ଚାଣକ୍ୟ ନୀତି : ସନ୍ତାନଙ୍କ ଆଗରେ ମାତା-ପିତା କେବେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ଜୀବନସାରା ପସ୍ତାଇବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।
ଚାଣକ୍ୟ ସନ୍ତାନଙ୍କ ପ୍ରତି ମାତା-ପିତାଙ୍କ ଆଚରଣକୁ ନେଇ ତାଙ୍କ ନୀତିଶାସ୍ତ୍ରରେ ଅମୂଲ୍ୟ କଥା କହିଛନ୍ତି । ଚାଣକ୍ୟ ତାଙ୍କ ନୀତିରେ ସନ୍ତାନଙ୍କୁ ଯୋଗ୍ୟ ଓ ସଫଳ କରିବା ପାଇଁ ଏମିତି କିଛି କହିଛନ୍ତି । ଯାହାଦ୍ୱାରା ଆପଣଙ୍କ ସନ୍ତାନ ଜଣେ ଭଲ ମଣିଷ ହୋଇପାରିବେ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଚାଣକ୍ୟ ।
– ଚାଣକ୍ୟ କହିଛନ୍ତି ଯେ ସନ୍ତାନଙ୍କୁ ବୁଝାଇବା ପାଇଁ ପ୍ରେମ ଛଡା କେବେ କେବେ ମଜବୁତ ହେବାକୁ ବି ପଡେ ।
– ‘ଯେମିତି ବୁଣିବେ ସେମିତି ଫସଲ କାଟିବେ ’ କଥା ମଧ୍ୟ ଏଠାରେ ପ୍ରଜୁଜ୍ୟ । ମାତା-ପିତାଙ୍କ ଆଚରଣ ସନ୍ତାନଙ୍କ ଭାଗ୍ୟ ଓ ଦିଗ ନିର୍ଣ୍ଣୟ କରିଥାଏ । ସନ୍ତାନଙ୍କ ଆଗରେ ପିତା-ମାତା କେବେ ବି ଅପଶବ୍ଦ କହିବା କଥା ନୁହେଁ । ପିଲାଙ୍କ ଆଗରେ ଜଣେ ଅନ୍ୟ ଜଣଙ୍କୁ କମ ଦେଖାଇବା ଉଚିତ୍ ନୁହେଁ । ନଚେତ ଭବିଷ୍ୟତରେ ସନ୍ତାନ କେବେ ଆପଣଙ୍କୁ ମାନ ସମ୍ମାନ ଦେବେ ନାହିଁ ।
– ସନ୍ତାନଙ୍କ ପ୍ରଥମ ପାଠଶାଳା ତାଙ୍କର ଘର ହୋଇଥାଏ । ତେଣୁ ଘରର ମାହୋଲ ସର୍ବଦା ଠିକ ରଖିବା ଉଚିତ୍ । ଯେଉଁ ଘରେ ପିଲାଙ୍କ ଆଗରେ ଝଗଡା ଓ ବାଦ ବିବାଦ ହୋଇଥାଏ, ତାହାର ଖରାପ ପରିଣାମ ପିଲାଙ୍କ ଉପରେ ପଡିଥାଏ । ପିଲା ସେହି କଥା ମଧ୍ୟ ଶିଖିଥାନ୍ତି ।
– ମାତା-ପିତା ସନ୍ତାନଙ୍କ ଆଗରେ କେବେ ମିଛ କହିବ କଥା ନୁହେଁ । ଏମିତି କରିବା ଦ୍ୱାରା ଆପଣଙ୍କ ପ୍ରତିଛବି ଖରାପ ହେବା ସହ ତାଙ୍କୁ ନିଜ ମିଛରେ ସାମିଲ କଲେ । ଭବିଷ୍ୟତରେ ପିଲା ମଧ୍ୟ ସେହି କଥା ଶିଖିବେ ଓ ସେହି ବ୍ୟବହାର କରିବେ ।
– ମାତା-ପିତାଙ୍କ ଉପଦେଶ ଓ ଉଚିତ ଦେଖାଶୁଣା ସନ୍ତାନକୁ ଯୋଗ୍ୟ ବନାଇଥାଏ । ପିଲାଙ୍କ ଆଗରେ ମାତା ପିତା ସତର୍କ ରହିବା କଥା, ଯେପରି କଥା ଶିଖାଇବେ ପିଲା ସେପରି ଶିଖିବେ । ନଚେତ ସାରା ଜୀବନ ପିଲାଙ୍କୁ ନେଇ ପସ୍ତାଇବେ ।