ଚାଣକ୍ୟ ନୀତି: ମଣିଷ ମୃତ୍ୟୁର କାରଣ ସାଜିଥାଏ ଏହି ୪ଟି ଜିନିଷ, ତୁରନ୍ତ କରନ୍ତୁ ତ୍ୟାଗ

ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ଭାବରେ ଜଣାଶୁଣା ଆଚାର୍ଯ୍ୟ ଚାଣକ୍ୟ ଜୀବନର କଠିନ ପରିସ୍ଥିତି ଏବଂ ରହସ୍ୟର ସମାଧାନ ଏବଂ ସେଥିରୁ ବାହାରକୁ ଆସିବା ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି । ଚାଣକ୍ୟଙ୍କ ଏହି ନୀତି ମାନବ ଜୀବନ ପାଇଁ ସର୍ବଦା ଉପଯୋଗୀ ବୋଲି ବିବେଚନା କରାଯାଏ । ଚାଣକ୍ୟ ନୀତିର ପଞ୍ଚମ ଶ୍ଳୋକରେ ସେ ଏପରି ଚାରୋଟି ଜିନିଷ ବିଷୟରେ କହିଛନ୍ତି ଯାହା ସହ ରହିବା ମଣିଷ ବଞ୍ଚି ଥାଉ ଥାଉ ମରିଯିବା ସଂଗେ ସମାନ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଚାରୋଟି ଜିନିଷ ।

ଚାଣକ୍ୟଙ୍କ ଅନୁଯାୟୀ, ମନ୍ଦମହିଳା, ନୀଚବନ୍ଧୁ, ମୁଁହରେ ଜବାବ ଦେଉଥିବା ସେବକ ଏବଂ ସାପଙ୍କ ସହିତ ରହିବା ମଣିଷର ମୃତ୍ୟୁର କାରଣ ହୋଇଥାଏ ଏଥିରେ ସନ୍ଦେହ ନାହିଁ । ଚାଣକ୍ୟ କହିଛନ୍ତି ଯେ ଏହି ଚାରୋଟି ଜିନିଷକୁ ପରିତ୍ୟାଗ କରାଯିବା ଉଚିତ । କାରଣ ମଣିଷମାନଙ୍କ ପାଇଁ ଏହି ଚାରୋଟି ଜିନିଷ ଜୀବନ୍ତ ମୃତ୍ୟୁ ପରି ।

These Four Things Should Be Avoided Says Chanakya Niti In Hindi ...

  • ଚାଣକ୍ୟ କହିଛନ୍ତି ଯେ ଯଦି ଘରେ ସାପ ଥାଏ ତାହେଲେ ତୁରନ୍ତ ତାକୁ ମାରିଦେବା ଉଚିତ୍ । ଯେତେବେଳେ ଘରେ ସାପ ଜୀବିତ ଥାଏ, ସେତେବେଳେ ମାନବ ଜୀବନ ଉପରେ ସବୁବେଳେ ବିପଦ ରହିଥାଏ ।
  • ଚାଣକ୍ୟ ଆହୁରି କହିଛନ୍ତି ଯେ ଯଦି କୌଣସି ଭଦ୍ରଲୋକଙ୍କ ପତ୍ନୀ ଦୁଷ୍ଟ ସ୍ୱଭାବର ହୋଇଥାନ୍ତି ତାହେଲେ ବିପଦ । ଏପରି ପତ୍ନୀ ରହିଲେ ସ୍ୱାମୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇପାରନ୍ତି ।
  • ସେହିପରି ଭାବରେ, ଯଦି ଆପଣଙ୍କର ବନ୍ଧୁ ଚତୁର ଏବଂ ସର୍ବଦା ଆପଣଙ୍କ ଚାରିପାଖରେ ରହୁଛନ୍ତି ତେବେ ସେ ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରନ୍ତି । ତେଣୁ ଏପରି ସାଙ୍ଗକୁ ତୁରନ୍ତ ଛାଡ଼ିଦେବା ଉଚିତ୍ । ବନ୍ଧୁ ସର୍ବଦା ସମ୍ବେଦନଶୀଳ ହେବା ଉଚିତ୍ ।
  • ଚାଣକ୍ୟ କହିଛନ୍ତି ଯେ ଯଦି ଜଣେ ସେବକ ସର୍ବଦା ଆପଣଙ୍କ ମୁଁହ ଉପରେ ଜବାବ ଦେଉଛନ୍ତି ତାହେଲେ ତେବେ ସେ ଆପଣଙ୍କୁ ଯେକୌଣସି ସମୟରେ ମଧ୍ୟ ଠକି ଦେଇ ପାରନ୍ତି । ତାଙ୍କ ଦ୍ୱାରା ଦିଆଯାଇଥିବା ଧୋକା ଆପଣଙ୍କ ମୃତ୍ୟୁର କାରଣ ସାଜିପାରେ । କାରଣ ଅଧିକାଂଶ ସେବକ ଆପଣଙ୍କ ଗୁପ୍ତକଥା ବିଷୟରେ ଅବଗତ ଥାଆନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.