ଚାଣକ୍ୟ ନୀତି : ମନୁଷ୍ୟର ଏହି ଖରାପ ଆଦତ ଯୋଗୁ ମା’ ଲକ୍ଷ୍ମୀ ହୋଇ ଯାଆନ୍ତି କ୍ରୋଧିତ, ଘରେ ସର୍ବଦା ରହେ ଧନର ଅଭାବ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମନୁଷ୍ୟର ଏମିତି କିଛି ଆଦତ ସମ୍ପର୍କରେ କହିଛନ୍ତି । ଯେଉଁ କାରଣରୁ ଧନ ଦେବୀ ମା’ ଲକ୍ଷ୍ମୀ ଋଷ୍ଟ ହୋଇଥାନ୍ତି । ଲୋକଙ୍କ ଏହି ଆଦତ ପାଇଁ ଘରେ କେବେ ବି ଲକ୍ଷ୍ମୀ ବାସ କରନ୍ତି ନାହିଁ । ଆସନ୍ତୁ ଜାଣିବା କ’ଣ ସବୁ ସେହି ଆଦତ ।

ଚୋରି :  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଚୋରି କରିବା ସବୁଠୁ ଖରାପ ଆଦତ । ଏପରି ବ୍ୟକ୍ତି କେବେ ବି ସମାଜରେ ସମ୍ମାନ ପାଏ ନାହିଁ । ଯେଉଁ ଲୋକଙ୍କର ଚୋରି ଆଦତ ଥାଏ ତାଙ୍କ ଠାରେ ମା’ କେବେ ବି ପ୍ରଶନ୍ନ ହୁଅନ୍ତି ନାହିଁ । ଏପରି ଲୋକଙ୍କୁ ଧନ ରୋଜଗାର କରିବା ପାଇଁ ବହୁତ କଷ୍ଟ ଉଠାଇବାକୁ ପଡେ । ଏହାଛଡ଼ା ଚୋରି କରା ଧନରେ ଅସୁବିଧା ଦୂର ହୁଏ ନାହିଁ ।

ମିଛ କହିବା :  ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ମିଛ କହିବାରୁ ନିବୃତ୍ତ ରହିବା ଦରକାର । ମିଛ କହିବା ଦ୍ୱାର ନା କେବଳ ଆପଣଙ୍କ ଉପରେ ଅନ୍ୟର ବିଶ୍ୱାସ ରହିବନି ବରଂ ମା’ ଲକ୍ଷ୍ମୀ କ୍ରୋଧିତ ହେବେ । ଫଳରେ ସର୍ବଦା ଧନ କଷ୍ଟ ଭୋଗିବାକୁ ପଡ଼ିବ ।

ଲୋଭ :  ଲୋଭୀ ବ୍ୟକ୍ତି କାହାର ବନ୍ଧୁ ହୋଇ ପାରିନଥାନ୍ତି । ସମାଜରେ ଏମାନଙ୍କୁ କେବେ ବି ସମ୍ମାନ ମିଳି ନଥାଏ । ଲୋଭ ଯୋଗୁ ଏମାନେ ଏପରି ଅନ୍ଧ ହୋଇ ଯାଇଥାନ୍ତି ଯେ ସବୁ ସମ୍ପର୍କକୁ ଭୂଲି ଯାଇଥାନ୍ତି । ସର୍ବଦା କେବଳ ନିଜର ଫାଇଦା ଖୋଜିଥାନ୍ତି । ଏହି ଆଦତ ନଛାଡ଼ିଲେ ଏମାନଙ୍କୁ କେବେ ବି ମା’ ଲକ୍ଷ୍ମୀଙ୍କର କୃପା ମିଳି ନଥାଏ ।

Leave A Reply

Your email address will not be published.