ଶତ୍ରୁ ଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ମିତ୍ର, କେବେ ବି ଭୁଲରେ କରନ୍ତୁ ନାହିଁ ବିଶ୍ୱାସ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି ମିତ୍ର ବିଷୟରେ କହିଛନ୍ତି ଯାହାଙ୍କ ଠାରୁ ସର୍ବଦା ଦୂରରେ ରହିବା ଦରକାର । ଏପରି ମିତ୍ର କୌଣସି ଗୁଣରେ ଶତ୍ରୁ ଠାରୁ କମ ନୁହଁନ୍ତି । ତେଣୁ ମିତ୍ର ବନାଇବା ବେଳେ କେଉଁ ସାବଧାନ ପାଳନ କରିବା କଥା । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତି ଅନୁଯାୟୀ କେମିତି ମିତ୍ରଙ୍କ ଠାରୁ ଦୂରରେ ରହିବା ଦରକାର ।
ଶ୍ଳୋକ-
ପରୋକ୍ଷେ କାର୍ଯ୍ୟହନ୍ତାରଂ ପ୍ରତ୍ୟେକ୍ଷେ ପ୍ରିୟବାଦିନମ୍‌ ।

ବର୍ଜୟେତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟୋମୁଖମ୍‌ ।।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ପିଠି ପଛରେ କାମ ବିଗାଡୁଥିବା ବା କ୍ଷତି କରୁଥିବା ଓ ଆଗରେ ପ୍ରିୟ କଥା କହୁଥିବା ମିତ୍ର ଠାରୁ ଦୂରରେ ରହିବା ଦରକାର । କାରଣ ଏମିତି ମିତ୍ର ବା ବନ୍ଧୁ ବିଷ ସମାନ ହୋଇଥାନ୍ତି ।

ଯେମିତି ଏକ ବିଷପୂର୍ଣ୍ଣ କୁମ୍ବର ଉପରି ଭାଗରେ କିଛି ଦୁଧ ବା ଅମୃତ ଢ଼ାଳି ଦିଆଯାଏ,ତଥାପି ତାକୁ ବିଷ ବୋଲି କୁହାଯାଏ । ସେହିପରି ଯେଉଁ ମିତ୍ର ମୁହଁ ଆଗରେ ମଧୁର କଥା କହିଥାନ୍ତି, ହେଲେ ପଛରେ ନିନ୍ଦା କରିଥାନ୍ତି ଓ କ୍ଷତି କରିଥାନ୍ତି । ଏପରି ମିତ୍ର ବିଷକୁମ୍ଭ ଉପରେ ଦିଆଯାଇଥିବା ଅମୃତ ପରି । ଏମାନଙ୍କୁ ମିତ୍ର କୁହାଯିବ ନାହିଁ । ଏମାନେ ଶତ୍ରୁ ଠାରୁ ମଧ୍ୟ ଭୟଙ୍କର । ତେଣୁ ଏମାନଙ୍କୁ ଦୂରେଇ ଦେବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.