ଚାଣକ୍ୟ ନୀତି : ମା’ଙ୍କ ଗର୍ଭରୁ ଲେଖାଯାଇଥାଏ ଏହି ୫ କଥା, ଚାହିଁ କରି ମଧ୍ୟ ପାଇବେନି ମୁକ୍ତି

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସମ୍ପର୍କିତ ବହୁ କଥା କହିଛନ୍ତି । ସେ ତାଙ୍କ ନୀତିରେ କହିଛନ୍ତି ମନୁଷ୍ୟ ଜନ୍ମ ନେବା ପୂର୍ବରୁ କିଛି କଥା ତାଙ୍କ ଭାଗ୍ୟରେ ଲେଖି ଦିଆଯାଇଥାଏ । ଚାଣକ୍ୟ ଏକ ଶ୍ଳୋକରେ କହିଛନ୍ତି –

‘‘ ଆୟୁଃ କର୍ମ ବିତଶ୍ଚ ବିଦ୍ୟା ନିଧନମେବ ଚ ।

ପଞ୍ଚୈତାନି ହି ସୃଜନ୍ତେ ଗର୍ଭସ୍ତସୈବ ଦେହିନଃ ।।’’

ଅର୍ଥାତ : ଆୟୁ, କର୍ମ, ବିତ୍ତ,ବିଦ୍ୟା ଓ ନିଧନ ଭଳି ଏହି ୫ ଜିନିଷ ପ୍ରାଣୀର ଭାଗ୍ୟରେ ସେବେଠାରୁ ଲେଖା ହୋଇଥାଏ ଯେତେବେଳେ ସେ ଗର୍ଭରେ ଥାଏ ।
ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ କହିଛନ୍ତି ଯେ ମନୁଷ୍ୟ ତା’ର ଭାଗ୍ୟ ଅନୁଯାୟୀ ମା’ ଗର୍ଭରେ ରହିବା ଦିନ ଠାରୁ ତା’ର କର୍ମ ପନ୍ଥା ସ୍ଥିର କରିଥାଏ । ଜନ୍ମ ପୂର୍ବରୁ ହିଁ ତା’ର ଆୟୁଷ, କର୍ମ, ଆର୍ଥିକ ସ୍ଥିତି ଓ ବିଦ୍ୟା ସହିତ ମୃତ୍ୟୁ ସମୟ ମଧ୍ୟ ସ୍ଥିର କରିଥାଏ ।

ତେଣୁ କୁହାଯାଇଛି ଯେ ଭାଗ୍ୟରେ ଯାହା ଲେଖା ଯାଇଥାଏ ତାହାକୁ କେହି ବଦଳାଇ ପାରିବେ ନାହିଁ । ଆପଣଙ୍କ କର୍ମରେ ଲେଖାଯାଇଥାଏ ଯେ ଆପଣ କେବେ କେମିତି ମୃତ୍ୟୁ ବରଣ କରିବେ । ଆପଣ କେତେ ପଢ଼ିବେ ଓ କେତେ ଧନ ଅର୍ଜନ କରିବେ ତାହା ଜନ୍ମ ର୍ପୂବରୁ ଲେଖାଯାଇଥାଏ । ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ତାହାକୁ ବଦଳାଇ ପାରିବେ ନାହିଁ । ତେଣୁ ସଦାଚାର ହୋଇ ବଂଚିବା ଆବଶ୍ୟକ । ଯେଉଁଥିପାଇଁ ଆସନ୍ତା ଜନ୍ମରେ ଆପଣ ସୁଖ ସମୃଦ୍ଧି ସହିତ ଜୀବନ ନିର୍ବାହ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.