ପୂର୍ବ ସୂଚନା ଦେଇ ଆସେ ନାହିଁ ସଙ୍କଟ ଓ ମହାମାରୀ, ଜାଣନ୍ତୁ କରୋନା ମୁକାବିଲା ପାଇଁ କି କି ନୀତିବାଣୀ ଦେଇଛନ୍ତି ଚାଣକ୍ୟ

ସାଧାରଣ ମଣିଷର ଜୀବନକୁ ସରସ ସୁନ୍ଦର କରି ଗଢିବା ଲାଗି ଆବଶ୍ୟକ ସମସ୍ତ ନୀତି ବାଣୀ ଚାଣକ୍ୟଙ୍କ ନୀତିରେ ରହିଛି। କେବଳ ଆମ ଜୀବନ ନୁହେଁ ବିପଦ ବେଳେ କିପରି ଏହାକୁ ଧୌର୍ଯ୍ୟର ସହ ସାମ୍ନା କରିବ ସେନେଇ ମଧ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁସାରେ ସଙ୍କଟ ଓ ମହାମାରୀ ସୂଚନା ଦେଇ ଆସିନଥାଏ। ଏଣୁ ସ୍ଥିତିକୁ ଦେଖି ବୁଦ୍ଧିବିଚାରି କାମ କରିବା ଉଚିତ। ମହାମାରୀ ସମୟରେ ଗୋଟିଏ ଭୁଲ ନିଜର ତଥା ସମାଜର କ୍ଷତି କରିପାରେ।

chanakya2

ଏବେ ସାରା ଦୁନିଆ କରୋନା ମହାମାରୀ ସହ ଲଢ଼ୁଛି। ଏହି ମାରାତ୍ମକ ରୋଗରେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇ ଜୀବନ ମରଣ ସଂଗ୍ରାମ କରୁଛନ୍ତି। କରୋନା ସହ ଲଢ଼ିବାକୁ ଘରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏଣୁ ଏହି ପରିସ୍ଥିତିରେ ବଡ଼ମାନଙ୍କ କଥା ମାନି କାମ କଲେ ହିଁ ଏହି ବିପଦକୁ ଏଡାଇପାରିବା।

chanakya

ଏଭଳି ସ୍ଥିତିରେ ଚାଣକ୍ୟଙ୍କ ନିମ୍ନ କଥାକୁ ପାଳନ କରିବା ଉଚିତ…

  • ମହାମାରୀକୁ ହରାଇବାକୁ ପ୍ରଥମେ ଆମକୁ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପଡିବ।
  • ସାମାଜିକ ଦୂରତା ରକ୍ଷା କରିବା ଉଚିତ।
  • ମହାମାରୀକୁ ବିଜୟ କରିବାକୁ ନିଜେ ସୁସ୍ଥ ରହିବା ଜରୁରୀ। କାରଣ ଏହା ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପେ। ଆମେ ସୁସ୍ଥ ରହିଲେ ହିଁ ଏହା ବ୍ୟାପିବା ବନ୍ଦ ହେବ।
Leave A Reply

Your email address will not be published.