ଚାଣକ୍ୟ ନୀତି : ଏହି ଲୋକଙ୍କ ଠାରୁ ଅଧିକ ଦୂରରେ ରୁହନ୍ତୁ ନାହିଁ କିମ୍ବା ଅତି ପାଖକୁ ଯାଆନ୍ତୁ ନାହିଁ

କୌଟଲ୍ୟଙ୍କ ନାମରେ ପ୍ରସିଦ୍ଧ ଆଚାର୍ଯ୍ୟ ଚାଣକ୍ୟ ନିଜର ରଣନୀତିକୁ ନେଇ ସାରା ଦୁନିଆରେ ଖ୍ୟାତ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ କିଛି ଏମିତି ଲୋକଙ୍କ ବିଷୟରେ କୁହାଯାଇଛି ଯାହାଙ୍କ ସହ ସର୍ବଦା ସନ୍ତୁଳିତ ବ୍ୟବହାର ରଖିବା ଉଚତ ହେବ । ନା ଏମାନଙ୍କ ଅତି ପାଖକୁ ଯିବା ଠିକ୍‌ ନୁହେଁ କିମ୍ବା ଅତି ଦୂରରେ ରହିବା ଠିକ୍‌ ନୁହେଁ ।

ଶକ୍ତିଶାଳୀ ବ୍ୟକ୍ତି : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଶକ୍ତିଶାଳୀ ବ୍ୟକ୍ତି ଯେପରି ରାଜା କିମ୍ବା ମନ୍ତ୍ରୀ ଭଳି ଲୋକଙ୍କ ସହ ଅତି ନିକଟ ସମ୍ପର୍କ ରଖିବା ଉଚିତ୍‌ ନୁହେଁ କିମ୍ବା ଅତି ଦୂରକୁ ମଧ୍ୟ ଯିବା ଉଚିତ୍‌ ନୁହେଁ । ଶକ୍ତିଶାଳୀ ବ୍ୟକ୍ତିଙ୍କ ଅତି ନିକଟକୁ ଯିବା ଦ୍ୱାରା ଆପଣ ଏମାନଙ୍କ କ୍ଷମତା କାରଣରୁ ଅଧୀନ ହୋଇ କାମ କରିବାକୁ ପଡ଼ିପାରେ । ସେହିପରି ଅତ୍ୟଧିକ ଦୂରତା ରଖିବା ଦ୍ୱାରା ଆପଣଙ୍କୁ ଏମାନଙ୍କ ଦ୍ୱାରା ମିଳିବାକୁ ଥିବା ସୁବିଧାରୁ ମଧ୍ୟ ବଞ୍ଚିତ ହୋଇ ପାରନ୍ତି । ରାଜା,ମନ୍ତ୍ରୀ ଓ ଶାସନ- ପ୍ରଶାସନରେ ଥିବା କ୍ଷମତାଶାଳୀ ବ୍ୟକ୍ତିଙ୍କ ନିକଟରେ ସର୍ବଦା ସନ୍ତୁଳିତ ବ୍ୟବହାର ରଖିବା ଉଚିତ୍‌ ।

ଅଗ୍ନି : ଅଗ୍ନି ଜଳାଇବା ସମୟରେ କିମ୍ବା ଅଗ୍ନି ସଂପର୍କୀୟ କୌଣସି ବି କାମ କରିବା ସମୟରେ ବିଶେଷ ସାବଧାନ ରହିବା ଉଚିତ୍‌ । ଯଦି ଅଗ୍ନି ଠାରୁ ଅଧିକ ଦୂରରେ ରହିବ ତ ଭୋଜନ ପ୍ରସ୍ତୁତ କରି ପାରିବନାହିଁ । ସେହିପରି ଅତ୍ୟଧିକ ନିଆଁ ପ୍ରୟୋଗ ଦ୍ୱାରା ଭୋଜନ ଜଳିଯାଇପାରେ । ତେଣୁ ଅଗ୍ନି ପ୍ରତି ମଧ୍ୟ ସନ୍ତୁଳିତ ଦୂରତା ବନାଇବା ଉଚିତ୍‌ । ତେଣୁ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଅଗ୍ନି ଠାରୁ ନା ଅଧିକ ଦୂରତା ନା ଅଧିକ ନିକଟ ବନାଇବା ଉଚିତ୍‌ ।

ସ୍ତ୍ରୀ : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ପୁରୁଷକୁ ସର୍ବଦା ଜଣେ ସ୍ତ୍ରୀ ସହ ସନ୍ତୁଳିତ ବ୍ୟବହାର ରଖିବା ଉଚିତ୍‌ । ସ୍ତ୍ରୀ ର ଅତ୍ୟଧିକ ନିକଟ ଯିବା ଦ୍ୱାରା ଆପଣଙ୍କୁ ଇର୍ଷା ଓ ଅପମାନର ସାମନା କରିବାକୁ ପଡ଼ିପାରେ । ସେହିପରି ଅତ୍ୟଧିକ ଦୂରତା ରଖିବା ଦ୍ୱାରା ଆପଣଙ୍କୁ ଘୃଣାର ସାମନା କରିବାକୁ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.