ଚାଣକ୍ୟ ନୀତି : ଏମିତି କାମ କରିବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ, ନହେଲେ ଦେବାକୁ ପଡ଼ିପାରେ ବହୁତ ବଡ଼ ମୂଲ୍ୟ

ନୂଆଦିଲ୍ଳୀ : ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

କୁଟନୀତି ଓ ଅର୍ଥଶାସ୍ତ୍ର ରେ ନିପୁଣ ଆଚାର୍ଯ୍ୟ ଚାଣକ୍ୟ ସୁଃଖୀ ଜୀବନ ପାଇଁ ବହୁ ଉପାଦେୟ କଥା କହିଛନ୍ତି । ତାଙ୍କର ଏହି ମହତ ବାଣୀକୁ ନିଜ ଜୀବନରେ ବ୍ୟବହାର କରି ବ୍ୟକ୍ତି ସଫଳତା ଓ ସୁଖ ଜୀବନ ପାଇଥାଏ । ଚାଣକ୍ୟ ନୀତି ମଧ୍ୟରେ ଏପରି ଏକ କଥା ଅଛି ଯାହାକୁ ନ ମାନିଲେ ପୁରା ଜୀବନ ଦୁଃଖରେକାଟିବାକୁ ପଡିଥାଏ । ତେଣୁ ଏପରି କାମ କରିବା ପୂର୍ବରୁ ଥରେ ନୁହେଁ ୧୦୦ ଥର ଭାବନ୍ତୁ ବୋଲି କହିଛନ୍ତି ଚାଣକ୍ୟ ।

କେବେ କାହାର ଅପମାନ କରନ୍ତୁ ନାହିଁ :

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି ଯେ କେବେ କାହାର ଅପମାନ କରନ୍ତୁ ନାହିଁ । ଅପମାନ ଏପରି ଏକ କାର୍ଯ୍ୟ ହୋଇଥାଏ ଯେ ଯାହା ବ୍ୟକ୍ତିକୁ ସମୟ ସହିତ ଅଧିକ ମାତ୍ରାରେ ମିଳିଥାଏ । ତେଣୁ କାହର ବି ଅପମାନ କରିବା ପୂର୍ବରୁ ୧୦୦ ଥର ଚିନ୍ତା କରନ୍ତୁ । ଚାଣକ୍ୟ କୁହନ୍ତି ଯେ ବ୍ୟକ୍ତିର ପ୍ରଶଂସା ଯେତେ ପାର କର କିନ୍ତୁ କେବେ ବି କାହାର ଅପମାନ କରନାହିଁ । କାରଣ ବ୍ୟକ୍ତି ପ୍ରଶଂସା ତ ଭୁଲିଯାଏ ହେଲେ ଅପମାନ କେବେ ବି ଭୁଲି ପାରେ ନାହିଁ ।

ବିନା କହିବାରେ ବି ହୁଏ ଅପମାନ :

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଅପମାନ କେବଳ ଅପଶବ୍ଦ କହିଲେ ହୋଇନଥାଏ । ବିନା କହିବାରେ ମଧ୍ୟ ଅପମାନ କରାଯାଇଥାଏ । ନିଜର କଥା ସହ କାମର ମଧ୍ୟ ଧ୍ୟାନ ରଖନ୍ତୁ । ଏହାଛଡ଼ା କାହାର ଅପମାନ କରିବା ଦ୍ୱାରା ଆପଣଙ୍କ ପ୍ରତିଛବି (ଇମେଜ) ମଧ୍ୟ ଖରାପ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.