ଗଣ୍ଠି ପକାଇ ରଖନ୍ତୁ ଚାଣକ୍ୟଙ୍କ ବଚନ, ଏହି ତିନି ବ୍ୟକ୍ତିଙ୍କ ସହ ବନ୍ଧୁତା କରିବା ପୂର୍ବରୁ ବାରମ୍ବାର କରନ୍ତୁ ଚିନ୍ତା
ଇତିହାସର ସବୁଠାରୁ ଚାଲାକ ଏବଂ ବୁଦ୍ଧିମାନ୍ ବ୍ୟକ୍ତି ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଚନ୍ଦ୍ରଗୁପ୍ତଙ୍କୁ ଜଣେ ସାଧାରଣ ମଣିଷରୁ ଦେଶର ସବୁଠାରୁ ଶକ୍ତିଶାଳୀ ରାଜା କରିବାରେ ଯେଉଁ ମହାନ ଆଚାର୍ଯ୍ୟ ଙ୍କ ହାତ ରହିଛି ସେ ହେଉଛନ୍ତି ଚାଣକ୍ୟ। କେବେ ବି ବ୍ୟର୍ଥ ଯାଏନି ଆଚାର୍ଯ୍ୟ ଚାଣକ୍ୟଙ୍କ କଥା । ତାଙ୍କର ନୀତି ଏବଂ ଜ୍ଞାନ ଜୀବନକୁ ସରଳ ଏବଂ ସୁଗମ ତ କରିଥାଏ ଏହା ସହ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟଙ୍କ ନୀତି ବହୁତ ଉପଯୋଗୀ । ଯେଉଁ ବ୍ୟକ୍ତି ଏସବୁ ନୀତିକୁ ପାଳନ କରିଥାଏ ତାର ଜୀବନରେ ସମସ୍ତ ପ୍ରକାର ସୁଖ ଏବଂ ସୁବିଧା ପ୍ରାପ୍ତ ହୋଇଥାଏ । ନିଜ ନୀତିରେ ଚାଣକ୍ୟ ଏହି ତିନି ବ୍ୟକ୍ତିଙ୍କଠାରୁ ସବୁବେଳେ ସାବଧାନ ରହିବାକୁ କହିଛନ୍ତି ।
କବି :
କବି ମାନଙ୍କୁ ନେଇ ଏକ କଥା ପ୍ରଚଳିତ ଅଛି । ଯେଉଁଠି ନପହଂଚେ ରବି ସେଠି ପହଂଚିଥାଏ ରବି । ଯାହାର ଅର୍ଥ ହେଉଛି ଯେଉଁସ୍ଥାନରେ ସୂର୍ଯ୍ୟଙ୍କ କିରଣ ପହଂଚି ପାରିନଥାଏ ସେଠାରେ ଜଣେ କବିର ଚିନ୍ତା ପହଂଚିଯାଇଥାଏ । ନିଜର କବିତା ମାଧ୍ୟମରେ ବଡ଼ ବଡ଼ କଥା ଅତ୍ୟନ୍ତ ସହଜରେ କହିଦେଇଥାଏ କବି । ତେଣୁ ଚାଣକ୍ୟ କହିଛନ୍ତି ଭୁଲରେ ବି କୌଣସି କବି ସହ ଶତ୍ରୁତା କରିବା ଉଚିତ୍ ନୁହେଁ ।
ଏହା ସହ ପଢନ୍ତୁ ଚାଣକ୍ୟ କହିଛନ୍ତି ପୁରୁଷମାନେ ଏହି ୪ କଥାକୁ ରଖନ୍ତୁ ଗୁପ୍ତ, କାହା ସାମ୍ନାରେ ଭୁଲରେ କରନ୍ତୁ ନାହିଁ ସେୟାର୍
ମଦୁଆ ବ୍ୟକ୍ତି :
ଯେଉଁ ବ୍ୟକ୍ତି ସର୍ବଦା ମଦ ନିଶାରେ ବୁଡି ରହିଥାଏ ତା ସହ କେବେ ବି ବନ୍ଧୁତା କରିବା ଉଚିତ୍ ନୁହେଁ । ସର୍ବଦା ନିଶାରେ ରହୁଥିବା ବ୍ୟକ୍ତି ନିଜ ମର୍ଯ୍ୟଦା ଭୁଲି ଯାଇଥାଏ । ତାର ମନରେ ଯାହା ଆସିଥାଏ କହିଦେଇଥାଏ । ତେଣୁ ଚାଣକ୍ୟଙ୍କ ବଚନ ଅନୁଯାୟୀ ଏଭଳି ବ୍ୟକ୍ତିଠାରୁ ଦୁରେଇ ରୁହନ୍ତୁ ।
ଦୁଃସାହାସୀ ମହିଳା :
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦୁଃସାହାସ ବହୁତ । ଅଉ ଏହି ଦୁଃସାହାସ କାରଣରୁ ମହିଳାମାନେ ଅନେକ ସମୟରେ ଏମିତି କିଛି କାମ କରିବସନ୍ତି ଯାହାର ପୁରୁଷମାନେ ଚିନ୍ତା ବି କରିପାରିନଥାନ୍ତି ।