ଚାଣକ୍ୟ ନୀତି : ଏମିତି ଲୋକଙ୍କ ସହ କେବେ ବି କରନ୍ତୁ ନାହିଁ ମିତ୍ରତା, ଶତ୍ରୁ ଠାରୁ ବି ଅଧିକ ମାରାତ୍ମକ ଏମାନେ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନୀ ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଆଜି ଚାଣକ୍ୟଙ୍କ ନୀତି ଅନୁଯାୟୀ ଆମେ ଜାଣିବା ଏମିତି କିଛି ଲୋକଙ୍କ ସହ କେବେବି ମିତ୍ରତା କରିବା ଉଚିତ୍‌ ନୁହେଁ । କାରଣ ଏମାନେ ଶତ୍ରୁ ଠାରୁ ବି ଅଧିକ ମାରାତ୍ମକ ହୋଇଥାନ୍ତି । ସ୍ୱାର୍ଥ ବ୍ୟକ୍ତି ନିଜର ହିତ ଆଗରେ ଆପଣଙ୍କ ସମ୍ମାନ କି ସହଯୋଗର କୌଣସି ମର୍ଯ୍ୟଦା ଦେଇନଥାଏ । ଏମାନଙ୍କୁ ଯେତେବେଳେ ମୌକା ମିଳିଥାଏ, ଏମାନେ ନିଜ ହିତ କଥା ଚିନ୍ତା କରିଥାନ୍ତି । ଏମାନଙ୍କ ସହ ମିତ୍ରତା କଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍‌ ।

ଭୂଲ କାର୍ଯ୍ୟ ପାଇଁ ପ୍ରେରଣା ଦେଉଥିବା ବ୍ୟକ୍ତି, ମିତ୍ର ନୁହେଁ

ଚାଣକ୍ୟଙ୍କ ନୀତି ଅନୁଯାୟୀ ସଚ୍ଚା ମିତ୍ର ଜୀବନରେ କୌଣସି ଉପହାର ଠାରୁ କମ୍‌ ନୁହଁନ୍ତି । ଏମିତି ମିତ୍ରଙ୍କୁ ସର୍ବଦା ଗୁରୁତ୍ୱ ଦେବା କଥା । ଯେଉଁ ମିତ୍ର ଭୂଲ କାମ ପାଇଁ ପ୍ରେରିତ କରନ୍ତି ଏମାନଙ୍କ ଠାରୁ ତୁରନ୍ତ ଦୂରତା ବନାଇବା ଉଚିତ୍‌ । ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ି ପାରନ୍ତି । ସଚ୍ଚା ମିତ୍ର ସମୟ ଆସିଲେ ଗୁରୁ ଓ ଅଭିଭାବକର ଭୂମିକା ମଧ୍ୟ ନିଭାଇ ଥାନ୍ତି ।

ସ୍ୱାର୍ଥ ମିତ୍ର ଠାରୁ ସାବଧାନ ରୁହନ୍ତୁ

ଚାଣକ୍ୟ କୁହନ୍ତି ସଚ୍ଚା ମିତ୍ର ଜୀବନରେ କିଛି ଉପହାର ଠାରୁ କମ୍‌ ନୁହଁନ୍ତି । ଏମିତି ମିତ୍ରଙ୍କୁ ସର୍ବଦା ଗୁରତ୍ୱ ଦେବା ଉଚିତ୍‌ । ଯେଉଁ ମିତ୍ର ଭୂଲ୍‌ କାର୍ଯ୍ୟ ପାଇଁ ପ୍ରେରିତ କରନ୍ତି ଓ ଠିକ୍‌ ମାର୍ଗ ଦେଖାନ୍ତି ନାହିଁ ସେମାନଙ୍କ ଠାରୁ ତୁରନ୍ତ ଦୂରେଇ ଯିବା ଉଚିତ୍‌ । ନହେଲେ ଭବିଷ୍ୟତରେ ଅସୁବିଧାରେ ପଡ଼ି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.