ଚାଣକ୍ୟ ନୀତି : କେତେ ଧନ ଅର୍ଜନ କରିବ ନବଜାତ ସନ୍ତାନ, ମାତା ଗର୍ଭରୁ ହିଁ ସ୍ଥିର ହୋଇଥାଏ ଏହି ୫ କଥା

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ସମ୍ରାଟ କରିଥିବା ମହାନ କୁଟନୀତିଜ୍ଞ ଓ ରାଜନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ଆଜି ବି ପ୍ରାସଙ୍ଗିକତା ରହିଛି । ଯାହାର ମୂଲ୍ୟ ଶହ ଶହ ବର୍ଷ ପୂର୍ବରୁ ରହିଥିଲା । ଚାଣକ୍ୟଙ୍କ ନୀତି ଜୀବନକୁ ଜିଇଁବାର ଠିକ ତରିକା ଶିଖାଇଥାଏ । ସବୁ ପରିସ୍ଥିତିକୁ ମୁକାବିଲା କରିବାର କଳା ମଧ୍ୟ ଶିଖାଇଥାଏ ଚାଣକ୍ୟଙ୍କ ନୀତି ।

ଚାଣକ୍ୟ ନିଜର ପୁସ୍ତକରେ ସନ୍ତାନର ଜନ୍ମ ସହିତ ସମ୍ପର୍କିତ ବହୁତ ଗହନ କଥା ମଧ୍ୟ କହିଛନ୍ତି । ଚାଣକ୍ୟ କୁହନ୍ତି ଯେ ସନ୍ତାନ ଯେବେ ମାତା ଗର୍ଭରେ ଥାଏ ସେବେ ଠାରୁ ଜୀବନ ସହ ଜଡିତ ଏହି ୫ କଥା ସ୍ଥିର ହୋଇଥାଏ ।

ଚାଣକ୍ୟ ଲେଖିଛନ୍ତି : ‘‘ ଆୟୁଃ କର୍ମ ଚ ବିତଂ ଚ ବିଦ୍ୟା ନିଧନମେବ ଚ ।
                               ପଞ୍ଚେତାନି ହି ସୃଜ୍ୟନ୍ତେ ଗର୍ଭସ୍ତସୈବ ଦେହିନ ।। ’’

*  ଅର୍ଥାତ ଜୀବ ଯେବେ ଗର୍ଭରେ ରହିଥାଏ ସେତେବେଳ ଠାରୁ ଆୟୁ, କର୍ମ, ଧନ, ବିଦ୍ୟା ଓ ମୃତ୍ୟୁ – ଏହି ୫ କଥା ନିଶ୍ଚିତ ହୋଇଥାଏ । ଚାଣକ୍ୟ କୁହନ୍ତି ଗର୍ଭରେ ରହିଥିବା ଶିଶୁର ଆୟୁ ପୂର୍ବରୁ ସ୍ଥିର ହୋଇଥାଏ କି କେଉଁ ଅବସ୍ଥାରେ ସେ ମୃତ୍ୟୁକୁ ପ୍ରାପ୍ତ କରିବ ।

* ଶିଶୁର କର୍ମ କେମିତି ହେବ ଏହାର ନିର୍ଦ୍ଧାରଣ ବି ମା’ର ଗର୍ଭରୁ ହିଁ ସ୍ଥିର ହୋଇଥାଏ । ଶିଶୁ ପାପୀ ହେବ ନା ପୂଣ୍ୟ କାମ କରିବ । ସବୁ ପ୍ରଥମରୁ ନିର୍ଣ୍ଣୟ ହୋଇଥାଏ ।

* ଶିଶୁ ବଡ଼ ହୋଇ କେତେ ଧନ ଅର୍ଜନ କରିବ ଏହା ବି ମା’ ଗର୍ଭରୁ ସ୍ଥିର ହୋଇଥାଏ । ଶିଶୁ ନିଜ ଉଦ୍ୟମରେ ଧନବାନ ହେବ ନା ଘରକୁ ସଂକଟ ଆଡ଼କୁ ନେଇଯିବ ତାହା ମଧ୍ୟ ମାତା ଗର୍ଭରୁ ସ୍ଥିର ହୋଇଥାଏ ।

* ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଶିଶୁ କେତେ ବୁଦ୍ଧିମାନ ହେବ ଗର୍ଭରୁ ତାହା ନିର୍ଦ୍ଧାରଣ ହୋଇଥାଏ । ଶିଶୁର ମୃତ୍ୟୁ ମଧ୍ୟ ଗର୍ଭରୁ ସ୍ଥିର ହୋଇଥାଏ ।

* ତେବେ ମନୁଷ୍ୟ ନିଜର ଭଲ କର୍ମ ଅନୁସାରେ ଅକାଳ ମୃତ୍ୟୁ ଯୋଗ ବଦଳାଇ ଦେଇଥାଏ । ଚାଣକ୍ୟ କୁହନ୍ତି ଏହି ସବୁ କଥା ଶିଶୁର ପୂର୍ବ ଜନ୍ମର କର୍ମ ଓ ମାତା କର୍ମ କୁ ମିଶାଇ ସ୍ଥିର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.