ଚାଣକ୍ୟ ନୀତି : ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ମିଳିଥାଏ ସବୁଠି ସମ୍ମାନ, ମା’ ଲକ୍ଷ୍ମୀଙ୍କ ମିଳିଥାଏ ଆଶିର୍ବାଦ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ ନିଜ ଜ୍ଞାନ ଓ ଅନୁଭବ ଦ୍ୱାରା ଜାଣିଥିଲେ କିପରି ସମ୍ମାନ ଓ ଧନ ମିଳିଥାଏ । ବ୍ୟକ୍ତି ସର୍ବଦା ଜ୍ଞାନ ଓ ଧନ ପାଇଁ ଇଚ୍ଛା ପ୍ରକାଶ କରିଥାଏ । ଏହି ସବୁ ଜିନିଷକୁ କିପରି ପ୍ରାପ୍ତ କରାଯାଇଥାଏ ସେ ନେଇ ଚାଣକ୍ୟ କିଛି କଥା କହିଛନ୍ତି । ଆସନ୍ତୁ ଜାଣିବା କ’ଣ ସେହି କଥା ।

ସମ୍ମାନ ଦେଲେ ମିଳିଥାଏ : ଚାଣକ୍ୟ ନୀତି କୁହେ, ସମ୍ମାନ ଦେଲେ ମିଳିଥାଏ । ତେଣୁ ପ୍ରଥମେ ସମ୍ମାନ ଦେବା ଶିଖନ୍ତୁ । କ୍ରୋଧ ଓ ପଦର ଅହକାଂରରେ ଆଗରେ ଥିବା ବ୍ୟକ୍ତିକୁ ଛୋଟ ଭାବୁଥିବା ବ୍ୟକ୍ତିକୁ କେବେ ସମ୍ମାନ ପ୍ରାପ୍ତ ହୋଇ ନଥାଏ । ଏପରି ଲୋକଙ୍କୁ ଲକ୍ଷ୍ମୀଜୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇ ନଥାଏ । ବହୁତ ଶୀଘ୍ର ଲକ୍ଷ୍ମୀଜୀ ଏପରି ଲୋକଙ୍କ ପାଖ ଛାଡ଼ି ଚାଲି ଯାଆନ୍ତି । ତେଣୁ ସର୍ବଦା ଚାଣକ୍ୟଙ୍କ ଏହି କଥାକୁ ମନେ ରଖନ୍ତୁ ।

ପରୋପକାର କାର୍ଯ୍ୟ କରିବା ଉଚିତ୍‌ : ଚାଣକ୍ୟ କୁହନ୍ତି ଯେ ବ୍ୟକ୍ତିକୁ ସର୍ବଦା ପରୋପକାର କାର୍ଯ୍ୟ କରିବା ଉଚିତ୍‌ । ଯେଉଁ ଲୋକ ଅନ୍ୟର ହିତ ପାଇଁ ନିଜର କ୍ଷମତା ଓ ଯୋଗ୍ୟତା ଅନୁସାରେ ପରୋପକାର କାର୍ଯ୍ୟ କରିଥାଏ । ତାଙ୍କୁ ସମ୍ମାନ ଓ ଧନ ପ୍ରାପ୍ତ ହୋଇଥାଏ । ଏପରି ଲୋକଙ୍କ ଉପରେ ମା’ ସରସ୍ୱତୀ ଓ ଲକ୍ଷ୍ମୀଙ୍କ ବିଶେଷ କୃପା ଜାରି ରହିଥାଏ ।

You might also like