ଚାଣକ୍ୟ ନୀତି : ଘରେ କଥା କଥାରେ କାନ୍ଦ ବୋବା କରୁଥିବା ପତ୍ନୀ ଖୋଲି ଦେଇଥାନ୍ତି ପତିଙ୍କ ଭାଗ୍ୟ, ପରିବାର ପାଇଁ ହୋଇଥାନ୍ତି ଶୁଭ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।ଜଣେ ବିବାହିତ ପୁରୁଷଙ୍କ ପାଇଁ ତାଙ୍କ ସ୍ତ୍ରୀ ବହୁତ ଗୁରୁତ୍ୱ ବହନ କରିଥାନ୍ତି । ଜଣେ ଭଲ ପତ୍ନୀ ଘରକୁ ବଦଳାଇ ଦେଇଥାନ୍ତି ଓ ବିଗାଡି ଦେଇଥାନ୍ତି ମଧ୍ୟ । ପତିଙ୍କ ସଫଳତା ଓ ବିଫଳତା ପଛରେ ପତ୍ନୀଙ୍କ ବଡ଼ ହାତ ରହିଥାଏ ।
ମହିଳା ହୋଇଥାନ୍ତି ବହୁତ ସହନଶୀଳ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପୁରୁଷଙ୍କ ତୁଳନାରେ ସ୍ତ୍ରୀ ବହୁତ ସହନଶୀଳ ହୋଇଥାନ୍ତି । ବହୁତ ସ୍ତ୍ରୀ ଘରେ ଟିକେ କଥାରେ ବହୁତ କାନ୍ଦବୋବା କରିଥାନ୍ତି । ପତ୍ନୀଙ୍କ ଏମିତି କରିବା ଦ୍ୱାରା ପତିଙ୍କ ମନରେ ରାଗ ଆସିପାରେ, ହେଲେ ଚାଣକ୍ୟ ଏହି ସ୍ତ୍ରୀଙ୍କ ପାଇଁ ଅଲଗା ଯୁକ୍ତି ଦେଇଛନ୍ତି ।
ଏମିତି ସ୍ତ୍ରୀଙ୍କୁ ସମ୍ମାନ
ଚାଣକ୍ୟଙ୍କ ମତରେ କଥା କଥାରେ କାନ୍ଦ ବୋବା କରୁଥିବା ପତ୍ନୀ ବହୁତ ଶୁଭ ହୋଇଥାନ୍ତି । ଏମିତି ସ୍ତ୍ରୀଙ୍କୁ ସମ୍ମାନ କରିବା ଦରକାର । ଏମିତି ସ୍ତ୍ରୀ ସ୍ୱଚ୍ଛ ମନ ବାଲି ହୋଇଥାନ୍ତି । ଯେଉଁମାନେ ପ୍ରତି କଥାକୁ କାନ୍ଦ ବୋବା ଦ୍ୱାରା ମନରୁ ବାହାର କରିଦେଇଥାନ୍ତି ।
ଖୋଲିଯାଇଥାଏ ଭାଗ୍ୟର ତାଲା
ଚାଣକ୍ୟଙ୍କ ଅନୁସାରେ ଏମିତି ସ୍ତ୍ରୀ ବହୁତ ନରମ ହୋଇଥାନ୍ତି । ଅଧିକ ସମ୍ବେଦନଶୀଳ ସ୍ତ୍ରୀ କାନ୍ଦ ବୋବା କରିଥାନ୍ତି । ଯାହାଙ୍କ ବିବାହ ଏପରି ସ୍ତ୍ରୀଙ୍କ ସହ ହୋଇଥାଏ, ତାଙ୍କ ଭାଗ୍ୟ ଖୋଲି ଯାଇଥାଏ ।
ପରିବାର ପାଇଁ ହୋଇଥାନ୍ତି ଶୁଭ
ଏମିତି ସ୍ତ୍ରୀ ପରିବାର ପାଇଁ ବହୁତ ଶୁଭ ହୋଇଥାନ୍ତି । ଯିଏ ନିଜର ସବୁ କଥା ବା ଦୁଃଖ ମନରୁ ବାହାର କରିଦେଇଥାନ୍ତି । ମନ ସଫା ଥିବା ଯୋଗୁ ଏପରି ସ୍ତ୍ରୀ କାହା ପାଇଁ ମନରେ ଖରାପ ଭାବନା ରଖିନଥାଏ । ଏମିତି ସ୍ତ୍ରୀ କେବେ କାହା ପାଇଁ ଖରାପ ଭାବନା ରଖି ନଥାନ୍ତି ।