ଚାଣକ୍ୟ ନୀତି : ହାତକୁ ଆସୁଥିବା ସଫଳତା ଛଡାଇ ନେଇଥାଏ ଏହି ଆଦତ, ଛାଡିଦେଲେ ଦୁନିଆରେ କରିବେ ରାଜ

ଚାଣକ୍ୟଙ୍କ ନୀତି ବ୍ୟକ୍ତିକୁ ଏହି ସ୍ୱାର୍ଥପର ସଂସାରର ସତ୍ୟତାକୁ ଦେଖାଇ ଦେଇଥାଏ । ଆବଶ୍ୟକ ହେଲେ ତାକୁ ପୂର୍ଣ୍ଣ ଭାବେ ପାଳନ କରନ୍ତୁ । ଚାଣକ୍ୟ କୁହନ୍ତି, ମନୁଷ୍ୟ ନିଜର ଭୁଲ ପାଇଁ ସଫଳତାକୁ ଅସଫଳତାରେ ବଦଳାଇ ଦେଇଥାଏ । ଲାଳସା ଏମିତି ଜିନିଷ ଯାହା ମରିବା ଯାଏ ପାଖ ଛାଡେ ନାହିଁ । ଏହା ଉପରେ କାବୁ ପାଇବା ନିହାତି ଆବଶ୍ୟକ । ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିକୁ କିଛି ଭୁଲ କାରଣ ଯୋଗୁ ହାତକୁ ଆସୁଥିବା ସଫଳତା ଚାଲିଯାଇଥାଏ ।

ଚାଣକ୍ୟ କହିଛନ୍ତି ଯେ ବ୍ୟକ୍ତି ପାଖ ଜିନିଷକୁ ତ୍ୟାଗ କରି ଅଣଦେଖା କରି ଏହି ଜିନିଷକୁ ପାଇବା ପଛରେ ଦଉଡି ଥାନ୍ତି,ଯାହା ତାଙ୍କ ଠାରୁ ବହୁ ଦୂରରେ । ଯେଉଁ କାରଣରୁ ସେ ଉଭୟ ଜିନିଷକୁ ହରାଇ ଦେଇଥାଏ ।

ଚାଣକ୍ୟ କହିଛନ୍ତି, ଯିଏ ନିଶ୍ଚିତକୁ ଛାଡି ଅନିଶ୍ଚିତ ପଛରେ ଧାଇଁଥାଏ, ତାର ନିଶ୍ଚିତ ମଧ୍ୟ ନଷ୍ଟ ହୋଇଯାଏ । ଅନିଶ୍ଚିତ ତ ସ୍ୱୟଂ ନଷ୍ଟ ହୋଇଥାଏ । ଅର୍ଥାତ ଜୀବନରେ ଠିକ୍‌କୁ ଛାଡିକରି ଭୁଲ ର ସହାୟତା ନିଏ, ତାର ଠିକ୍‌ ବି ନଷ୍ଟ ହୋଇଯାଏ । ସଫଳତା ସେତେବେଳେ ମିଳିଥାଏ, ଯେତେବେଳେ ରଣନୀତି ଦୃଢ଼ ହୋଇଥାଏ । ଚାଣକ୍ୟ କହିଛନ୍ତି,ଯାହାର ଠିକ ଓ ଭୁଲର ପାର୍ଥକ୍ୟ କରିବାର ଜ୍ଞାନ ରହିଛି, ସେ ଦୁନିଆରେ ରାଜ କରିଥାନ୍ତି ।

ଯେଉଁ କାମର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି, ତାକୁ ସର୍ବ ପ୍ରଥମେ ଶେଷ କରିବାକୁ ହେବ । ଏହାର ଫଳାଫଳ ସର୍ବଦା ଆପଣଙ୍କ ସପକ୍ଷରେ ଯାଇଥାଏ । ଲୋଭ ତ୍ୟାଗ କରିଥିବା ବ୍ୟକ୍ତି ସବୁ କାମରେ ସଫଳତା ପାଇଥାନ୍ତି । ବୁଦ୍ଧିମାନ ସିଏ, ଯିଏ ପାଖରେ ଥିବା ଜିନିଷରେ ସନ୍ତୋଷ ପାଇଥାନ୍ତି ।

Leave A Reply

Your email address will not be published.