ଚାଣକ୍ୟ ନୀତି : ଜୀବନର କେବେ ବି ଆପଣ ପାଇବେ ନାହିଁ ଧୋକ୍କା, ମନେ ରଖନ୍ତୁ ଚାଣକ୍ୟଙ୍କ ଏହି ୫ କଥା

କୌଟଲ୍ୟଙ୍କ ନାମରେ ପ୍ରସିଦ୍ଧ ଆଚାର୍ଯ୍ୟ ଚାଣକ୍ୟ ନିଜର ରଣନୀତିକୁ ନେଇ ସାରା ଦୁନିଆରେ ଖ୍ୟାତ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ପରିସ୍ଥିତିକୁ କଡ଼ା ସାମନା କରିବେ

କାମରେ ସର୍ବଦା ବାଧା ଆସିଥାଏ । ହେଲେ ଏଥିରେ ଅଧିକାଂଶ ସମୟରେ ଲୋକେ ଡରି ଯାଆନ୍ତି । ଚାଣକ୍ୟଙ୍କ ଅନୁଯାୟୀ ବାଧାକୁ କଡ଼ା ଭାବେ ସାମନା କରିବା ଉଚିତ୍‌ । ଡରି ଯାଇ କିଛି ସମସ୍ୟାରୁ ଓହରି ଆସିବା ଭିରୁତାର ପ୍ରମାଣ ବୋଲି ଚାଣକ୍ୟ କହିଛନ୍ତି ।

ଅନ୍ୟର ଭୂଲରୁ ଶିଖନ୍ତୁ

ଚାଣକ୍ୟଙ୍କ ଅନୁଯାୟୀ, ମନୁଷ୍ୟ ଅନ୍ୟର ଭୂଲରୁ ଶିଖି ଆଗେ ବଢ଼ିବା ଉଚିତ୍‌ । ଲୋକେ ଅନ୍ୟର ଭୂଲରୁ ଶିଖି ନିଜର ଭୂଲକୁ ସୁଧାରି ନେବା ଉଚିତ୍‌ । ଫଳରେ କାମରୁ ତ୍ରୁଟି କମିଯାଇଥାଏ ।

ପରିଶ୍ରମ ଅନୁଯାୟୀ ଉଚିତ୍‌ ରଣନୀତି

ଜୀବନରେ ସଫଳ ହେବାକୁ ହେଲେ ପରିଶ୍ରମ ଛଡା ଉଚିତ ରଣନୀତିକୁ ଆପଣେଇବା ଉଚିତ୍‌ । ଫଳରେ ଲକ୍ଷ୍ୟ ପାଇବାରେ ସହଜ ହୋଇଥାଏ ।

ଭୂଲକୁ ସୁଧାରିବା

ଚାଣକ୍ୟଙ୍କ ନୀତି ଅନୁଯାୟୀ ଭୂଲ କରିବା ମନୁଷ୍ୟର ସହଜାତ ପ୍ରବୃତି । ଭୂଲ କୌଣସି ପ୍ରକାର ବି ହୋଇପାରେ । ତେବେ ମନୁଷ୍ୟ ପରିସ୍ଥିତିରୁ ନିଜ ଭୂଲ ସୁଧାରି ନେବା ଉଚିତ୍‌ । ଏମିତି କରିବା ଦ୍ୱାରା ଜୀବନରେ ଆସିବାକୁ ଥିବା ଅନେକ ପ୍ରକାର ଧୋକ୍କାରୁ ମନୁଷ୍ୟ ବଞ୍ଚି ଯାଇଥାଏ ।

କାର୍ଯ୍ୟରେ ପୁରା ଶକ୍ତି ଲଗାଇବା

ବହୁବାର ବ୍ୟକ୍ତି କାମ ଆରମ୍ଭ ତ କରିଥାଏ । ହେଲେ ଏଥିରେ ପୁର୍ଣ୍ଣ ଶକ୍ତି ଲଗାଇ ନଥାଏ । କିଛି ଦିନ ପରେ ସେ ଉକ୍ତ କାମରୁ ଓହରି ଯାଇଥାଏ । ଫଳରେ କାମରେ ନେଗେଟିଭ ଇମ୍ପାକ୍ଟ ପଡିଥାଏ । ତେଣୁ ଚାଣକ୍ୟ କୁହନ୍ତି କାମରେ ସଫଳ ହେବାକୁ ହେଲେ କାମରେ ପୁରା ଶକ୍ତି ଲଗାଇବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.