ଚାଣକ୍ୟ ନୀତି : ସ୍ୱାସ୍ଥ୍ୟ ଓ ଧନକୁ ନେଇ ଚାଣକ୍ୟ କହିଛନ୍ତି ଏପରି କଥା,ଜାଣନ୍ତୁ, ଆସିବ ଆପଣଙ୍କ କାମରେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ବୈବାହିକ ଜୀବନ ଓ ଧନ ଆଦିର ମହତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ଆମ ଜୀବନରେ ସ୍ୱାସ୍ଥ୍ୟ ଓ ଧନକୁ ନେଇ କ’ଣ କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ ।

ସ୍ୱାସ୍ଥ୍ୟ

ଚାଣକ୍ୟଙ୍କ ନୀତି ଅନୁଯାୟୀ, ମନୁଷ୍ୟ ଜୀବନରେ ସବୁଠୁ ବଡ଼ ପୁଞ୍ଜି ହେଉଛି ତା’ର ସ୍ୱାସ୍ଥ୍ୟ । ଜଣେ ସୁସ୍ଥ ବ୍ୟକ୍ତି ଜୀବନର ସବୁ କଠିନ ସମୟ ସହ ଲଢ଼ିପାରେ । ସ୍ୱାସ୍ଥ୍ୟର ସମ୍ପର୍କ ଖାଦ୍ୟ ପାନୀୟ ସହ ରହିଥାଏ । ଯେଉଁ ବ୍ୟକ୍ତି ଭୋଜନର ତୁରନ୍ତ ପରେ ବହୁତ ପାଣି ପିଇଥାଏ,ତାହା ତାଙ୍କ ପାଇଁ ବିଷ ସଦୃଶ ହୋଇଥାଏ । ହେଲେ ଖାଇବା ସମୟରେ ଅଳ୍ପ ପାଣି ପିଇବା ଠିକ୍‌ ହୋଇଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟକ୍ତିକୁ ସ୍ନାନ ପରେ ସପ୍ତାହରେ ଥରେ ମାଲିସ କରିବା ଆବଶ୍ୟକ । ସେହିପରି ମାନସିକ ସ୍ୱାସ୍ଥ୍ୟ ପାଇଁ ଧ୍ୟାନ ଓ ଯୋଗ କରିବା ଜରୁରୀ ବୋଲି ଚାଣକ୍ୟ କହିଛନ୍ତି ।

ଧନ

ଚାଣକ୍ୟଙ୍କ ଅନୁଯାୟୀ, ଧନ ମନୁଷ୍ୟ ଜୀବନର ଏକ ମହତ୍ୱପୂର୍ଣ୍ଣ ଅଂଗ । ଜଣେ ଧନବାନ ବ୍ୟକ୍ତି ସମାଜରେ ସମ୍ମାନ ପ୍ରାପ୍ତ କରିଥାଏ ଓ ଧନ ଅସୁବିଧା ସମୟରେ ସାହାଯ୍ୟ କରିଥାଏ । ଏହାଛଡ଼ା ଧନ ଆପଣଙ୍କ ଶୁଭ ଚିନ୍ତକଙ୍କୁ ମଧ୍ୟ ଚିହ୍ନାଇଥାଏ । ଯେଉଁ ବନ୍ଧୁ ଓ ସମ୍ପର୍କୀୟ ଆପଣଙ୍କ ସମ୍ପତି ଯିବା ପରେ ବି ଆପଣଙ୍କ ସହ ରହିଥାନ୍ତି,ସେମାନେ ଆପଣଙ୍କ ଶୁଭ ଚିନ୍ତକ । ବ୍ୟକ୍ତିକୁ ଖରାପ ସମୟ ପାଇଁ ଧନ ସଂଚୟ କରି ରଖିବା ଆବଶ୍ୟକ । ତେଣୁ ଧନ ସର୍ବଦା ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.