ସମ୍ପନ୍ନ କରିଥିଲେ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଏହି ଦିନ ଦେବୀ ମାଁ ସମସ୍ତ ସେଦବୀ-ଦେବତାଙ୍କୁ କାର୍ଯର ଦାୟିତ୍ୱ ବାଣ୍ଟିଥିଲେ। ଏହିକାରଣରୁ ଚୈତ୍ର ନବରାତ୍ରୀ ହିନ୍ଦୁ ନବବର୍ଷର ଆରମ୍ଭ କୁହାଯାଇଥାଏ। ଦେବୀ ପୁରାଣ ଅନୁଯାୟୀ ସୃଷ୍ଟି ଆରମ୍ଭ ପୂର୍ବରୁ ଅନ୍ଧକାର ସାମ୍ରାଜ୍ୟ ରହିଥିଲା। ସେହିସମୟରେ ଦେବୀ ଶକ୍ତି ଜଗଦମ୍ବା ଦେବୀ ନିଜର କୁଷ୍ମାଣ୍ଡା ଅବତାରରେ ଭିନ୍ନ ବନସ୍ପତି ଏବଂ ଅନ୍ୟ ବସ୍ତୁକୁ ସଂରକ୍ଷିତ କରିବା ସହ ସୂର୍ଯ୍ୟମଣ୍ଡଳର ମଧ୍ୟରେ ବ୍ୟାପି ଥିଲେ। ଜଗତ ନିର୍ମାଣ ସମୟରେ ମାତା ବ୍ରହ୍ମା, ବିଷ୍ଣୁ ଏବଂ ଭଗବାନ ଶିବଙ୍କ ରଚନା କରିଥିଲେ। ଏହାପରେ ସତ, ରଜ, ତମ ନାମକ ତିନି ଦେବୀ ଲଧ୍ମୀ, ସରସ୍ୱତୀ ଏବଂ କାଳୀ ମାତାଙ୍କର ଉତ୍ପନ୍ନ ହୋଇଥିଲା।

ବର୍ଷରେ ପଡିଥାଏ ୪ଟି ନବରାତ୍ରୀ

ବର୍ଷସାରା ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସକୁ ମିଶାଇ ସମୁଦାୟ ୪ଟି ନବରାତ୍ରୀ ପଡିିଥାଏ। କିନ୍ତୁ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ଅଦିକ ଲୋକପ୍ରିୟ। ବସନ୍ତ ଋତୁରେ ହେବା କାରଣରୁ ଚୈତ୍ର ନବରାତ୍ରୀକୁ ବାସନ୍ତୀ ନବରାତ୍ରୀ ଏବଂ ଶରତ ଋତୁରେ ଆସୁଥିବା ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଇଥାଏ। ନବରାତ୍ରୀରେ ଦେବୀ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ। ମାଁ ଙ୍କ ନଅ ରୂପ ହେଉଛି- ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। ନବରାତ୍ରୀର ପ୍ରଥମ ଦିନ ପୂର୍ବରୁ ଘଟ ସ୍ଥାପନା କରାଯାଇଥାଏ। ଏହାପରେ ଲଗାତାର ୯ଦିନ ପର୍ଯ୍ୟନ୍ତ କିମ୍ବା ନିଜ ଇଛା ଅନୁସାରେ ଶେଷ ଦିନ ଉପବାସ ରଖିଥାନ୍ତି। ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ। ତନ୍ତ୍ର ସାଧନା କରୁଥିବା ଲୋକଙ୍କ ପାଇଁ ଏହି ଗୁପ୍ତ ନବରାତ୍ରୀ ସବୁଠାରୁ ଅଧିକ ମୂଲ୍ୟବାନ ହୋଇଥାଏ।

KNews Bureau

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

6 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

18 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

26 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

27 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

45 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago