ଘର ନିର୍ମାଣ ପାଇଁ ଭୂମି ନିର୍ଦ୍ଧାରଣ କରିବା ପୂର୍ବରୁ ଏହି ୫ ଟି କଥା ନିଶ୍ଚୟ ଯାଞ୍ଚ କରନ୍ତୁ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଘର ତିଆରି କରିବା ଏକ ବଡ଼ କାର୍ଯ୍ୟ ହୋଇଥାଏ । ଏହି ନିଷ୍ପତ୍ତି ବହୁତ ଚିନ୍ତା କରି ନେବା ଉଚିତ୍‌ । କାରଣ ଯଦି ଆପଣ ଘର କୌଣସି ଭୂଲ୍‌ ସ୍ଥାନରେ କରି ଦିଅନ୍ତି ତେବେ ଏହା ଆପଣଙ୍କ ଜୀବନରେ ବହୁତ କିଛି ଅସୁବିଧା ଆଣିଥାଏ । ଜୀବନରେ ସମସ୍ତେ ସଫଳତା ଚାହିଁଥାନ୍ତି । ତେଣୁ ଏଥିପାଇଁ ଘରର ସ୍ଥାନ ଓ ଘରର ନିର୍ମାଣ ଠିକ୍‌ ରହିବା ଉଚିତ୍‌ । କାରଣ ଯଦି ଠିକ୍‌ ସ୍ଥାନରେ ଘର ନିର୍ମାଣ ହୋଇଥାଏ ତାହା ଜୀବନରେ ଉନ୍ନତି ଆଣିବା ସହ ସଫଳତା ଆଣି ଦେଇଥାଏ । ତେଣୁ ଘର କରିବା ସମୟରେ ଚାଣକ୍ୟଙ୍କ ଏହି ୫ ଟି କଥା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌ ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି-

ଯସ୍ମିନ ଦେଶେ ନ ସମ୍ମାନୋ ନ ବୃତିର୍ଣ୍ଣ ଚ ବାନ୍ଧବଃ ।
ନ ଚ ବିଦ୍ୟାଗମୋଽଷ୍ୟସ୍ତି ବାସସ୍ତତ୍ର ନ କାରୟେତ୍‌ ।।

ଏହି ଶ୍ଳୋକର ଅର୍ଥ ହେଉଛି ଯେଉଁଠି ସମ୍ମାନ ନଥାଏ,ରୋଜଗାର ନଥାଏ, କେହି ବନ୍ଧୁ ବା ସମ୍ପର୍କିୟ ନଥାନ୍ତି, ଶିକ୍ଷା କିମ୍ବା ଭଲ ଗୁଣ ନଥାଏ । ଏମିତି ସ୍ଥାନରେ ଘର କେବେ କରିବା କଥା ନୁହେଁ । ଏହି ସ୍ଥାନକୁ ଛାଡ଼ିଦେବା ଉଚିତ୍‌ ।

୧. ଯେଉଁ ସ୍ଥାନରେ ସମ୍ମାନ ମିଳିବାର ନଥାଏ । ସେ ସ୍ଥାନରେ ରହିବ କଥା ନୁହେଁ ।

୨. ଉନ୍ନତି କରିବାକୁ ହେଲେ ରୋଜଗାରର ଆବଶ୍ୟକତା ଦରକାର । ତେଣୁ ଯେଉଁ ସ୍ଥାନରେ ରୋଜଗାର ହେବାର ସମ୍ଭାବନା ନଥାଏ ସେଠାରେ ଘର କରିବା କଥା ନୁହେଁ ।

୩. ଅସୁବିଧା ସମୟରେ ବନ୍ଧୁ ଓ ସମ୍ପର୍କୀୟଙ୍କ ଆବଶ୍ୟକ ପଡ଼ିଥାଏ । ତେଣୁ ଯେଉଁଠି ବନ୍ଧୁ କି ସମ୍ପର୍କୀୟ ନଥାନ୍ତି ସେଠାରେ ଘର କରିବା ଉଚିତ୍‌ ନୁହେଁ ।

୪. ମନୁଷ୍ୟର ସବୁଠୁ ବଡ଼ ଆବଶ୍ୟକତା ଶିକ୍ଷା । ଯେଉଁଠି ଶିକ୍ଷାର ବ୍ୟବସ୍ଥା ନଥାଏ, ସେହି ସ୍ଥାନରେ ଘର ନିର୍ମାଣ କରିବା ଉଚିତ୍‌ ନୁହେଁ ।

୫. ଯେଉଁ ସ୍ଥାନରେ ଆପଣଙ୍କ ପାଇଁ କିଛି ନୂଆ ଶିଖିବାର ସୁଯୋଗ ଥାଏ । ସେହି ସ୍ଥାନ ଆପଣଙ୍କ ପାଇଁ ଭଲ ହୋଇଥାଏ । ତେଣୁ ଘର ନିର୍ମାଣ କରିବାକୁ ଏପରି ସ୍ଥାନ ବାଛନ୍ତୁ ।

Leave A Reply

Your email address will not be published.