ଚାଣକ୍ୟ ନୀତି : ସମୟ ପୂର୍ବରୁ ସବୁ ବ୍ୟକ୍ତିଙ୍କୁ ଏହି ୩ କାମ କରିନେବା ଦରକାର

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି। ଆଚାର୍ଯ୍ୟ ଚାଣକ୍ୟ ମହାନ ବିଦ୍ୱାନ ଥିଲେ। ସେ ଅର୍ଥଶାସ୍ତ୍ର, ସମାଜ ଶାସ୍ତ୍ର ଓ ନୀତି ଶାସ୍ତ୍ରରେ ପାରଙ୍ଗମ ଥିଲେ । ତାଙ୍କ ଜ୍ଞାନ ସାହାଯ୍ୟରେ ସେ ମାନବ ଜାତି ପାଇଁ ଅନେକ ଭଲ କାମ କରିଛନ୍ତି।

ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି। କୁହାଯାଏ, ଲୋକଙ୍କୁ ସାହାଯ୍ୟ କଲେ ଭଗବାନ ଆପଣଙ୍କୁ ସାହାଯ୍ୟ କରିଥାନ୍ତି । ସମୟ ପୂର୍ବରୁ ସବୁ ବ୍ୟକ୍ତିଙ୍କୁ ଏହି ୩ କାମ କରିନେବା ଦରକାର । ଆସନ୍ତୁ ଜାଣିବା କ’ଣ ତାହା ।

୧. ଭଲ ଓ ସାମାଜିକ କାମ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବ୍ୟକ୍ତି ଜୀବନକାଳ ମଧ୍ୟରେ ସମାଜର ହିତ ପାଇଁ କିଛି ଭଲ କାମ କରିନେବା ଦରକାର । ମଉକା ମିଳିଲେ ଭଲ ଓ ଜନ କଲ୍ୟାଣ କାର୍ଯ୍ୟ କରିନେବା ଦରକାର । ଏହାଦ୍ୱାରା ସମ୍ମାନ ପ୍ରାପ୍ତ ହୋଇଥାଏ । ଯେ ପର୍ଯ୍ୟନ୍ତ ଶରୀରରେ ରୋଗ ନାହିଁ, ସେପର୍ଯ୍ୟନ୍ତ ଜନହିତ ପାଇଁ କାମ କରିନେବା ଦରକାର । ଭଲ କାମ କରିଥିବା ବ୍ୟକ୍ତିକୁ ବଞ୍ଚିଥିବା ବେଳେ ସମ୍ମାନ ମିଳିବା ସହ ମୃତ୍ୟୁ ପରେ ମଧ୍ୟ ସମ୍ମାନ ମିଳିଥାଏ ।

୨. କୌଣସି କାମକୁ କାଲି ପାଇଁ ଛାଡନ୍ତୁ ନାହିଁ : ଚାଣକ୍ୟଙ୍କ ଅନୁସାରେ ସମୟ ପୂର୍ବରୁ ସବୁ କାମକୁ କରି ଦିଅନ୍ତୁ । କୌଣସି କାମକୁ କାଲି ପାଇଁ ଛାଡ଼ି ଦିଅନ୍ତୁ ନାହିଁ । କାରଣ ଶରୀରର କୌଣସି ଭରଷା ନଥାଏ । ପରେ ବ୍ୟକ୍ତିର ଶରୀର ରୋଗ ପାଇଁ କାମ କରିବାର କ୍ଷମତା ରହିନଥାଏ ।

୩. ଦାନ-ପୁଣ୍ୟ : ଚାଣକ୍ୟ କୁହନ୍ତି ବ୍ୟକ୍ତି ସର୍ବଦା ଖରାପ କାମ ଠାରୁ ଦୂରେଇ ରହିବା ଦରକାର । ଯେ ପର୍ଯ୍ୟନ୍ତ ଶରୀର ନିରୋଗ ରହିଛି ସେ ଭିତରେ ପୂଣ୍ୟ ଅର୍ଜନ କରିନେବା ଦରକାର । କେବେ ବି କାହାର ଖରାପ ଚିନ୍ତା କରନ୍ତୁ ନାହିଁ । ଆତ୍ମାକୁ ଶୁଦ୍ଧ କରିବା ଜରୁରୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.