ଚାଣକ୍ୟ ନୀତି : ଏମିତି ମନୁଷ୍ୟ କେବେ ବି କାହାକୁ ଦିଅନ୍ତି ନାହିଁ ଧୋକା, ଆଖି ବନ୍ଦ କରି ବିଶ୍ୱାସ କରି ପାରିବେ

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ସମ୍ରାଟ କରିଥିବା ମହାନ କୁଟନୀତିଜ୍ଞ ଓ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ଆଜି ବି ପ୍ରାସଙ୍ଗିକତା ରହିଛି । ଯାହାର ମୂଲ୍ୟ ଶହ ଶହ ବର୍ଷ ପୂର୍ବରୁ ରହିଥିଲା । ଚାଣକ୍ୟଙ୍କ ନୀତି ଜୀବନକୁ ଜିଇଁବାର ଠିକ ତରିକା ଶିଖାଇଥାଏ । ସବୁ ପରିସ୍ଥିତିକୁ ମୁକାବିଲା କରିବାର କଳା ମଧ୍ୟ ଶିଖାଇଥାଏ ଚାଣକ୍ୟଙ୍କ ନୀତି ।

ସୁଖୀ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ନୀତି ବନାଇଛନ୍ତି । ଯଦି ଆପଣ ସୁଖୀ ଜୀବନ ବିତାଇବା ପାଇଁ ଚାହୁଁଛନ୍ତି ତେବେ ଚାଣକ୍ୟଙ୍କ ଏହି ବିଚାରକୁ ଜୀବନରେ ପ୍ରୟୋଗ କରନ୍ତୁ । ଯେଉଁ ବ୍ୟକ୍ତି ସ୍ପଷ୍ଟ, ସଫା ଓ ସିଧା କଥା କୁହନ୍ତି, ଏମାନଙ୍କ କଥା ତୀବ୍ର ଓ କଠୋର ଜରୁର ହୋଇଥାଏ । ହେଲେ ଏପରି ବ୍ୟକ୍ତି କାହାକୁ ଧୋକା ଦେଇ ପାରନ୍ତି ନାହିଁ ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ସିଧା କଥା କୁହନ୍ତି ସେ ତୀବ୍ର ଜରୁର ହୋଇଥାନ୍ତି । ହେଲେ ଏମାନେ ଭରଷାଯୋଗ୍ୟ ହୋଇଥାନ୍ତି । ଏମାନେ କାହାକୁ ଧୋକା ଦେବାକୁ କେବେ ବି ଭାବି ପାରନ୍ତି ନାହିଁ । ଏପରି ଲୋକଙ୍କ ହୃଦୟ ବହୁତ ସଫା ହୋଇଥାଏ । ସେମାନେ ସେହି କଥା କୁହନ୍ତି ଯାହା ତାଙ୍କ ହୃଦୟ କହିଥାଏ ।

ଅଧିକାଂଶ ଲୋକ ଏମିତି ଲୋକଙ୍କୁ ଭୁଲ ବୁଝିଥାନ୍ତି । ହେଲେ କିଛି ଲୋକଙ୍କ କଥା ବହୁତ ମିଠା ଲାଗିଥାଏ ମାତ୍ର ବାସ୍ତବରେ ଏହି ଲୋକ ଉପରକୁ ବହତୁ ମିଠା କଥା କହୁଥିଲେ ମଧ୍ୟ ଏମାନଙ୍କ ହୃଦୟ ସଫା ନଥାଏ । ତେଣୁ ଏମାନଙ୍କ ଅପେକ୍ଷା ଏହି ସିଧା କଥା କହୁଥିବା ଲୋକ ଭଲ ହୋଇଥାନ୍ତି । ଏହି ବ୍ୟକ୍ତି କାହାକୁ ଧୋକା ଦେଇନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.