ଚାଣକ୍ୟ ନୀତି : ମନେ ରଖନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୫ କଥା, କଠିନ ସମୟରେ ଦେଖାଇବ ରାସ୍ତା

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୫ଟି ଉପଦେଶ ଅସୁବିଧା ସମୟରେ ଦେଖାଇବ ବାଟ-

୧.  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ଦୁନିଆରେ ଆପଣ ସବୁ ଜିନିଷର ମୂଲ୍ୟ ଶୁଝି ପାରିବେ । ହେଲେ ଦୁନିଆରେ ଏମିତି କିଛି ଧନ ନାହିଁ ଯାହାକୁ ଦେଇ ସଦଗୁରୁଙ୍କ ଜ୍ଞାନର କରଜ ଆପଣ ଶୁଝି ପାରିବେ ।

୨.  ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ସେହି ବ୍ୟକ୍ତି ଜ୍ଞାନି ହୋଇଥାଏ ଯିଏ ସତ୍ୟ କଥା କହିଥାଏ । ସେହି ବ୍ୟକ୍ତି ଶ୍ରେଷ୍ଠ ହୋଇଥାଏ ଯିଏ ପ୍ରେମ ଭାବରେ ନିଜର ଶକ୍ତି ଅନୁସାରେ ଅନ୍ୟର ସେବା କରିଥାଏ । ସିଏ ଶ୍ରେଷ୍ଠ,ଯାହାକୁ କ୍ରୋଧ ଆସିନଥାଏ ।

୩.  ଚାଣକ୍ୟ ଅନୁସାରେ ଯଦି ବିଦ୍ୟାର୍ଥୀ ନିଜର ଗୁରୁଙ୍କୁ ସଚ୍ଚା ମନରେ ସେବା କରେ । ତେବେ ଗୁରୁଙ୍କ ପାଖରେ ଅର୍ଜିତ ଜ୍ଞାନ ର ଅଧିକାରୀ ମଧ୍ୟ ସେ ବନିପାରେ । ସେ ହିଁ ଗୁରୁଙ୍କ କୃପା ପ୍ରାପ୍ତ କରିପାରେ ।

 ୪.  ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ହୃଦୟ ସବୁ ପ୍ରାଣୀଙ୍କ ପାଇଁ ପ୍ରେମପୂର୍ଣ୍ଣ ହୋଇଥାଏ ଓ ଅନ୍ୟର ଦୁଃଖରେ ତରଳି ଯାଇଥାଏ । ସେମାନଙ୍କ ପାଇଁ ଅନ୍ୟ ଜ୍ଞାନର କିଛି ଆବଶ୍ୟକ ନଥାଏ କିମ୍ବା ମୁକ୍ତିର ଆବଶ୍ୟକ ନଥାଏ । ଏପରି ବ୍ୟକ୍ତି ବାହାରକୁ ଦେଖାଉଥିବା ଲୋକଙ୍କ ଅପେକ୍ଷା ଶତ ଗୁଣେ ଭଲ ହୋଇଥାନ୍ତି ।

୫.  ଚାଣକ୍ୟ କୁହନ୍ତି ସାପର ଦଂଶନରେ ବିଷ ଥାଏ, ବିଛା କିମ୍ବା ବିଷାକ୍ତ କୀଟ ଦେହରେ ମଧ୍ୟ ବିଷ ଥାଏ । ହେଲେ ସବୁଠୁ ବିଷାକ୍ତ ହୋଇଥାଏ ଦୁଷ୍ଟ ମନୁଷ୍ୟ । ଅନ୍ୟ ବିଷର ଔଷଧ ଥିଲେ ମଧ୍ୟ ଦୁଷ୍ଟ ଲୋକର ବିଷର କୌଣସି ଔଷଧ ନଥାଏ । ତେଣୁ ଏପରି ଲୋକ ଠାରୁ ଦୂରରେ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.