ଚାଣକ୍ୟ ନୀତି : ଦାମ୍ପତ୍ୟ ଜୀବନରେ ବିଷ ଭରିବାର କାମ କରିଥାଏ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଚାଣକ୍ୟ ନୀତି ଅନୁଯାୟୀ କିଛି ଏମିତି ଗୁଣ ଅଛି, ଯାହାକୁ ସବୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଆପଣାଇବା ଉଚିତ୍‌ । ଚାଣକ୍ୟ ପତି-ପତ୍ନୀଙ୍କ ସମ୍ପର୍କକୁ କେମିତି ମଜବୁତ କରିବାକୁ ହେବ, ଏ ସମ୍ପର୍କରେ କହିଛନ୍ତି ।

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ଏହି ସମ୍ପର୍କରେ ସନ୍ଦେହକୁ ପ୍ରବେଶ କିରବାକୁ ଦେବା ଉଚିତ୍‌ ନୁହେଁ । ସନ୍ଦେହ ଏହି ସମ୍ପର୍କକୁ ଦୁର୍ବଳ କରିଥାଏ । ଏହାଦ୍ୱାରା ଭୁଲବୁଝାମଣା ସୃଷ୍ଟି ହୁଏ, ଫଳରେ ଜୀବନ ବିଷ ପାଲଟି ଯାଇଥାଏ । କୁହାଯାଏ ଥରେ ସନ୍ଦେହ ପ୍ରବେଶ କଲେ ସହଜରେ ଦୂର ହୋଇ ନଥାଏ । ସମ୍ପର୍କରେ ଦୃଢ଼ତା ହେବା ଦରକାର, ଜଣେ ଅନ୍ୟ ଜଣଙ୍କ ଉପରେ ବିଶ୍ୱାସ ହିଁ ଏହି ସନ୍ଦେହକୁ ଦୂର କରିଥାଏ ।

୨. ଚାଣକ୍ୟ ନୀତିରେ କୁହାଯାଇଛି, ଅହଂକାର ହିଁ ଦାମ୍ପତ୍ୟ ଜୀବନରେ ବିଷ ଭରିବାର କାମ କରିଥାଏ । ଏହା ସମ୍ପର୍କକୁ ଖରାପ କରିଥାଏ । ଏହା ଠାରୁ ଦୂରରେ ରହିବାକୁ ଚେଷ୍ଟା କରିବା ଦରକାର । ପତି ପତ୍ନୀଙ୍କ ସମ୍ପର୍କରେ ଅହଂକାରର କୌଣସି ଭୂମିକା ରଖିବା ଉଚିତ୍‌ ନୁହେଁ ।

୩. ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଦାମ୍ପତ୍ୟ ଜୀବନକୁ ଯଦି ସୁଃଖଦ କରିବାକୁ ଚାହୁଁଛନ୍ତି, ଏଥିରେ ମିଛର ସ୍ଥାନ ରଖନ୍ତୁ ନାହିଁ । ପତି-ପତ୍ନୀଙ୍କ ସମ୍ପର୍କକୁ ମିଛ ବହୁତ ଦୁର୍ବଳ କରିଥାଏ । ତେଣୁ ଏହାଠାରୁ ଦୂରରେ ରହିବା ଆବଶ୍ୟକ । ଦାମ୍ପତ୍ୟ ସମ୍ପର୍କ ବହୁତ ପବିତ୍ର ହୋଇଥାଏ । ଏହାକୁ ବୁଝାମଣା ଓ ତାଳମେଳ ସହ କଟାଇବା ଉଚିତ୍‌ ।

୪. ଚାଣକ୍ୟଙ୍କ ନୀତି ଅନୁସାରେ ଆଦର ଓ ସମ୍ମାନ କିଛି ବି ସମ୍ପର୍କକୁ ମଜବୁତ ଓ ଦୀର୍ଘ ସ୍ଥାୟୀ କରିଥାଏ । ଯେଉଁ ସମ୍ପର୍କରେ ଆଦର ଓ ସମ୍ମାନ କମ ହୋଇଥାଏ, ସେ ସମ୍ପର୍କ ରଂଗହିନ ହୋଇଥାଏ । ଏହି ସମ୍ପର୍କରେ ଆନନ୍ଦ ସମାପ୍ତ ହୋଇଥାଏ । ପ୍ରତି ସମ୍ପର୍କର ମର୍ଯ୍ୟାଦା ରହିଛି,ଏହାକୁ କେବେ ଲଂଘନ କରିବା କଥା ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.