ଚାଣକ୍ୟ ନୀତି : ଏହି ୩ ଅଭ୍ୟାସ ନ ଛାଡ଼ିଲେ ଆପଣଙ୍କ ମାନ ସମ୍ମାନରେ ଘଟିବ ହାନି

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଏଠାରେ ଆଚାର୍ଯ୍ୟ ଲୋକଙ୍କୁ କିଛି ଖରାପ ଆଦତ ତ୍ୟାଗ କରିବାକୁ କହିଛନ୍ତି । ଯାହାଦ୍ୱାରା ମନୁଷ୍ୟର ସମ୍ମାନ ହାନି ହେବ ନାହିଁ ।

ନିନ୍ଦା କରିବା : କିଛି ଲୋକଙ୍କର ଅନ୍ୟର ନିନ୍ଦା କରିବା ଆଦତ । ଏମାନେ କେବେ ବି କାହାର ଭଲ ସହପାରନ୍ତି ନାହିଁ । ସର୍ବଦା ଅନ୍ୟର ନିନ୍ଦା କରିଥାନ୍ତି । ଏମିତି ଲୋକ ସର୍ବଦା ଅନ୍ୟ ଆଗରେ ନିଜର ମାନ ସମ୍ମାନ ହାନି କରିଥାନ୍ତି । ଏହି ଆଦତକୁ ଶୀଘ୍ର ଛାଡ଼ିଦେବା ଦରକାର । ନଚେତ ଅପମାନିତ ହେବେ ।

ମିଛ କହିବା : ଜୀବନରେ ଯଦି ମାନ ସମ୍ମାନ ପାଇବାର ଅଛି ତେବେ ମିଛ ଠାରୁ ଦୂରରେ ରୁହନ୍ତୁ । ସର୍ବଦା ସତ କୁହନ୍ତୁ ଓ ସତର ସାଥୀ ଦିଅନ୍ତୁ । ଏମିତି ଲୋକଙ୍କ ଉପରେ ଅନ୍ୟ ଲୋକଙ୍କର ଭରଷା ବଢ଼େ ଓ ସେମାନଙ୍କ ଠାରୁ ନ୍ୟାୟ ଆଶା କରାଯାଇଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ କି କଥା କଥାରେ ମିଛ କହିଥାନ୍ତି । ଏମିତି ଲୋକ କେବଳ ନିଜର କାମ ଉଠାଇବାକୁ ମତଲବ ରଖିଥାନ୍ତି । ନିଜର ସ୍ୱାର୍ଥ ପାଇଁ ସର୍ବଦା ମିଛ କହିଥାନ୍ତି । ଏମିତି ଲୋକଙ୍କୁ କେବେ କେହି ସମ୍ମାନ ଦେଇ ନଥାଏ । ଯଦି ଜୀବନରେ ଲୋକଙ୍କ ଠାରୁ ପ୍ରେମ ଓ ସମ୍ମାନ ଚାହୁଁଥାନ୍ତି ତେବେ ଧାର୍ମିକ ମାର୍ଗରେ ଚାଲନ୍ତୁ । କାରଣ ମିଛି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିନଥାଏ ।

ବଡେଇ କରି କହିବା : କିଛି ଲୋକ ନିଜର ଜୟ ଜୟକାର ଶୁଣାଇବା ପାଇଁ ବଡ଼ାଇ ଚଢ଼ାଇ କହିଥାନ୍ତି । ନିଜକୁ ଖୁବ୍‌ ଯୋଗ୍ୟ, ସମଝଦାର ଓ ବୁଦ୍ଧିମାନ ସାବିତ କରିବା ପାଇଁ ନିଜକୁ ଟେକି କରି କହିଥାନ୍ତି । ତେବେ ଏମାନେ ବେଶୀ ଦିନ ପର୍ଯ୍ୟନ୍ତ ଏମିତି ରହିପାରି ନଥାନ୍ତି । ଯେତେବେଳେ ଲୋକେ ଜାଣି ଯାଆନ୍ତି ସେତେବେଳେ ବିଶ୍ୱାସ କରିନଥାନ୍ତି । ଫଳରେ ସମ୍ମାନ ହାନି ହୋଇଥାଏ । ତେଣୁ ଏପରି କାର୍ଯ୍ୟରୁ ନିବୃତ୍ତ ରହିବା ଦରକାର ।