ଚାଣକ୍ୟ ନୀତି : ଏହି ୩ ଜିନିଷରେ କେବେ ବି କରନ୍ତୁ ନାହିଁ ଲାଜ, ନହେଲେ ପଛରେ ପସ୍ତାଇବେ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଚାଣକ୍ୟ ମାନବ ସମାଜର କଲ୍ୟାଣ ପାଇଁ ବହୁତ ନୀତି ତିଆରି କରିଛନ୍ତି । ଯାହା ମାଧ୍ୟମରେ ଜଣାପଡ଼େ ଯେ ମନୁଷ୍ୟ କେଉଁ ପରିସ୍ଥିତିରେ କିପରି ବ୍ୟବହାର କରିବା ଉଚିତ୍‌ । ଯେଉଁଥିପାଇଁ ତାକୁ ଅସୁବିଧାର ସାମ୍ନା କରିବାକୁ ନପଡ଼େ । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ଏହ ନୀତିକୁ ବୁଝି ଜୀବନରେ ଲଗାଏ ସେ କେବେ ଅସୁବିଧାରେ ପଡ଼ିନଥାଏ । ଜାଣନ୍ତୁ ଚାଣକ୍ୟ କହିଥିବା ଏମିତି କେଉଁ କାମ ଅଛି ଯେଉଁଥିରେ ଲାଜ କରିବା କଥା ନୁହେଁ ।

୧. ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ଧନ ସହିତ ଜଡ଼ିତ ମାମଲାରେ ଲାଜ କରିବା କଥା ନୁହେଁ । କାରଣ ଏହାଦ୍ୱାରା ନିଜର କ୍ଷତି ହିଁ ହୋଇଥାଏ । ଯେଉଁ ବ୍ୟକ୍ତି ଧନ ସହ ଜଡିତ ମାମଲାରେ ଲାଜ କରିଥାନ୍ତି ସେମାନେ ବହୁତ କ୍ଷତି ସହିଥାନ୍ତି । ଯେପରି ଆପଣ କେଉଁ ବ୍ୟକ୍ତିକୁ ଉଧାର ଦେଇଛ ଓ ତାଙ୍କୁ ଅର୍ଥ ମାଗିବାକୁ ଲାଜ କରୁଛ । ଏଥିରେ ଆପଣଙ୍କ ଧନ ହାନି ହିଁ ହେବ । ଏହାଦ୍ୱାରା ସାମନାବାଲା ବ୍ୟକ୍ତି ଆପଣଙ୍କ ଲାଜର ଫାଇଦା ନେଇଥାଏ ।

୨. ଚାଣକ୍ୟ କୁହନ୍ତି ବ୍ୟକ୍ତି ଭୋଜନ କରିବାରେ ଲାଜ କରିବା କଥା ନୁହେଁ । ପ୍ରାୟତଃ ଦେଖାଯାଏ ଯେ ଲୋକେ ବନ୍ଧୁ ଘରେ ବା କୌଣସି ଅଜଣା ସ୍ଥାନରେ ଖାଇବାରେ ଲାଜ କରିଥାନ୍ତି । ଫଳରେ ପେଟ ଭରି ଖାଇନଥାନ୍ତି ଓ ପରେ ଭୋକରେ କଷ୍ଟ ପାଇଥାନ୍ତି । ତେଣୁ ବ୍ୟକ୍ତିକୁ କେବେ ବି ଭୋକ ମାରିବା କଥା ନୁହେଁ । କାରଣ ଏପରି କରିବା ଦ୍ୱାରା ଆପଣ ଭୋକରେ ହିଁ ରହିଯିବେ ।

୩. ଚାଣକ୍ୟ କୁହନ୍ତି କେହି ବ୍ୟକ୍ତି ଜ୍ଞାନ ନେବା ବେଳେ ଲାଜ କରିବା କଥା ନୁହେଁ । କୁହାଯାଏ ଯେ ଭଲ ବିଦ୍ୟାର୍ଥୀ ନିଜ ଗୁରୁ ବା ଶିକ୍ଷକଙ୍କ ଠାରୁ କେବେ ବି ଜ୍ଞାନ ଅର୍ଜନ କଲାବେଳେ ଲାଜ ନକରି ସବୁ ଉତ୍ତର ଆଦାୟ କରିଥାଏ । ଏପରି ବିଦ୍ୟାର୍ଥୀଙ୍କ ପାଖରେ ଜ୍ଞାନର ଅଭାବ ନଥାଏ । ହେଲେ ଲାଜ କରୁଥିବା ବିଦ୍ୟାର୍ଥୀ ଜ୍ଞାନ ପାଇବାରୁ ବଞ୍ଚିତ ହୋଇଥାଏ । ଯାହା ପରେ ଭୋଗିବାକୁ ପଡ଼ିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.