ଚାଣକ୍ୟ ନୀତି : ଏହି ୬ ସ୍ଥିତିରେ ବ୍ୟକ୍ତି ଅସହ୍ୟ ପୀଡ଼ା ଅନୁଭବ କରିଥାଏ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି । ମନୁଷ୍ୟ କେଉଁ ପରିସ୍ଥିତିରେ କଷ୍ଟ ପାଇଥାଏ ସେ ସମ୍ପର୍କରେ ଆଚାର୍ଯ୍ୟ ଚାଣକ୍ୟ ଯାହା କହିଛନ୍ତି ତାହା ଏଠାରେ ଉପସ୍ଥାପନା କରୁଅଛୁ ।

୧. ପତ୍ନୀ କିମ୍ବା ପ୍ରେମିକାର ବିୟୋଗ : ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ବ୍ୟକ୍ତି ତା’ର ପତ୍ନୀ ବା ପ୍ରେମିକାକୁ ବହୁତ ପ୍ରେମ କରିଥାଏ । ଯଦି ତାଙ୍କ ପତ୍ନୀ ବା ପ୍ରେମିକାଙ୍କ ବିୟୋଗ ଘଟିଥାଏ । ତେବେ ଏହି ପୀଡ଼ା ଅସହ୍ୟ ହୋଇଥାଏ ।

୨. ଅପମାନ ସ୍ଥିତି : ଯଦି କୌଣସି ବ୍ୟକ୍ତିଙ୍କର ବନ୍ଧୁଙ୍କ ଠାରୁ ବା କୌଣସି ଠାରେ ଅପମାନ ହୁଏ । ତେବେ ତାହା ସବୁଠୁ ଅସହ୍ୟ ପୀଡ଼ା ଦେଇଥାଏ । ସେହି ବ୍ୟକ୍ତି ଏହାକୁ କେବେ ବି ଭୂଲି ପାରିନଥାଏ ।

୩. ଅତ୍ୟଧିକ କରଜ ହେଲେ : ଯଦି କାହା ଉପରେ ଅଧିକ ଋଣ ଥାଏ । ସେ ଏହାକୁ ପରିଶୋଧ କରିପାରୁନଥାଏ । ତାହା ବ୍ୟକ୍ତି ପାଇଁ ସବୁଠୁ ପୀଡ଼ା ଦାୟକ ହୋଇଥାଏ ।

୪. କପଟୀ ଓ ଚରିତ୍ରହୀନ ବ୍ୟକ୍ତିର ସେବକ ହେଲେ : ଯଦି କେହି ବ୍ୟକ୍ତି କୌଣସି ଚରିତ୍ରହୀନ ରାଜା କିମ୍ବା ବ୍ୟକ୍ତିର ସେବକ ହୋଇଥାଏ । ଏହା ସେ ବ୍ୟକ୍ତି ପାଇଁ ଅସହ୍ୟ ପୀଡ଼ାଦାୟକ ହୋଇଥାଏ ।

୫. ନିର୍ଦ୍ଧନତା ସ୍ଥିତି : କୌଣସି ବ୍ୟକ୍ତି ପାଇଁ ନିର୍ଦ୍ଧନ ହେବା ଅସହ୍ୟ ପୀଡ଼ାଦାୟକ ହୋଇଥାଏ । ଧନ ନଥିବା ସ୍ଥିତିରେ ବ୍ୟକ୍ତିକୁ ଛୋଟ ଆବଶ୍ୟକତା ପୂରଣ କରିବାକୁ ସଂଘର୍ଷ କରିବାକୁ ପଡ଼ିଥାଏ । ସର୍ବଦା ଆର୍ଥିକ ସଂକଟ କାରଣରୁ ସେ ଅସହ୍ୟ ପୀଡ଼ା ଦେଇ ଗତି କରିଥାଏ ।

୬. ସ୍ୱାର୍ଥପର ଲୋକଙ୍କ ସହ ରହିଲେ : ଯଦି କୌଣସି ଲୋକ ଭଲ ସ୍ୱଭାବ ଯୋଗୁ ଅନ୍ୟର ସହାୟତାରେ ସର୍ବଦା ତତ୍ପର ରହିଥାଏ । ହେଲେ ତାହାର ଆଖ ପାଖ ଲୋକ ସ୍ୱାର୍ଥପର ହୋଇଥାନ୍ତି । ଏ ସ୍ଥିତିରେ ସେ ଲୋକ ଅସହ୍ୟ ପୀଡ଼ା ପାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.