ଚାଣକ୍ୟ ନୀତି : ଭୂଲରେ ବି କାହାକୁ ଜାଣିବାକୁ ଦିଅନ୍ତୁ ନାହିଁ ଏହି କଥା

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ହୁଏତ ଆପଣଙ୍କୁ କଠୋର ଲାଗିପାରେ । ହେଲେ କଠୋରତା ହିଁ ଜୀବନ ର ମୂଳ ମନ୍ତ୍ର । ଚାଣକ୍ୟ ତାଙ୍କ ଜୀବନ ଦର୍ଶନ ଓ ଅନୁଭୁତିରୁ ଏପରି କିଛି କଥା କହିଯାଇଛନ୍ତି । ଯାହାକି ସର୍ବଦା ମନୁଷ୍ୟକୁ ଉଚିତ ମାର୍ଗରେ ଯିବାକୁ ପ୍ରେରଣା ଦେଉଥିବ । ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସେପରି କିଛି ନୀତି କଥା ।

କାହାକୁ ଜାଣିବାକୁ ଦିଅନ୍ତୁ ନାହିଁ ଯେ ଆପଣ ଅସୁବିଧାରେ ଅଛନ୍ତି ବୋଲି ନଚେତ ଲୋକେ ତା’ର ଫାଇଦା ନେବେ :

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କ କିଛି ଅସୁବିଧା ଅଛି ତେବେ କାହାକୁ ଏହା ଜାଣିବାକୁ ଦିଅନ୍ତୁ ନାହିଁ । କାରଣ ଲୋକେ ଏହାର ଫାଇଦା ନେବେ । ଏବଂ ଆପଣଙ୍କ ଦୁର୍ବଳତା ଜାଣି ଆପଣଙ୍କୁ ଅସୁବିଧାରେ ପକାଇବେ ।

ଯଦି ଆପଣ ଭିତରୁ ଭାଙ୍ଗି ପଡ଼ିଥିବେ ତେବେ କାହାକୁ ଏହା ଜାଣିବାକୁ ଦିଅନ୍ତୁ ନାହିଁ । ନଚେତ ଲୋକେ ଏହାର ଫାଇଦା ଉଠାଇବେ ।

Leave A Reply

Your email address will not be published.