ଚାଣକ୍ୟ ନୀତି : ଏହି ୬ ସ୍ଥିତିରେ ବ୍ୟକ୍ତି ଅସହ୍ୟ ପୀଡ଼ା ଅନୁଭବ କରିଥାଏ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ ତାଙ୍କ ନୀତିରେ ଜୀବନର ସଫଳତା ସମ୍ପର୍କରେ ବହୁ ତଥ୍ୟ ଦେଇଛନ୍ତି । କୁହାଯାଏ ଯଦି ଜଣେ ବ୍ୟକ୍ତି ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନ ଅତିବାହିତ କରେ ତାଙ୍କ ଜୀବନରେ କିଛି କଷ୍ଟ ଆସିନଥାଏ । ଏଠାରେ ଚାଣକ୍ୟ କହିଛନ୍ତି ଜୀବନରେ ସୁଃଖ ସମୃଦ୍ଧି ବଜାୟ ରଖିବା ପାଇଁ କ’ଣ ଦରକାର ହୋଇଥାଏ ।

:  ଯେଉଁ ଲୋକଙ୍କ ମନରେ ଅନ୍ୟର ଉପକାର କରିବାର ଭାବନା ରହିଥାଏ ତାଙ୍କୁ ଧନ ସମ୍ବନ୍ଧୀୟ କଷ୍ଟର ସାମନା କରିବାକୁ ପଡ଼ିନଥାଏ । ଏପରି ଲୋକଙ୍କ ଜୀବନ ସୁଃଖରେ ଭରି ରହିଥାଏ ଓ ଏମାନଙ୍କ ପାଖରେ ଧନର ଅଭାବ କେବେ ହୋଇନଥାଏ ।

ଯେଉଁ ବ୍ୟକ୍ତି ଅନ୍ନର ସାମାନ୍ୟ ବି ନଷ୍ଟ କରିନଥାନ୍ତି, ଏହି ବ୍ୟକ୍ତିଙ୍କ ଜୀବନରେ କେବେ ବି ଧନର ଅଭାବ ହୋଇନଥାଏ । କାରଣ ମା’ ଲକ୍ଷ୍ମୀ ଏହି ଲୋକଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି ।

ଯେଉଁ ଘରେ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥାଏ । ଏହି ବ୍ୟକ୍ତିଙ୍କ ଘରେ ସୁଃଖ ସମ୍ପତ୍ତିର ଅଭାବ ରହିନଥାଏ । ଯେଉଁ ସ୍ଥାନରେ କଳହର ମାହୋଲ ରହିଥାଏ, ସେଠାରେ ଧନ ସମ୍ପତ୍ତିର ଅଭାବ ରହିଥାଏ ।

ଜୀବନରେ ସୁଃଖ ସମୃଦ୍ଧି ଚାହାଁନ୍ତି ତ ଅଯୋଥା ଖର୍ଚ୍ଚ କରନ୍ତୁ ନାହିଁ । ଏଥିସହିତ କିଛି ଧନ ଭବିଷ୍ୟତ ପାଇଁ ସୁରକ୍ଷିତ ରଖନ୍ତୁ ।

ଯେଉଁ ବ୍ୟକ୍ତିଙ୍କ ଭିତରେ ଆଳସ୍ୟ ନଥାଏ ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । କାରଣ ଏହି ଲୋକ ତାଙ୍କର ସବୁ କାମ ଠିକ୍‌ ସମୟରେ ସମାପ୍ତ କରିବାକୁ ଚାହିଁଥାନ୍ତି ।

ଚାଣକ୍ୟଙ୍କ ମତରେ ଯେଉଁ ଲୋକ ପରିଶ୍ରମ କରିବା ପାଇଁ ଡରନ୍ତି ନାହିଁ । ସେମାନଙ୍କ ଉପରେ ମା ’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.