ଧନୀ ହେବାକୁ ଚାହାଁନ୍ତି ତ କେବେ ବି କରନ୍ତୁ ନାହିଁ ଏହି କାମ, ରାଗି ଯିବେ ଧନର ଦେବୀ ମା’ ଲକ୍ଷ୍ମୀ

ନୂଆଦିଲ୍ଲୀ : ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଧନ ଦେବୀ ମା’ ଲକ୍ଷ୍ମୀଙ୍କ କୃପା ହୋଇଗଲେ ବ୍ୟକ୍ତିର ଜୀବନ ସୁଧୁରି ଯାଏ । ଏପରି ବ୍ୟକ୍ତିକୁ ସବୁ ଦିଗରୁ ଲାଭ ହିଁ ଲାଭ ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ଯଦି ଲକ୍ଷ୍ମୀଜୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଏପରି କିଛି ଆଦତରୁ ଦୂରରେ ରହିବା ଜରୁରୀ । ନଚେତ ମା’ ଲକ୍ଷ୍ମୀ ରାଗି ଯାଆନ୍ତି । ଧନୀ ହେବାକୁ ଇଚ୍ଛା ରଖୁଥିବା ଲୋକେ ସର୍ବଦା ଏହି କଥାକୁ ଧ୍ୟାନ ରଖିବା ଉଚିତ୍‌ ।

ଏହି କାମଠୁ ଦୂରରେ ରୁହନ୍ତୁ

ସମୟ ନଷ୍ଟ କରନ୍ତୁ ନାହିଁ : ଯେଉଁ ଲୋକେ ସମୟର ମହତ୍ତ୍ୱ ବୁଝନ୍ତି ନାହିଁ ଓ ସମୟ ବରବାଦ କରନ୍ତି, ସେମାନଙ୍କ ପାଖକୁ ଲକ୍ଷ୍ମୀଜୀ କେବେ ରୁହନ୍ତି ନାହିଁ । ମା’ ଲକ୍ଷ୍ମୀ ଏପରି ଲୋକଙ୍କ ଉପରେ କେବେ ବି କୃପା କରନ୍ତି ନାହିଁ । ସମୟର ସଦୁପଯୋଗ କରୁଥିବା ଲୋକଙ୍କୁ ବହୁତ ଧନ ମିଳିଥାଏ ।

ବିଦ୍ୱାନ ବ୍ୟକ୍ତିଙ୍କୁ ଆଦର କରୁନଥିବା ଲୋକ : ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେଉଁ ଲୋକ ବିଦ୍ୱାନ ଓ ମହାତ୍ମାଙ୍କ ଆଦର କରନ୍ତି ନାହିଁ, ସେମାନଙ୍କ ନିକଟରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ମା’ ଲକ୍ଷ୍ମୀ ସର୍ବଦା ସେଠାରେ ବାସ କରନ୍ତି ଯେଉଁଠି ବିଦ୍ୱାନ ବ୍ୟକ୍ତିଙ୍କ ଆଦର କରାଯାଇଥାଏ ।

ନିନ୍ଦା କରୁଥିବା ବ୍ୟକ୍ତି : ଯେଉଁ ଲୋକ ଅନ୍ୟର ସର୍ବଦା ନିନ୍ଦା କରନ୍ତି ଓ ନିନ୍ଦା ଶୁଣନ୍ତି ସେମାନଙ୍କୁ ଲକ୍ଷ୍ମୀଜୀଙ୍କ କୃପା ମିଳେ ନାହିଁ । ଏମାନଙ୍କ ଚିନ୍ତା ନକରାତ୍ମକ ହୋଇଯାଏ ଓ ଧିରେ ଧିରେ ଗରିବ ଆଡ଼କୁ ଚାଲି ଯାଇଥାନ୍ତି । ତେଣୁ ଏହି ଖରାପ ଆଦତରୁ ଦୂରରେ ରୁହନ୍ତୁ ।

ଖରାପ ଲୋକଙ୍କ ସଂଗ : ନିଶା କରୁଥିବା ଲୋକ, ଅନୈତିକ କାମ କରୁଥିବା ଲୋକଙ୍କୁ କେବେ ବି ମା’ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ । ଏପରି ଲୋକ କେବେ ବି ଧନୀ ହୋଇପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.