ସ୍ପେଶାଲ

ଚାଣକ୍ୟ ନୀତି : ବ୍ୟକ୍ତି ଭରସାଯୋଗ୍ୟ କି ନୁହଁନ୍ତି ପରିଖିବା ପାଇଁ ଏହି ତରିକା ଆପଣାନ୍ତୁ, କେବେ ବି ଠକିବେ ନାହିଁ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ ।

ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।  ଆଜି ଆମେ ଭରଷାଯୋଗ୍ୟ ବ୍ୟକ୍ତିଙ୍କୁ କିପରି ଚିହ୍ନିବେ ସେ ସମ୍ପର୍କରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶ ସମ୍ପର୍କରେ କହିବାକୁ ଯାଉଛୁ । ଏହା ଆପଣଙ୍କ ଜୀବନରେ କାମରେ ଲାଗିବ ।

_  ଚାଣକ୍ୟଙ୍କ ମତରେ ସୁନାର ଗୁଣ ଜାଣିବା ପାଇଁ ତାକୁ ଘଷା ଯାଇଥାଏ । ନିଆଁରେ ପୋଡ଼ା ଯାଇଥାଏ ଓ ପୁଣି ପିଟି କରି ଦେଖାଯାଇଥାଏ । କିମ୍ବା କାଟି କରି ମଧ୍ୟ ସୁନା ଓ ରୁପାର ଶୁଦ୍ଧତା ବିଷୟରେ ଯାଞ୍ଚ କରାଯାଇଥାଏ । ଏହି ସବୁ     ପରୀକ୍ଷା ଦ୍ୱାରା ସହଜରେ ଜଣାଯାଏ ଯେ ସୁନା ଅସଲି କିମ୍ବା ନକଲି । ସେହିପରି ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଭରଷା କରିବା ପୂର୍ବରୁ ଏହି କଥା ଉପରେ ଧ୍ୟାନ ଦିଆଯାଏ । ତେବେ କେବେ ବି ପଶ୍ଚାତାପ କରିବାକୁ ପଡ଼ିବ ନାହିଁ ।

_  ଯଦି କୌଣସି ବ୍ୟକ୍ତି ଅନ୍ୟର ଦୁଃଖକୁ ଦୂର କରିବା ପାଇଁ ନିଜର ସୁଖ ତ୍ୟାଗ କରୁଥାଏ ତେବେ ସେ ନିଶ୍ଚିତ ଭରଷାଯୋଗ୍ୟ ବ୍ୟକ୍ତି । ଏମିତି ଲୋକଙ୍କ ଉପରେ ଜରୁର ଭରଷା କରିବା ଉଚିତ୍‌ । ଏହାଛଡ଼ା ଯେଉଁ ବ୍ୟକ୍ତି ସମସ୍ତଙ୍କ           ସମ୍ପର୍କରେ ଭଲ ଭାବନା ରଖିଥାଏ ସେ କେବେ ବି କାହାକୁ ଧୋକା ଦେଇପାରେନା ।

_  ଭୁଲ କାମ କରି କିମ୍ବା ଭୁଲ ଉପାୟରେ ଧନ କମାଉଥିବା ବ୍ୟକ୍ତି ଉପରେ କେବେ ବି ଭରଷା କରିବା କଥା ନୁହେଁ । କାରଣ ଏମିତି ଲୋକ ନିଜର ସ୍ୱାର୍ଥ ପାଇଁ କାହାକୁ ବି ଧୋକା ଦେଇପାରନ୍ତି ।

Niharanjan

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

9 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

26 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

38 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

48 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

51 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago