ଚାଣକ୍ୟ ନୀତି : ଏହି ତିନି ଜାଗାକୁ ଲକ୍ଷ୍ମୀଜୀ ନିଜେ ଚାଲିକରି ଆସିଥାନ୍ତି, କେବେ ହୋଇନଥାଏ ଧନର ଅଭାବ

ଚାଣକ୍ୟଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହାର ପ୍ରାସଙ୍ଗିକତା ଏବେ ରହିଛି |

ଆଜି ଚାଣକ୍ୟ କହିଛନ୍ତି ଏମିତି କେଉଁ ସ୍ଥାନ ରହିଛି ଯେଉଁଠିକୁ ମା’ ଲକ୍ଷ୍ମୀ ନିଜେ ଚାଲିକରି ଆସିଥାନ୍ତି |

ଶ୍ଳୋକ : 

ମୂର୍ଖାଃ ଯତ୍ର ନ ପୂଜ୍ୟନ୍ତେ ଧାନ୍ୟଂ ଯତ୍ର ସୁସଂଚିତମ୍ ।

ଦାମ୍ପତ୍ୟେଃ କଳହୋ ନାସ୍ତି ତତ୍ର ଶ୍ରୀ ସ୍ବୟମାଗତା ।।

ଅର୍ଥ – ଯେଉଁଠି ମୂର୍ଖଙ୍କର ଆଦର ହୁଏ ନାହିଁ , ଅନ୍ନର ଭଣ୍ଡାର ଭରି ହୋଇ ରହିଥାଏ, ପତି- ପତ୍ନୀଙ୍କ ମଧ୍ୟରେ କଳହ ହୁଏ ନାହିଁ, ସେହି ସ୍ଥାନକୁ ମା’ ଲକ୍ଷ୍ମୀ ଚାଲିକରି ଆସିଥାନ୍ତି |

ଆଚାର୍ଯ୍ୟ ଚାଣକ୍ୟ ଆହୁରି କହିଛନ୍ତି ଯେ କେଉଁ ଜାଗାକୁ ଲକ୍ଷ୍ମୀ ଆସନ୍ତି ନାହିଁ | ଯେଉଁଠି ମୂର୍ଖଙ୍କର ସମ୍ମାନ କରାଯାଏ ସେ ସ୍ଥାନକୁ ମା’ ଲକ୍ଷ୍ମୀ କେବେ ବି ଆସନ୍ତି ନାହିଁ | କାରଣ ଟିକେ ପ୍ରଶଂସା ପାଇବାକୁ ବ୍ୟକ୍ତି ମୂର୍ଖ ଲୋକଙ୍କ ପଛରେ ବୁଲୁଥାଏ | ତେଣୁ ସେ ବ୍ୟକ୍ତିର ମଧ୍ୟ ହାନୀ ହୋଇଥାଏ |

ତେଣୁ ଯଦି ମା’ ଲକ୍ଷ୍ମୀଙ୍କ ଆଶିର୍ବାଦ ଚାହୁଁଛନ୍ତି ତେବେ ମୂର୍ଖ ବ୍ୟକ୍ତିଙ୍କ କଥାରେ କେବେ ଆସନ୍ତୁ ନାହିଁ | ସେହିପରି ଯେଉଁଠି ଅନ୍ନର ଭଣ୍ଡାର ଭରି ହୋଇ ରହିଥାଏ, ପତି- ପତ୍ନୀଙ୍କ ମଧ୍ୟରେ କଳହ ହୁଏ ନାହିଁ, ସେହି ସ୍ଥାନକୁ ମା’ ଲକ୍ଷ୍ମୀ ଚାଲିକରି ଆସିଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.