ଚାଣକ୍ୟ ନୀତି : ଧନକୁ ଏପରି କରନ୍ତୁ ବ୍ୟବହାର, ସଙ୍କଟ ସମୟରେ ରହିବେ ସୁଖୀ

ଧନ ବିନା ଜୀବନ ନିର୍ବାହ କରିବା କଠିନ । ଧନ ଭଲ ମନ୍ଦ ସମ୍ପର୍କକୁ ଚିହ୍ନାଇ ଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯିଏ ଧନର ମୂଲ୍ୟ ବୁଝନ୍ତି ସେ ସମ୍ପନ୍ନ ଓ ସମୃଦ୍ଧ ରହିଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ ଧନର ବ୍ୟବହାର ତରିକା ସମ୍ପର୍କରେ କହିଛନ୍ତି,ଯିଏ ଏହାକୁ ବ୍ୟବହାର କରନ୍ତି ସେ ସୁଖରେ ଜୀବନ କଟାଇଥାନ୍ତି । ଧନର ବ୍ୟବହାର ସମ୍ପର୍କରେ ଚାଣକ୍ୟ କ’ଣ କହିଛନ୍ତି ଆସନ୍ତୁ ଜାଣିବା ।

ଧନର ବ୍ୟବହାର ତରିକା

ଚାଣକ୍ୟ କୁହନ୍ତି, ଧନର ବ୍ୟବହାର ସୁରକ୍ଷା, ଦାନ ଓ ନିବେଶ ଅନୁଯାୟୀ କରିଥାଏ ସେ ସଂକଟ ସମୟରେ ହସିକରି ଜୀବନ ବିତାଇଥାଏ । ଧନର ଉପଯୋଗ ଠିକ୍‌ ଯାଗାରେ ଓ ଠିକ୍‌ ସମୟ ଅନୁସାରେ କରିବା ଉଚିତ୍‌ । ଧନର ଅନାବଶ୍ୟକ ଖର୍ଚ୍ଚ କରିବା ବାଲା ବିପଦ ସମୟରେ ଦୁଃଖ ଓ ଦାରିଦ୍ୟରେ ସମୟ କଟାଇଥାଏ ।

ଚାଣକ୍ୟଙ୍କ ମତରେ ଧନର ସଂଚୟ ଭଲ କାମରେ, ଅଯଥା ଖର୍ଚ୍ଚକୁ ରୋକିବା, କେବେ କେତେ ପଇସା ଖର୍ଚ୍ଚ କରିବା ଏହାର ହିସାବ ରଖିବା, ଅବଶ୍ୟ ଏହାକୁ କେହି କଂଜୁସ କହି ପାରନ୍ତି, ହେଲେ ଖରାପ ସମୟରେ ଏହା ଆପଣଙ୍କୁ ବଂଚାଇ ଦେଇପାରେ ।

ସଂଚୟର କିଛି ଭାଗ ଦାନ ପୂଣ୍ୟରେ ଖର୍ଚ୍ଚ କରିବା ଦ୍ୱାରା ଧନ ଦୁଇଗୁଣ ହୋଇଥାଏ । ଦାନ ଠାରୁ କୌଣସି ବଡ଼ ଧନ ନାହିଁ । କୌଣସି ଗରୀବ ବ୍ୟକ୍ତିକୁ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବନି ରହିଥାଏ । ବିପଦ ମଧ୍ୟ ତାଙ୍କର କ୍ଷତି କରି ପାରି ନଥାଏ ।

ଯେଉଁ ପରି ସନ୍ତୁଳିତ ଆହାର ଆମର ଶରୀରକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିଥାଏ, ସେହି ପରି ଧନ ଖର୍ଚ୍ଚର ସନ୍ତୁଳନ ମନୁଷ୍ୟକୁ ବିପଦ ସମୟରେ କ୍ଷତି ପହଞ୍ଚାଇ ନଥାଏ । ଧନର ବହୁତ ସତର୍କତା ସହ ଖର୍ଚ୍ଚ ସହ ଆବଶ୍ୟକ ଅନୁଯାୟୀ ଖର୍ଚ୍ଚ କରିବା ଦରକାର । ଯିଏ ଏପରି ନ କରେ ଜୀବନର ସବୁ ସମୟରେ ଅସୁବିଧା ଭୋଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.