ଚାଣକ୍ୟ ନୀତି : ବ୍ୟକ୍ତିଙ୍କୁ ପରଖନ୍ତୁ ଏହି ୩ ଟି ଜିନିଷରୁ, ଜାଣିପାରିବେ,କିଏ ପର କିଏ ନିଜର

କଳିଯୁଗରେ ଆପଣା ଓ ପରକୁ ଚିହ୍ନି ପାରିଲେ କେବେ ଆପଣ ଧୋକା ପାଇବେ ନାହିଁ । ନଚେତ ବ୍ୟକ୍ତି ପ୍ରତି ପାଦରେ ଧୋକା ପାଇବ । ଚାଣକ୍ୟ ନୀତିରେ ଏମିତି କିଛି କଥା ଉଲ୍ଲେଖ କରାଯାଇଛି,ଯାହାଦ୍ୱାରା ଲୋକଙ୍କୁ ଚିହ୍ନିବାରେ ଭୁଲ ହେବ ନାହିଁ । ଏହି ନୀତିକୁ ଆପଣାଇ ବ୍ୟକ୍ତି ନିଜକୁ ଅସୁବିଧାରୁ ମୁକାଳି ପାରିବେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ଶ୍ଳୋକରେ କଣ ସେ କହିଛନ୍ତି ଲୋକଙ୍କୁ ପରଖିବା ସମ୍ପର୍କରେ ।

ଯଥା ଚତୁର୍ଭିଃ କନକଂ ପରୀକ୍ଷତେ ନିଘର୍ଷଣଂ ଛେଦନତାପତାଡନୈଃ ।
ତଥା ଚଚୁର୍ଭିଃ ପୁରୁଷଂ ପରୀକ୍ଷତେ ତ୍ୟାଗେନ ଶୀଳେନ ଗୁଣେନ କର୍ମଣା ।।

ସ୍ପଷ୍ଟବାଦୀ

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତିଙ୍କୁ ତାଙ୍କର ଗୁଣ ଆଧାରରେ ପରଖିବା ଦରକାର । ଘମଣ୍ଡ, ସ୍ୱାର୍ଥରେ ପରିପୂର୍ଣ୍ଣ ବ୍ୟକ୍ତିଙ୍କୁ କେବେ ବି ଭରସା କରିବା ଉଚିତ ନୁହେଁ । ଚାଣକ୍ୟ କୁହନ୍ତି ସ୍ପଷ୍ଟବାଦୀ ବ୍ୟକ୍ତି ଅନ୍ୟର ଦୃଷ୍ଟିରେ ଖରାପ ହୋଇପାରନ୍ତି,ହେଲେ ତାଙ୍କର ମନ କେବେ କଳା ବା ଖରାପ ହୋଇନଥାଏ । ସଫା ଓ ସ୍ପଷ୍ଟ କହୁଥିବା ବ୍ୟକ୍ତି,ଯାହା ହୃଦୟରେ ଥାଏ ତାହା କହି ଦେଇଥାନ୍ତି । ସେମାନଙ୍କ କଥାରେ କୌଣସି ଛଳନା ନଥାଏ । ଏମିତି ଲୋକେ ଭୁଲ କଥା ଶୁଣିପାରିବେ ନାହିଁ । ସେମାନେ ମୁହାଁମୁହିଁ ଜବାବ ଦେଇଥାନ୍ତି । ଲୋକଙ୍କ ଆଗରେ ସ୍ପଷ୍ଟ ଶବ୍ଦରେ ନିଜର କଥା ରଖିଥାନ୍ତି । ଯିଏ ନିଜର ସେ କଥା ବୁଝି ନେଇଥାନ୍ତି,ନଚେତ ମୁହଁ ବୁଲା ଦେଇଥାନ୍ତି ।

ତ୍ୟାଗ

ଚାଣକ୍ୟ ଅନୁସାରେ ବନ୍ଧୁ, ସମ୍ପର୍କୀୟ ବା କୌଣସି ଅନ୍ୟ ବ୍ୟକ୍ତିଙ୍କୁ ପରିଖିବାକୁ ହେଲେ ସେଥିରେ ତ୍ୟାଗ ଭାବନା ଜରୁର ଦେଖନ୍ତୁ । ଯେଉଁ ବ୍ୟକ୍ତି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରିପାରେ, ସେ ଆପଣଙ୍କୁ କେବେ ଧୋକା ଦେବ ନାହିଁ । ଯେଉଁ ବ୍ୟକ୍ତି ଦୁଃଖ ସମୟରେ ଆପଣଙ୍କ ସହ ଠିଆ ହୋଇଥାଏ, ଏପରି ବ୍ୟକ୍ତିଙ୍କ ଠାରୁ ଶୀଘ୍ର ଦୁରତା ବନାନ୍ତୁ । କାରଣ ଆପଣାର ପରିଚୟ କେବଳ ସଂକଟ ସମୟରେ ହିଁ ହୋଇଥାଏ ।

ଚରିତ୍ର କର୍ମ

ଯାହାଙ୍କ ଆଚରଣ ବା ଯିଏ ମନରେ ଅନ୍ୟ ପ୍ରତି ଭୁଲ ଭାବନା ରଖି ନଥାନ୍ତି, ସେ କେବେ ଆପଣଙ୍କୁ ଧୋକା ଦେଇନଥାନ୍ତି । ଯିଏ ଅନ୍ୟ ପାଇଁ ଖରାପ ଭାବିଥାନ୍ତି, ତାଙ୍କର କର୍ମ ମଧ୍ୟ ଅନ୍ୟ ପାଇଁ ସେପରି ହୋଇଥାଏ । ଏମତି ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ କାହା ସହ ମଧ୍ୟ ଛଳ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.