ଚାଣକ୍ୟ ନୀତି : ସମୟ ଅମୁଲ୍ୟ,ଚାଣକ୍ୟଙ୍କର ଏହି କଥାରେ ଲୁଚି ରହିଛି ସଫଳତାର ମନ୍ତ୍ର

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ |

ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି | ମନୁଷ୍ୟ ଯଦି ବଡ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଏହି ଖରାପ ଅଭ୍ୟାସ ଠାରୁ ଦୂରରେ ରହିବାକୁ ହେବ ବୋଲି କହିଛନ୍ତି ଚାଣକ୍ୟ |

ସମୟର ମହତ୍ୱ ଜାଣନ୍ତୁ  : ଚାଣକ୍ୟ ନୀତି କହିଥାଏ କି ବ୍ୟକ୍ତିକୁ ସମୟର ମୂଲ୍ୟ ବୁଝିବା ଉଚିତ | ଜୀବନରେ ସେହି ଲୋକମାନେ ଲକ୍ଷ ସ୍ଥଳରେ ପହଂଚିବାରେ ସଫଳ ହୋଇଥାନ୍ତି ଯେଉଁମାନେ ସମୟର ମହତ୍ୱକୁ ବୁଝିଥାନ୍ତି | ସମୟ କାହାରିକୁ ଅପେକ୍ଷା କରେନାହିଁ | ଠିକ ସମୟରେ ନିଆଯାଇଥିବା ଉଚିତ ନିର୍ଣ୍ଣୟର ବିଶେଷ ମହତ୍ୱ ରହିଥାଏ | ଯିଏ ସମୟର ଲାଭ ଉଠାଇବାପାଇଁ ପ୍ରସ୍ତୁତ ରହିଥାନ୍ତି ସେ ନିଜର ଲକ୍ଷ୍ୟକୁ ପୁରା କରିବାରେ ସକ୍ଷମ ହୋଇଥାନ୍ତି |

ଆଳସ୍ୟ କର ନାହିଁ : ଚାଣକ୍ୟଙ୍କ ଅନୁସାରେ ଆଳସ୍ୟ ଏକ ଏମିତି ଖରାପ ଗୁଣ ଯାହା ବ୍ୟକ୍ତିକୁ କେବେ ସଫଳ ହେବାକୁ ଦିଏ ନାହିଁ | ଆଲସ୍ୟକୁ ଆପଣେଇଥିବା ବ୍ୟକ୍ତି ଅବସରର ଲାଭ ଉଠାଇବାରୁ ବଂଚିତ ରହିଥାଏ | ଏମିତି ଲୋକଙ୍କୁ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |

ପରିଶ୍ରମକୁ ଡରି ଯାଅନାହିଁ : ଚାଣକ୍ୟ ନୀତି କହିଥାଏ କି ଜୀବନରେ ଯଦି ସଫଳତା ପାଇବାର ଅଛି ତେବେ ପରିଶ୍ରମ କରିବାକୁ
କେବେ ଡରିବା ଉଚିତ ନୁହେଁ | ପରିଶ୍ରମ କରିବାକୁ ଯିଏ ପଛଘୁଞ୍ଚା ଦିଏ ସେମିତି ଲୋକଙ୍କୁ ଲକ୍ଷ୍ମୀଜିଙ୍କ ଆଶୀର୍ବାଦ ମିଳି ନଥାଏ |

ନିଶା କରନ୍ତୁ ନାହିଁ : ଚାଣକ୍ୟ ନୀତି କହିଥାଏ କି ବ୍ୟକ୍ତିକୁ ସବୁ ପ୍ରକାର ନିଶାଠାରୁ ଦୂରରେ ରହିବାକୁ ପ୍ରୟାସ କରିବା ଉଚିତ | ନିଶା କରିବା ଦ୍ୱାରା ଶରୀର ସହିତ ମନ ଏବଂ ମସ୍ତିସ୍କ ଉପରେ ବି ଖରାପ ପ୍ରଭାବ ପଡିଥାଏ | ନିଶାର ଲଗାତାର ଅଭ୍ୟାସ ଦ୍ୱାରା ନିଜର ପ୍ରତିଭା ବି ନଷ୍ଟ ହୋଇଯାଇଥାଏ | ଲକ୍ଷ୍ମୀଜି ମଧ୍ୟ ଏମିତି ଲୋକଙ୍କୁ ତ୍ୟାଗ କରିଥାନ୍ତି |

Leave A Reply

Your email address will not be published.