ଚାଣକ୍ୟ ନୀତି : ଏହି ୭ ଲୋକ ବହୁତ ସମ୍ମାନନୀୟ, ଏମାନଙ୍କୁ ପାଦରେ ଛୁଇଁଲେ ଲାଗିବ ପିଢ଼ି ପିଢ଼ି ଯାଏ ଦୋଷ
ଭାରତୀୟ ସଂସ୍କୃତିରେ ପିଲାଦିନରୁ ଏହି ସଂସ୍କାର ଦିଆଯାଇଥାଏ ଯେ ଯେଉଁମାନେ ବଡ଼ ଓ ସମ୍ମାନନୀୟ ଲୋକ ବା ବସ୍ତୁ ତାଙ୍କ ଠାରେ କେବେ ବି ଗୋଡ଼ ମାରିବା କଥା ନୁହେଁ । ଏମିତି କରିବା ଦ୍ୱାରା ପାପ ଲାଗିଥାଏ । ଚାଣକ୍ୟ ନୀତି ବି ଆମକୁ ଏହା ଶିକ୍ଷା ଦେଇଥାଏ । ଚାଣକ୍ୟଙ୍କ ନୀତି ଜୀବନକୁ ସରଳ ଓ ଠିକ ଢ଼ଙ୍ଗରେ ନେଇଥାଏ । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି ୭ ଜଣଙ୍କ ବିଷୟରେ କହିଛନ୍ତି,ଯାହାଙ୍କ ଠାରେ ଭୂଲରେ ବି ଗୋଡ଼ ବଜାନ୍ତୁ ନାହିଁ । ନଚେତ ମନୁଷ୍ୟକୁ ପିଢ଼ି ପଢ଼ି ଯାଏ ଲାଗିଥାଏ ପାପ ଓ ଧିରେ ଧିରେ ତା’ର ବଂଶ ନାଶ ହୋଇଯାଇଥାଏ । ଆସନ୍ତୁ ଜାଣିବା କିଏ ସେହି ୭ ଜଣ ।
ଶ୍ଳୋକ :
ପାଦାଭ୍ୟାଂ ନ ସ୍ପୃଶ୍ୟୋଦଗ୍ନିଂ ଗୁରୁ ବ୍ରାହ୍ମଣମେବ ଚ ।
ନୈବ ଗାଂ ନ କୁମାରୀଂ ଚ ନ ବୃଦ୍ଧଂ ନ ଶିଶୁଂ ତଥା ।।
ଅର୍ଥ – ଅଗ୍ନି, ଗୁରୁ, ବ୍ରାହ୍ମଣ, ଗାଇ, କୁମାରୀ, ବୃଦ୍ଧ ଓ ଶିଶୁଙ୍କୁ କେବେ ବି ପାଦରେ ଛୁଇଁବା କଥା ନୁହେଁ ।
ଏହି ୭ ଜଣଙ୍କୁ ପାଦ ଲଗାଇଲେ ପିଢ଼ି ପିଢ଼ି ଯାଏ ଲାଗିଥାଏ ଦୋଷ :
୧. ଅଗ୍ନି- ଅଗ୍ନିଙ୍କୁ ଦେବତାର ସ୍ଥାନ ଦିଆଯାଇଛି । କୌଣସି ବି ଶୁଭ କାର୍ଯ୍ୟ କରିବା ସମୟରେ ଅଗ୍ନିଙ୍କୁ ସାକ୍ଷୀ ରଖିକରି ବଚନ ନିଆଯାଇଥାଏ । ଯଜ୍ଞରେ ଅଗ୍ନି ପ୍ରଜ୍ଜ୍ୱଳିତ କରି ଶୁଦ୍ଧିକରଣ କରାଯାଇଥାଏ । ଅଗ୍ନିଙ୍କ ଅପମାନ ଦେବତାଙ୍କ ଅପମାନ । ଯଦି ଭୂଲରେ ପାଦ ଲାଗିଗଲା ତେବେ ଆପଣ କ୍ଷମା ମାଗନ୍ତୁ ।
୨. ବ୍ରାହ୍ମଣ : ଆମ ସମାଜରେ ବ୍ରାହ୍ମଣଙ୍କ ସ୍ଥାନ ବହୁତ ଉଚ୍ଚରେ । ଶୁଭ କାର୍ଯ୍ୟରେ ଆମେ ବ୍ରାହ୍ମଣ ଭୋଜନ କରାଇଥାନ୍ତି । ସେମାନଙ୍କ ଆଦର କରାଯାଇଥାଏ । ବ୍ରାହ୍ମଣଙ୍କ ତିରସ୍କାର କେବେ କରିବା କଥା ନୁହେଁ ।
୩. ଗୁରୁ : ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ପିତା-ମାତାଙ୍କ ଠାରୁ ବି ବଡ଼ ବୋଲି କୁହାଯାଇଛି । ଗୁରୁଙ୍କୁ ସର୍ବଦା ସମ୍ମାନ କରିବା କଥା । ଯିଏ ଗୁରୁଙ୍କୁ ଆଦର କରି ନଥାଏ ତାଙ୍କର ସର୍ବନାଶ ହୋଇଥାଏ ।
୪. କୁଆଁରୀ କନ୍ୟା : କୁଆଁରୀ କନ୍ୟାଙ୍କୁ ଦେବୀଙ୍କ ସହ ତୁଳନା କରାଯାଇଛି । ଏଥିପାଇଁ କନ୍ୟାଙ୍କୁ କେବେ ବି ନିଜର ପାଦ ଛୁଇଁବାକୁ ଦିଅନ୍ତୁ ନାହିଁ ।
୫. ବୃଦ୍ଧ ଲୋକ : ଘରର ବୟସ୍କ ଲୋକଙ୍କୁ ସର୍ବଦା ସମ୍ମାନ କରିବା ଉଚିତ୍ । ବୃଦ୍ଧ ବ୍ୟକ୍ତିଙ୍କ ଅପମାନ କରୁଥିବା ଲୋକଙ୍କ ଠାରେ ସବୁ ଗ୍ରହ କ୍ରୋଧିତ ହୋଇଥାନ୍ତି ।
୬. ଗାଈ : ଗାଈକୁ ମାତାଙ୍କ ରୂପ ଦିଆଯାଇଛି । ଗାଈଙ୍କୁ କେବେ କଷ୍ଟ ଦେବା କଥା ନୁହେଁ । ନଚେତ ଘରେ ଅଶାନ୍ତି ବଢ଼ିଥାଏ । ଯଦି ଗାଈଙ୍କ ଠାରେ ଭୂଲରେ ପାଦ ବାଜିଯାଏ ତୁରନ୍ତ କ୍ଷମା ମାଗି ନିଅନ୍ତୁ ।
୭. ଶିଶୁ : ହିନ୍ଦୁ ଧର୍ମ ଅନୁସାରେ ଶିଶୁଙ୍କୁ ଭଗବାନଙ୍କ ସହ ତୁଳନା କରାଯାଇଛି । ଏମାନଙ୍କୁ କେବେ ବି ପାଦରେ ଛୁଅନ୍ତୁ ନାହିଁ । ନଚେତ ଏହା ଭଗବାନଙ୍କୁ ନିରାଦର କରିବା ସହ ସମାନ ।