ଚାଣକ୍ୟ ନୀତି : ଏହି ଅବସ୍ଥାରେ ମନୁଷ୍ୟକୁ କୁହାଯାଏ ଭୀରୁ, ଲୋକ ଉଠାଇ ପାରନ୍ତି ଫାଇଦା

କେଉଁ ପରିସ୍ଥିତିରେ କେଉଁ ଗୁଣ ଆପଣଙ୍କର ତାକତ ହୋଇଥାଏ ଓ କେଉଁ ଗୁଣ ଆପଣଙ୍କୁ ଦୁର୍ବଳ ଓ ଭୀରୁ ବନାଇପାରେ ଚାଣକ୍ୟ ଏହାର ବର୍ଣ୍ଣନା ଏଠାରେ କରିଛନ୍ତି । ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି ଗୁଣ ସମ୍ପର୍କରେ କହିଛନ୍ତି ଯାହା ବ୍ୟକ୍ତିକୁ ବଳବାନ କରିଥାଏ ଓ କେଉଁ ପରିସ୍ଥିତିରେ ବ୍ୟକ୍ତି ଭୀରୁ ବନିଯାଏ ଆସନ୍ତୁ ଜାଣିବା ।

ଧୈର୍ଯ୍ୟର ସୀମା ରହିଛି, ଯଦି ଅଧିକ ହୋଇଯାଏ,ଭୀରୁ କୁହାଯାଏ –

•  ମନୁଷ୍ୟର ଧୈର୍ଯ୍ୟକୁ ସର୍ବଶ୍ରେଷ୍ଠ ଗୁଣ ମନାଯାଇଥାଏ । ଏହା କଠିନ ପରିସ୍ଥିତିରେ ବ୍ୟକ୍ତିକୁ ଶକ୍ତି ଦେଇଥାଏ । ଖରାପ ସମୟରୁ ବାହାରିବାକୁ ଶକ୍ତି ଦେଇଥାଏ । ହେଲେ ଯଦି ଧୈର୍ଯ୍ୟ ଆବଶ୍ୟକ ଠାରୁ ଅଧିକ ହୋଇଯାଏ,ତେବେ ବ୍ୟକ୍ତିକୁ ଭୀରୁ କୁହାଯାଏ ।

  ଚାଣକ୍ୟ କହିଛନ୍ତି ଧୈର୍ଯ୍ୟର ବି ଏକ ସୀମା ରହିଛି । କିଛି ଲୋକଙ୍କ ସହିବା ଶକ୍ତି ବହୁତ ଅଧିକ ହୋଇଥାଏ । ସେମାନେ ସବୁ ମାମଲାକୁ ଶାନ୍ତିରେ ତୁଟାଇବାକୁ ଚାହିଁଥାନ୍ତି । ସବୁ ମାମଲାକୁ ସହନଶୀଳତାର ସହ ଦେଖିଥାନ୍ତି, ଯାହାକି କିଛ ବାଟ ଯାଏ ଠିକ୍‌ । ହେଲେ ଯେଉଁଠି ଆବଶ୍ୟକ ହେବ ଆପଣ ସ୍ୱଭାବରେ ପରିବର୍ତ୍ତନ ଆଣିବା ଜରୁରୀ ।

•  ଧୈର୍ଯ୍ୟ କିଛି ମାମଲାରେ ବ୍ୟକ୍ତିକୁ ଦୁର୍ବଳ କରିଥାଏ,କାରଣ ସେ ନିଜର ସ୍ୱଭାବ ବହୁତ ଭଲ ଭାବେ ଜାଣିଥାନ୍ତି । ଚାଣକ୍ୟ କହିଛନ୍ତି ଯେ ଆପଣ କେବେ ବି ନିଜର ସ୍ୱାଭିମାନ ସହ ସମଝୋତା କରନ୍ତୁ ନାହିଁ । ଯେଉଁଠି ଧୈର୍ଯ୍ୟ ଦେଖାଇବା ଦ୍ୱାରା ବ୍ୟକ୍ତିର ମାନ ସମ୍ମାନକୁ ଆଞ୍ଚ ଆସିବ ବା ନିଜର ଛବି ଖରାପ ହେବ,ସେଠାରେ ଦେଖାନ୍ତୁ ନାହିଁ । ନଚେତ ଲୋକେ ଭୀରୁ କହିବେ ।

  ସମ୍ପର୍କ ଭିତରେ ଏମିତି କିଛି ପରିସ୍ଥତି ଆସେ,ଯେଉଁଠି କହିବା ବା ନିଜର ବକ୍ତବ୍ୟ ସର୍ବ ସମ୍ମୁଖରେ ରଖିବା ବହୁତ ଜରୁରୀ ହୋଇଥାଏ । ଯଦି ଆପଣଙ୍କ ପ୍ରତିକ୍ରିୟା ସେଥିରେ କିଛି ପରିବର୍ତ୍ତନ ଆଣେ,େତେବ ଏପରି ପରିସ୍ଥତିରେ ଚୁପ ରହିବା ମଧ୍ୟ ଭୀରୁତା କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.