ଚାଣକ୍ୟ ନୀତି : ଶତ୍ରୁଙ୍କୁ ଏହି ଗୋଟିଏ ଉପାୟରେ ଦିଅନ୍ତୁ ଉଚିତ୍‌ ଶିକ୍ଷା, ସର୍ବଦା ଚାପରେ ରହିବେ ଶତ୍ରୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଚାଣକ୍ୟ ନୀତି ଅନୁଯାୟୀ କିଛି ଏମିତି ଗୁଣ ଅଛି, ଯାହାକୁ ସବୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ଆପଣାଇବା ଉଚିତ୍‌ ।

ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଚାଣକ୍ୟ ଏପରି ଏକ ମନ୍ତ୍ର କହିଛନ୍ତି,ଯାହାକୁ ଆପଣାଇ ଶତ୍ରୁକୁ ବଡ଼ ଶିକ୍ଷା ଦେଇପାରିବେ । ଚାଣକ୍ୟଙ୍କ ଅନୁସାରେ ଶତ୍ରୁକୁ ଦଣ୍ଡ ଦେବାର ଏହା ଏପରି ତରିକା ଯାହାର କୌଣସି ବିକଳ୍ପ ନାହିଁ । ଆସନ୍ତୁ ଜାଣିବା ଚାଣକ୍ୟ ବିରୋଧୀଙ୍କୁ କେଉଁ ପ୍ରକାର କଠିନ ଦଣ୍ଡ ଦେବାକୁ କହିଛନ୍ତି ।

ଶତ୍ରୁକୁ ଦଣ୍ଡ ଦେବାର ଅଦ୍ଭୁତ ତରିକା ହେଉଛି ସର୍ବଦା ଖୁସୀ ରହିବା-

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାଜରିଆରେ କହିଛନ୍ତି ଯେ ଶତ୍ରୁ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ଯଦି ସେ ଆପଣଙ୍କୁ କଷ୍ଟ ଦେଉଛି, ତେବେ ତା ଆଗରେ ସର୍ବଦା ଖୁସୀ ରୁହନ୍ତୁ । ଚାଣକ୍ୟଙ୍କ ଅନୁସାରେ ଶତ୍ରୁ ପାଇଁ ଏମିତି ଦଣ୍ଡର କୌଣସି ଚିକିତ୍ସା ନାହିଁ ।

୨. ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହେବା ପାଇଁ ଏହା ହିଁ ଅଭେଦ୍ୟ ଉପାୟ । ଯେଉଁଥିରେ ନା କିଛି ଅସ୍ତ୍ର ଦରକାର ନା ସହଯୋଗୀଙ୍କର । ଆପଣ ଏକା ହି ଖୁସୀ ରହି ବିରୋଧୀଙ୍କୁ ଏପରି କଷ୍ଟ ଦେଇପାରିବେ । ଯାହା ସିଧାସଳଖ ତାର କଲିଜା ଉପରେ ପ୍ରହାର କରିବ ।

୩. ବିରୋଧୀ ନିଜର ଶତ୍ରୁତା ବଜାୟ ରଖିବା ପାଇଁ ବ୍ୟକ୍ତିକୁ କଷ୍ଟରେ ଦେଖିବାକୁ ଚାହେଁ । ଯଦି ଆପଣ ତାଙ୍କ ଆଗରେ ସବୁ ପରିସ୍ଥିତିରେ ଖୁସୀ ରହିବାକୁ ଚେଷ୍ଟା କରିବେ, ତେବେ ଏହା ତାଙ୍କ ମୁହଁରେ ଶକ୍ତ ଚାପଡା ସଦୃଶ ହେବ । ଏଡାଛଡ଼ା ହସି ହସି ପରିସ୍ଥିତିର ସମାଧାନ କରିବା ଆପଣଙ୍କ ପାଇଁ ସହଜ ହୋଇଯିବ । କାରଣ ଏହା ଦ୍ୱାରା ଶତ୍ରୁର ସାହସ କମିଯିବ ଓ ଏହା ତା ପାଇଁ ସବୁଠୁ ବଡ଼ ଦଣ୍ଡ ହେବ ।

୪. ଜୀବନରେ କେବେ କେବେ ଏପରି ସମୟ ଆସିଥାଏ ଯେତେବେଳେ ଆପଣା ଲୋକ ଆମକୁ ଧୋକା ଦେଇଥାନ୍ତି । ପିଠି ପଛରେ ଶତ୍ରୁତା କରିଥାନ୍ତି । ଏପରି ପରିସ୍ଥିତିରେ ନିଜ ଲୋକଙ୍କୁ ବ୍ୟକ୍ତି ଦଣ୍ଡ ଦେଇପାରି ନଥାଏ । ଏମିତି ପରିସ୍ଥିତିରେ ଦଣ୍ଡ ଦେବାର ଅଛି ତ ସେମାନଙ୍କ ଆଗରେ ସର୍ବଦା ଖୁସୀ ରହିବା ଉଚିତ୍‌ । ଏମିତି କରି ଆପଣ ତାଙ୍କୁ ସାରା ଜୀବନ ଯାଏ ଦଣ୍ଡ ଦେଇପାରିବେ ।

Leave A Reply

Your email address will not be published.