ଚାଣକ୍ୟ ନୀତି : ନିଜ ହାତରେ କରନ୍ତୁ ଏହି ୩ କାମ, ଇନ୍ଦ୍ରଙ୍କ ଧନ ସମ୍ପତ୍ତିକୁ ମଧ୍ୟ ପ୍ରାପ୍ତ କରିପାରିବେ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ । ଚାଣକ୍ୟ ଭଲ ଭାବେ ଜାଣିଥିଲେ ଯେ ବ୍ୟକ୍ତି ଜୀବନରେ ଧନର ଗୁରୁତ୍ୱ କେତେ । ସେଥିପାଇଁ ଧନ ଅର୍ଜନ କରିବା ପ୍ରସଙ୍ଗରେ ଚାଣକ୍ୟ ଏମିତି କିଛି କହି ଯାଇଛନ୍ତି । ଯାହାକୁ ପାଳନ କଲେ ଲକ୍ଷ୍ମୀ ସର୍ବଦା ଆପଣଙ୍କ ସହ ରହିବେ । ଆସନ୍ତୁ ଜାଣିବା କ’ଣ କୁହନ୍ତି ଚାଣକ୍ୟ ।

ଗରୀବ ହୁଅନ୍ତୁ ବା ଧନୀ, ଧନ ପ୍ରାପ୍ତିର ଇଚ୍ଛା ସମସ୍ତଙ୍କର ଥାଏ । ଏହି ଦୁଇ ପ୍ରକାର ବ୍ୟକ୍ତି ଧନ ପ୍ରାପ୍ତିର ଆଶା ରଖିଥାନ୍ତି । ଧନ ପ୍ରାପ୍ତି ପାଇଁ ଚାଣକ୍ୟ ତାଙ୍କ ନୀତି ଗ୍ରନ୍ଥରେ ମନୁଷ୍ୟଙ୍କ ଏହି ଚିନ୍ତା ଦୂର କରିଛନ୍ତି । ଏଥିପାଇଁ କିଛି ଉପାୟ ବତାଇଛନ୍ତି । ଚାଣକ୍ୟ ତାଙ୍କ ଗ୍ରନ୍ଥର ୯ମ ଅଧ୍ୟାୟରେ ଏକ ଶ୍ଳୋକ ମାଧ୍ୟମରେ ଏପରି କହିଛନ୍ତି । ଧନବାନ ମନୁଷ୍ୟଙ୍କୁ ଇଶ୍ୱରଙ୍କ ଉପାସନା କିପରି କରିବା ଉଚିତ୍‌ ।

୧.  ଚାଣକ୍ୟ କୁହନ୍ତି ଧନପ୍ରାପ୍ତି ପାଇଁ ଇଶ୍ୱରଙ୍କୁ ଦେଉଥିବା ମାଳା ନିଜ ହାତରେ ଗୁନ୍ଥିବା ଆବଶ୍ୟକ ।

୨.  ଭଗବାନଙ୍କୁ ପୂଜା ସମୟରେ ଅର୍ପଣ କରୁଥିବା ଚନ୍ଦନ ନିଜ ହାତରେ ଘସି କରି ଦେବା ଉଚିତ୍‌ । ସେହିପରି ଭଗବାନଙ୍କୁ ନିଜେ ଲେଖିଥିବା ସ୍ତୁତି କରିବା ଦ୍ୱାରା ମନୁଷ୍ୟ ଇନ୍ଦ୍ରଙ୍କର ଧନ                 ସମ୍ପତ୍ତିକୁ ମଧ୍ୟ ନିଜର ବଶକୁ ଆଣିଥାଏ ।

୩. ଚାଣକ୍ୟ ନୀତି ଅନୁସାରେ, ଭଗବାନଙ୍କୁ ପୂଜା କରିବା ପାଇଁ କରାଯାଉଥିବା ଉପାୟ ମଧ୍ୟ ଅନ୍ୟ କାହା ହାତରେ ନକରି ନିଜ ହାତରେ କରିବା ଉଚିତ୍‌ । କାରଣ ଅନ୍ୟ ହାତରେ                          କରାଯାଉଥିବା କାର୍ଯ୍ୟର କୌଣସି ଲାଭ ନଥାଏ ।

୪. ଭଗବାନଙ୍କୁ ପୂଜା ବ୍ୟକ୍ତି ନିଜେ କରିବା ଉଚିତ୍‌ । କାରଣ ନିଜେ ଭଗବାନଙ୍କୁ ପୂଜା କରିବା ଦ୍ୱାରା ତାହାର ଫଳ ସମ୍ପୂର୍ଣ୍ଣ ମିଳିଥାଏ ।

Leave A Reply

Your email address will not be published.