ସ୍ପେଶାଲ

ଚମ୍ପାମାଳ ଗାଁର ଆକର୍ଷଣ: ଏଠାରେ ମହାରଣାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହେଉଛି କାଠ କଣ୍ଢେଇ

ସୁବର୍ଣ୍ଣପୁର (କେନ୍ୟୁଜ୍‌) : ହାତରେ ତୂଳୀ ଆଉ ରଙ୍ଗ ଧରି ଅତି ସୁନ୍ଦର ଭାବରେ କାଠ କଣ୍ଢେଇକୁ କରାଯାଉଛି ଚିତ୍ରଣ। ମହାରଣାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହେଉଛି ବାଘ, ହରିଣ, ଘୋଡା, ମୟୂର ଏବଂ ହାତୀ ଭଳି ଗୋଟିଏରୁ ଆଉ ଗୋଟିଏ କାଠ କଣ୍ଢେଇ। ପ୍ରଥମେ କାଠକୁ କାଟି ସାଇଜ କରାଯାଇ ତିଆରି ହେଉଛି କଣ୍ଢେଇ। ଆଉ ତାକୁ ରଙ୍ଗ ବେରଙ୍ଗରେ ଚିତ୍ରଣ କରି କରାଯାଉଛି ଆକର୍ଷଣୀୟ। ଯିଏବି ଏସବୁ ସାମଗ୍ରୀ ଦେଖିବ ନିଶ୍ଚିତ ଭାବେ ଘରକୁ କିଣି ନେବାକୁ ମନ କରିବ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟ ଚମ୍ପାମାଳ ଗାଁର। ଗାଁରେ ଥିବା ମହାରଣା ସମ୍ପ୍ରଦାୟ ଏବେ ବଜାର ଚାହିଦାକୁ ଦୃଷ୍ଟିରେ ରଖି କାଠ କଣ୍ଢେଇୁକୁ ନୂଆ ରୂପ ଦେଇଛନ୍ତି। ଏସବୁ ସାମଗ୍ରୀକୁ ବଜାରରେ ବିକ୍ରୀକରି ଭଲ ଦୁଇ ପଇସା ଉପାର୍ଜନ କରିବାର ଆଶା ବାନ୍ଧିଛନ୍ତି ମହାରଣା ସମ୍ପ୍ରଦାୟ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଚଂମ୍ପାମାଲ ଗାଁ। ଯେଉଁଠି ପ୍ରାୟ ଅଧିକାଂଶ ଲୋକ ମହାରଣା ସମ୍ପ୍ରଦାୟର। ରାଜା ରାଜୁଡା ସମୟରୁ ଏମାନେ ବୃତ୍ତିଗତ ଭାବେ ମନ୍ଦିର ତିଆରି କରିବା ପାଇଁ ଏଠାକୁ ଆସି ଏଠିକାର ବାସିନ୍ଦା ହୋଇ ରହିଯାଇଛନ୍ତି। ବାପ ଅଜା ଅମଳରୁ ମନ୍ଦିର ତିଆରି କରିବା, କାଠରେ ଘୋଡା, ହାତୀ କାମ କରି ପରିବାର ଭରଣ ପୋଷଣ କରିଆସୁଥିଲେ ଏହି ମହାରଣା ପରିବାର। ହେଲେ ଦିନକୁ ଦିନ ପ୍ଲାଷ୍ଟିକ ଜିନିଷର ଚାହିଦା ବୃଦ୍ଧି ପାଉଥିବାରୁ ଠପ ହୋଇ ଯାଇଥିଲା ଏମାନଙ୍କର କୈାଳିକ ବୃତ୍ତି। ଫଳରେ ଦୁର୍ଦ୍ଦିନରେ ଜୀବନ ନିର୍ବାହ କରୁଥିଲେ। ଏମାନଙ୍କୁ ଆଗକୁ ନେବାକୁ ହେଲେ ସରକାରୀ ସହାୟତା ପ୍ରଦାନ କରିବା ସହ ପର୍ଯ୍ଯାପ୍ତ ପରିମାଣର ତାଲିମ ଆବଶ୍ୟକ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

ଚମ୍ପାମାଳ ଗାଁରେ ଥିବା ଏହି ମହାରଣା ସମ୍ପ୍ରଦାୟ ବାପ ଅଜା ଅମଳରୁ ପରମ୍ପରାଗତ ଭାବେ ତିଆରି କରିଆସୁଥିଲେ କାଠର ଘୋଡା ଆଉ ହାତୀ । ବର୍ଷରେ କେବଳ ସପ୍ତପୁରୀ ଅମାବାସ୍ୟା ସମୟରେ ଏମାନେ ଏସବୁକୁ ବିକ୍ରୀ କରୁଥିଲେ। କାଠ କଣ୍ଢେଇକୁ କିଭଳି ନୂଆ ରଙ୍ଗ ଓ ରୂପ ଦିଆଯିବ ତାହା ସେମାନଙ୍କୁ ଜଣାନଥିଲା। କେବଳ ପରମ୍ପରାକୁ ଜାବୁଡି ଧରି କ୍ଷତି ସହୁଥିଲେ ସିନା ଲାଭ ପାଉନଥିଲେ। ତେବେ ଏଭଳି ବେଳାରେ ଏମାନଙ୍କ ପାଖରେ ପହଂଚିଥିଲା ଭାରତ ସରକାରଙ୍କ ହସ୍ତଶିଳ୍ପ ବିଭାଗ। ବିଭାଗ ପକ୍ଷରୁ ଏମାନଙ୍କୁ ଦୁଇ ମାସର ତାଲିମ ପରେ ଏବେ ଏମାନେ ଆକର୍ଷଣୀୟ କାଠ କଣ୍ଢେଇସବୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଆଗକୁ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଭଳି ବଜାରରେ ବିକ୍ରୀ କରାଯାଇ ଆର୍ଥକ ଅଭିବୃଦ୍ଧି କରାଯାଇପାରିବ ସେନେଇ ଉଦ୍ୟମ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେନ୍ୟୁଜ୍‌ ଓଡ଼ିଶା

Sonalisa

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

12 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

29 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

42 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

51 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

54 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago