ଚାଣକ୍ୟ ନୀତି :ଯାହା ପାଖରେ ଥାଏ ଏହି ଜିନିଷ, ପୃଥିବୀ ତାଙ୍କ ପାଇଁ ସ୍ୱର୍ଗ ସମାନ ହୋଇଥାଏ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏହି ସବୁ ଜିନିଷ ଥାଏ ତେବେ ପୃଥିବୀ ତାଙ୍କ ପାଇଁ ସ୍ୱର୍ଗ । ଆସନ୍ତୁ ଜାଣିବା କ’ଣ ସେହି ଜିନିଷ ସବୁ ।

ଆଜ୍ଞାକାରୀ ପୁତ୍ର : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କ ପୁତ୍ର ଆଜ୍ଞାକାରୀ । ଅର୍ଥାତ ଆପଣଙ୍କ ସବୁ କଥା ଶୁଣୁଥିବେ ଓ ମାନୁଥିବେ । ତେବେ ଦୁନିଆରେ ଆପଣ ସବୁଠୁ ସୁଖୀ ବ୍ୟକ୍ତି । ପୃଥିବୀ ଆପଣଙ୍କ ପାଇଁ ସ୍ୱର୍ଗ ସମାନ ।

ଏମିତି ପତ୍ନୀ ଥିଲେ : ଚାଣକ୍ୟଙ୍‌କ ଅନୁସାରେ ଯଦି ଆପଣଙ୍କ ପତ୍ନୀ ସନ୍ତୋଷ ଓ ଆପଣଙ୍କ ସବୁ କଥା ମାନୁଥିବେ । ଯଦି ଆପଣଙ୍କ ପତ୍ନୀ ଆପଣଙ୍କ କଥାନୁସାରେ ଚାଲୁଥିବେ ତେବେ ଆପଣ ସବୁଠୁ ଭାଗ୍ୟବାନ ।

ଧନରେ ସନ୍ତୋଷ : ଯେଉଁ ବ୍ୟକ୍ତି ନିଜର ରୋଜଗାରରେ ସନ୍ତୁଷ୍ଟ ଥାଏ । ଯିଏ ଅଧିକ ଧନ ରୋଜଗାର କରିବାରେ ଲୋଭ କରିନଥାଏ । ସେହି ବ୍ୟକ୍ତି ସୁଖରେ ନିଜର ଜୀବନ ଅତିବାହିତ କରିଥାଏ ।

Leave A Reply

Your email address will not be published.