ଚାଣକ୍ୟ ନୀତି : ଏହା ଏମିତି ଏକ ଜିନିଷ ଯାହା ସର୍ବଦା ମଣିଷଙ୍କ ପିଛା କରିଥାଏ, ଚାହିଁ କରି ବି କରିପାରିବେନି ଅଲଗା

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ ।

ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ସଫଳତା ଓ ଧନ ପ୍ରାପ୍ତିର ରହସ୍ୟ ।ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ କାମର ଫଳ ଆପଣଙ୍କୁ ଜରୁର ମିଳିଥାଏ । ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଏମିତି କେଉଁ ଜିନିଷ ବିଷୟରେ କହିଛନ୍ତି ଯାହା ନିଜ ସହିତ ଅଲଗା ଜନ୍ମ ଯାଏ ଚାଲିଥାଏ । ଯାହାକୁ ଚାହିଁ କରି ବି ଆପଣ ଅଲଗା କରିପାରିବେ ନାହିଁ ।

‘ଯେମିତି ଗାଇର ବାଛୁରି ହଜାର ଗାଇଙ୍କ ମଧ୍ୟରେ ମଧ୍ୟ ନିଜର ମା’ପଛରେ ଚାଲିଥାଏ । ସେହିପରି କର୍ମ ମଧ୍ୟ ସର୍ବଦା ବ୍ୟକ୍ତିର ପଛେ ପଛେ ଚାଲିଥାଏ । ’

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ବାଛୁରି ଗାଇ ପଲଙ୍କ ମଧ୍ୟରେ ହଜି ବି ଯାଏ ସେ ଖୋଜି ଖୋଜି ତା’ର ମା’ ପାଖରେ ପହଞ୍ଚି ଯାଇଥାଏ । ସେହିପରି କର୍ମ ମଧ୍ୟ ମନୁଷ୍ୟର ପିଛା କରିଥାଏ । ଆପଣ ଯେତେ ଚେଷ୍ଟା କରନ୍ତୁ ଏହାଠାରୁ କେବେ ବି ମୁକ୍ତି ପାଇବେ ନାହିଁ । ଯଦି ଭଲ କର୍ମ ଅଧିକ ଥାଏ ତେବେ ଖରାପ କର୍ମର ଫଳ ଏହି ଜନ୍ମରେ ତଥା ଭଲ କର୍ମର ଫଳ ଆସନ୍ତା ଜନ୍ମ କିମ୍ବା ଏହି ଜନ୍ମରେ ଭୋଗିବାକୁ ପଡ଼ିଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ସର୍ବଦା ଠିକ୍‌ କର୍ମ କରିବା ଦରକାର । ତାହାଲେ ଆଗାମୀ ଦିନରେ ଭଲ ଫଳ ମିଳିବ । ଯଦି କୌଣସି ବ୍ୟକ୍ତି ଖରାପ କର୍ମ କରନ୍ତି ତାହେଲେ ତାଙ୍କୁ ତାହାର ଫଳ ଜରୁର ମିଳିଥାଏ । କର୍ମ ଏପରି ଏକ ଜିନିଷ ଯାହା ମନୁଷ୍ୟକୁ ତା’ର କାମ ଅନୁଯାୟୀ ଫଳ ଦେଇଥାଏ । ତେଣୁ ସର୍ବଦା ଠିକ ମାର୍ଗରେ ଚାଲିବା ଉଚିତ୍‌ । ଯେଉଁଥିପାଇଁ ଆଗାମୀ ଦିନରେ ଆପଣଙ୍କୁ କର୍ମର ଠିକ ଫଳ ମିଳିବ ।

Leave A Reply

Your email address will not be published.