ଚାଣକ୍ୟ ନୀତି : ବଦନାମୀ ଓ ଧନହାନି ରୁ ବଂଚିବାକୁ ଚାହୁଁ ଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ଚମତ୍କାରୀ କଥା

ଚାଣକ୍ୟଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହାର ପ୍ରାସଙ୍ଗିକତା ଏବେ ବି ରହିଛି |

ଚାଣକ୍ୟ ନୀତି ଅନୁସାରେ ବଦନାମୀ ବା ଅପଯଶ ମନୁଷ୍ୟର ସବୁଠୁ ଅଧିକ କ୍ଷତି କରିଥାଏ | ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ଏହି କାମ କେବେ ବି କରନ୍ତୁ ନାହିଁ |

ନିନ୍ଦା କରନ୍ତୁ ନାହିଁ କି ଶୁଣନ୍ତୁ ନାହିଁ :

ଚାଣକ୍ୟ ନୀତି କୁହେ ଯେଉଁ ବ୍ୟକ୍ତି ନିନ୍ଦା କରିବା କି ଶୁଣିବାରେ ରହେ ସେ ଅପଯଶ ପାଇଥାଏ | ନିନ୍ଦା ନକରାତ୍ମକ ଓ ଏହା ଏକ ଅଵଗୁଣ | ଏହା କାହାର ଭଲ କରିନଥାଏ | ଯଦି ଏଥିରୁ ବିରତ ନ ହୁଅନ୍ତି, ପ୍ରଥମରେ ଏହା ଆନନ୍ଦ ତ ଲାଗେ ହେଲେ ପରେ ଏହା ଘାତକ ହୋଇଥାଏ | ଯାହାକି ବ୍ୟକ୍ତିକୁ ଜଣା ପଡି ନଥାଏ | ତେଣୁ ନିନ୍ଦା ଠାରୁ ଦୂରରେ ରହିବ ଉଚିତ | ନିନ୍ଦା କରୁଥିବା କି ଶୁଣୁଥିବା ବ୍ୟକ୍ତିକୁ ଭଲ କୁହା ଯାଇନଥାଏ |

ନକରାତ୍ମକ ଠାରୁ ରୁହନ୍ତୁ ଦୂରରେ :

ଚାଣକ୍ୟ ନୀତି କୁହେ ବ୍ୟକ୍ତିକୁ ସବୁ ପ୍ରକାର ନକରାତ୍ମକ ଠାରୁ ଦୂରରେ ରହିବ ଦରକାର | ଏହା ସଫଳତାରେ ସବୁଠୁ ବଡ ବାଧକ | ନକରାତ୍ମକ ଶକ୍ତି ଓ ବିଚାର ବ୍ୟକ୍ତିର କ୍ଷମତା, ପ୍ରତିଭା ଓ କୁଶଳତା ଏହି ୩ ଜିନିଷର ନାଶ ହୋଇଥାଏ | ଏହା ଧନର ହାନି ବି କରିଥାଏ | ଏଥି ସହ ବ୍ୟକ୍ତିର ଜୀବନରେ ସଙ୍କଟ ଆଣିଦେଇଥାଏ | ତେଣୁ ବ୍ୟକ୍ତିକୁ ସର୍ବଦା ସକରାତ୍ମକ ରହିବାକୁ ଚେଷ୍ଟା କରିବା ଉଚିତ | ସକରାତ୍ମକ ଶକ୍ତି ସମ୍ପନ୍ନ ବ୍ୟକ୍ତି ଅଧିକ କ୍ରିୟାଶୀଳ ଓ କଳାତ୍ମକ ହୋଇଥାନ୍ତି |

Leave A Reply

Your email address will not be published.