ନୂଆ ବର୍ଷରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା, ତେଣୁ କେବେ ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏହି ଖାସ କଥା

ନୂଆ ବର୍ଷ ୨୦୨୩ ଆସିଯାଇଛି । ପ୍ରତି ବର୍ଷ ଭଳି ଲୋକେ ଚାହାଁନ୍ତି କି ନୂଆ ବର୍ଷ ତାଙ୍କ ଜୀବନରେ ସୁଖ ଓ ସମୃଦ୍ଧି ନେଇ କରି ଆସୁ । ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ ତାଙ୍କ ମୁଣ୍ଡ ଉପରେ ରହିଥାଉ । ହେଲେ ଲକ୍ଷ୍ମୀଜୀଙ୍କ କୃପା ସମସ୍ତଙ୍କୁ ପ୍ରାପ୍ତ ହୋଇ ନଥାଏ । ଯଦି ଚାଣକ୍ୟଙ୍କ ଧନକୁ ନେଇ କିଛି ଖାସ କଥା ଉପରେ ଧ୍ୟାନ ଦେବେ,ତେବେ ୨୦୨୩ରେ କେବେ ଧନର ଅଭାବ ହେବ ନାହିଁ । ଆସନ୍ତୁ ଜାଣିବା ୨୦୨୩ ରେ ଧନକୁ ନେଇ ଚାଣକ୍ୟଙ୍କ ନୀତି ।

ମିଛ, କପଟ ଓ ଦେଖେଇ ହେବା, ବ୍ୟକ୍ତିକୁ ଅନ୍ଧକାର ଆଡକୁ ନେଇଯାଇଥାଏ । ଫଳରେ ଧନବାନ ବ୍ୟକ୍ତି ବି କାଙ୍ଗାଳ ଆଡକୁ ଚାଲି ଯାଇଥାଏ । ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ସର୍ବଦା ଆପଣଙ୍କ ଉପରେ ଲାଗି ରହୁ, ଏଥିପାଇଁ ଏହି ସବୁ ଜିନିଷ ଠାରୁ ଦୂରରେ ରୁହନ୍ତୁ । କେବେ ଆପଣଙ୍କ ଧନ ଓ ସୌନ୍ଦର୍ଯ୍ୟର ଗର୍ବ କରନ୍ତୁ ନାହିଁ କି ଅନ୍ୟକୁ ଦେଖାନ୍ତ ନାହିଁ । ଯିଏ ମନରେ ସରଳ ଓ ସତ୍ୟବାଦୀ ହୋଇଥାନ୍ତି, ମା’ ଲକ୍ଷ୍ମୀ ତାଙ୍କ ଉପରେ ଦୟା କରିଥାନ୍ତି ।

କଳହ ଆଣିଥାଏ କାଙ୍ଗାଳ ପଣ

ଯେଉଁ ଘରେ ବୟସ୍କ ବ୍ୟକ୍ତିଙ୍କ ସମ୍ମାନ, ମହିଳାଙ୍କ ଇଜ୍ଜତ ଓ ଅନ୍ୟର ପୁରା ଧ୍ୟାନ ରଖାଯାଇଥାଏ , ସେହି ଲୋକଙ୍କୁ ମା’ ଲକ୍ଷ୍ମୀ ଆଶିର୍ବାଦ କରିଥାନ୍ତି । କଥାରେ ମଧୁରତା ଯୋଗୁ ବ୍ୟକ୍ତିକୁ ମାନ ସମ୍ମାନ,ପାରିବାରିକ ସୁଖ ଓ ଖୁସି ମିଳିଥାଏ । କଥା ଓ ମନ ଉପରେ ଯିଏ କାବୁ ପାଇଯାଆନ୍ତି, ମା’ ତାଙ୍କ ଉପରେ ଧନ ବର୍ଷା କରିଥାନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ବିବାଦ ଘରକୁ ଦରିଦ୍ରତା ଆଣିଥାଏ ।

ଦାନ ଭାବ

ଦାନ ଦେବା ବାଲା ବ୍ୟକ୍ତି ସମାଜ, ସୃଷ୍ଟି ଓ ଭଗବାନଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ପାଳନ କରିଥାନ୍ତି । ଏହାଦ୍ୱାରା କେବଳ ତାଙ୍କର ଉନ୍ନତି ହୋଇ ନଥାଏ, ସ୍ୱର୍ଗ ଲୋକରେ ତାଙ୍କର ସ୍ଥାନ ପ୍ରାପ୍ତ ହୋଇଥାଏ । ସନାତନ ଧର୍ମରେ ଦାନର ମହତ୍ତ୍ୱ ବିଷୟରେ କୁହାଯାଇଛି । ୨୦୨୩ ରେ ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତ ଦାନ କରନ୍ତୁ ।

ଭବିଷ୍ୟତକୁ ନେଇ ସଜାଗ ହୁଅନ୍ତୁ

ଯେଉଁ ବ୍ୟକ୍ତି ଧନର ମହତ୍ୱ ବୁଝିଥାନ୍ତି, ସେ କେବେ ଧନର ଅଭାବ ଦେଖି ନଥାନ୍ତି ନା କାହା ଆଗରେ ହାତ ପାତିଥାନ୍ତି । ଭବିଷ୍ୟତର ଯୋଜନାକୁ ନେଇ ଯାହା ପାଖରେ ଦୃଷ୍ଟିକୋଣ ନଥାଏ, ତାଙ୍କ ପାଖରେ ଲକ୍ଷ୍ମୀଜୀ ଅଧିକ ଦିନ ରହି ନଥାନ୍ତି । ମା’ ଲକ୍ଷ୍ମୀ ତାଙ୍କ ଉପରେ ଆଶିର୍ବାଦ କରିଥାନ୍ତି ଯିଏ ସଂଚୟ କରିଥାନ୍ତି ।

Leave A Reply

Your email address will not be published.