ସ୍ପେଶାଲ

ଚାଣକ୍ୟ ନୀତି : କ୍ୟାରିଅରରେ ସଫଳତା ପାଇବାକୁ ହେଲେ ମନେ ରଖନ୍ତୁ ଚାଣକ୍ୟଙ୍କ ଏହି କଥା

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଇମାନଦାର ଓ ଅନୁଶାସନ : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ହେଲେ ସର୍ବଦା ନିଜ କାମ ପ୍ରତି ଅଧିକ ଇମାନଦାର ଓ ଅନୁଶାସିତ ହେବା ଦରକାର । ଯଦି ଆପଣଙ୍କ ଜୀବନରେ ଅନୁଶାସନ ନାହିଁ ତ ଆପଣ ଜୀବନରେ ସଫଳତା ହାସଲ କରିପାରିବେ ନାହିଁ ।

ଭଲ ବ୍ୟବହାର : ଚାଣକ୍ୟ ଅନୁସାରେ ବ୍ୟକ୍ତି ଯଦି ନିଜ ଜୀବନରେ ସଫଳତା ପାଇବାକୁ ଚାହାଁନ୍ତି ତେବେ ସର୍ବଦା ଭଲ ବ୍ୟବହାର ଦେଖାଇବା ଉଚିତ୍‌ । ଚାଣକ୍ୟ କୁହନ୍ତି ଯେଉଁ ଲୋକ କଥାରେ ଧନୀ ହୋଇଥାନ୍ତି ସେମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ତେଣୁ ମନୁଷ୍ୟକୁ ସର୍ବଦା ମିଠା କଥା କହିବା ଉଚିତ୍‌ ।

ରିସ୍କ ନେବାକୁ ସାହସ ଥିବା ଦରକାର : ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ହେଲେ କୌଣସି କାର୍ଯ୍ୟରେ ରିସ୍କ ନେବାକୁ ହୁଏ । ଚାଣକ୍ୟଙ୍କ ମତରେ ଯେଉଁ ବ୍ୟକ୍ତି ରିସ୍କ ନେବାକୁ ଚାହିଁଥାଏ ସେ ଭବିଷ୍ୟତରେ ସଫଳତା ପାଇଥାଏ ।

ଟିମ ଓ୍ଵାର୍କ : ଚାଣକ୍ୟଙ୍କ ଅନୁଯାୟୀ ବ୍ୟକ୍ତି କେବେ ବି ଏକାକୀ ସଫଳତା ପାଇ ନଥାନ୍ତି । ସେମାନଙ୍କୁ ସର୍ବଦା ଟିମ ସହ କାମ କରିବାର ପ୍ରବୃତି ହେବା ଦରକାର । କାରଣ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲେ ସବୁ କାମ ଭଲ ଭାବରେ ସମ୍ପନ୍ନ ହୋଇଥାଏ ।

ସାମର୍ଥ୍ୟ : ବ୍ୟକ୍ତିକୁ ନିଜ କ୍ଷମତା ସମ୍ପର୍କରେ ଠିକ ଜ୍ଞାନ ରହିବା ଦରକାର । ସର୍ବଦା ନିଜ ସାମର୍ଥ୍ୟ ଅନୁସାରେ ହିଁ କାମ କରିବା ଉଚିତ । ନିଜ କ୍ଷମତା ବାହାରେ କାମ କଲେ ସର୍ବଦା କ୍ଷତି ଉଠାଇବାକୁ ପଡ଼ିଥାଏ ।

Niharanjan

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

5 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

34 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

53 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago