ଚାଣକ୍ୟ ନୀତି : ଆପଣଙ୍କ ଏହି କଥା ଶତ୍ରୁଙ୍କୁ ଖବର ନହେବା ଦରକାର, ନହେଲେ ଉଠାଇବାକୁ ହେବ ବଡ଼ ଅସୁବିଧା

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟଙ୍କ ନୀତି ଅନୁଯାୟୀ ଅନୁସାରେ ଶତ୍ରୁ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବେ ଯଦି ତାଙ୍କୁ ଆପଣଙ୍କ ଦୁର୍ବଳତା ସମ୍ପର୍କରେ ଜଣାପଡ଼େ । ଶତ୍ରୁଙ୍କୁ ପରାଜିତ କରିବାକୁ ହେଲେ ଚାଣକ୍ୟଙ୍କ ଏହି ନୀତିକୁ ମନେ ରଖନ୍ତୁ ।

ଯୋଜନାକୁ କାହା ସହ ସେୟାର କରିବାକୁ ହେଲେ ସାବଧାନୀ ହେବା ଦରକାର

ଚାଣକ୍ୟ ନୀତି ଅନୁଯାୟୀ ଆପଣ ନିଜର ମହତ୍ତ୍ୱପୁର୍ଣ୍ଣ ଯୋଜନା ସମ୍ପର୍କରେ ଅଧିକ ସତର୍କ ଓ ଗମ୍ଭୀର ହେବା ଦରକାର । ଯେପରି ଏହା ଅନ୍ୟକୁ ଜଣା ନଯାଏ । ବ୍ୟକ୍ତି ବେଳେ ବେଳେ ନିଜ ଅଜଣାତରେ ନିଜର ମହତ୍ୱପୂର୍ଣ୍ଣ କଥା ଅନ୍ୟକୁ କହିଦେଇଥାଏ । ଫଳରେ ଆପଣଙ୍କ କଥା ଶତ୍ରୁ ଜାଣିନେବା ଦ୍ୱାରା ଏହା ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ ଶତ୍ରୁ ପାଇଁ ଲାଭକାରୀ ହୋଇଥାଏ । ଫଳରେ ସେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ।

ଅବଗୁଣ

ଚାଣକ୍ୟ କୁହନ୍ତି ଯେ ଅବଗୁଣକୁ ଯେତେ ଶୀଘ୍ର ଛାଡିଦେବା ଉଚିତ୍‌ । ଆପଣଙ୍କ ଅବଗୁଣ ଶତ୍ରୁ ପାଇଁ କିଛି ଧନ ରତ୍ନ ଠାରୁ କମ୍‌ ନୁହେଁ । ଏହି ଅବଗୁଣର ଲାଭ ଉଠାଇ ଶତ୍ରୁ ସର୍ବଦା ଆପଣଙ୍କୁ ହାନି ପହଞ୍ଚାଇବାକୁ ଚେଷ୍ଟା କରିଥାନ୍ତି । ଅବଗୁଣକୁ ଜ୍ଞାନ ଓ ଆଧ୍ୟତ୍ମିକ ଦ୍ୱାରା ନଷ୍ଟ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.