ବ୍ୟକ୍ତିକୁ ମୃତ୍ୟୁ ଭଳି ଦୁଃଖ ଦେଇଥାଏ ଜୀବନର ଏହି ପରିସ୍ଥିତି, ଜାଣନ୍ତୁ, ଚାଣକ୍ୟ କ’ଣ କୁହନ୍ତି

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଜୀବନର ପ୍ରତ୍ୟେକ ପରିସ୍ଥିତିର ବାଖ୍ୟା କରିଛନ୍ତି ଆଚାର୍ଯ୍ୟ ଚାଣକ୍ୟ । ଆଜି ଆମେ ଆପଣଙ୍କୁ କହିବୁ ଜୀବନରେ କେଉଁ ସ୍ଥିତି ବ୍ୟକ୍ତି ପାଇଁ ମୃତ୍ୟୁ ସମାନ ହୋଇଥାଏ ।

ବୁଢ଼ା କାଳରେ ଜୀବନ ସାଥୀର ମୃତ୍ୟୁ ହେବା

ଚାଣକ୍ୟଙ୍କ ଅନୁସାରେ, ବୁଢ଼ା କାଳରେ ବ୍ୟକ୍ତିକୁ ସବୁଠୁ ଅଧିକ ଜୀବନ ସାଥୀର ସାହାଯ୍ୟ ଆବଶ୍ୟକ ହୋଇଥାଏ । ଏମିତିରେ ଯଦି ଦୁଇ ଜଣଙ୍କ ମଧ୍ୟରୁ କେହି ଜଣକର ମୃତ୍ୟୁ ହୋଇଯାଏ, ଏହାଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ । ବୃଦ୍ଧାବସ୍ତାରେ କାହାର ପତ୍ନୀ ଯଦି ପ୍ରଥମେ ଚାଲିଯାଏ, ଏହା ସବୁଠୁ କଷ୍ଟକାରୀ ସ୍ଥିତି ହୋଇଥାଏ ।

ଚାଣକ୍ୟ କୁହନ୍ତି ଯେତେବେଳେ ପରିବାରର ବାକି ସଦସ୍ୟ ନିଜ ନିଜର କାମରେ ବ୍ୟସ୍ତ ହୋଇପଡନ୍ତି, ଏତିକି ବେଳେ ଦୁଇ ସାଥୀଙ୍କର ଜଣେ ଅନ୍ୟଜଣଙ୍କର ସାହାରା ବନିଥାନ୍ତି । ଚାଣକ୍ୟ କୁହନ୍ତି, ପୁରୁଷ ବିନା ସ୍ତ୍ରୀ ନିଜର ସମୟ କାଟି ଦେଇଥାଏ । ହେଲେ ସ୍ତ୍ରୀ ବିନା ପୁରୁଷ ରହି ପାରେ ନାହିଁ ।

ଯଦି ଜମା ଟଙ୍କା ନଷ୍ଟ ହୋଇଯାଏ

ଯଦି କାହାର ପୁରା ଧନ ଦୌଲତ ହାତରୁ ଚାଲିଯାଏ,ଏହା ଠାରୁ ଆଉ କିଛି ଖରାପ ନାହିଁ । ଏଥିପାଇଁ ନିଜର ପରିବାର ଚଳାଇବା ବହୁତ କଷ୍ଟଦାୟକ ହୋଇଥାଏ ।

ଏମିତି ଜୀବନ ହୋଇଯାଏ ନର୍କ

ଯେଉଁ ଲୋକ ନିଜେ ପରିଶ୍ରମ କରି ଜୀବନ ବିତାନ୍ତି, ସେ ଭଲ ଜୀବନ ବିତାଇଥାନ୍ତି । ଯେଉଁ ଲୋକ ଅନ୍ୟର ଅଧୀନରେ ରହି ଜୀବନ ନିର୍ବାହ କରନ୍ତି,ସେମାନଙ୍କ ଜୀବନ ନର୍କ ସମାନ ହୋଇଥାଏ । ଏହି ଲୋକ ଖୁସୀ ଅନୁଭବ କରି ପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.